Odisha Patrika

ବିଜେଡ଼ି ଯିବେନି ଜୟଦେବ ଜେନାଙ୍କ ପୁଅ ମନୋଜ

ଭୁବନେଶ୍ୱର: ୪/୪ ; କେତେକ ଗଣମାଧ୍ୟମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ପୁତ୍ର ତଥା ପିସିସି ସାଧାରଣ ସଂପାଦକ  ମନୋଜ ଜେନା ବିଜେଡ଼ିରେ ଯୋଗଦେବା ନେଇ ଖବର ପ୍ରକାଶିତ ହେବାପରେ ଶ୍ରୀ ମନୋଜ ଜେନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଯେଉଁ ନିର୍ଦ୍ଦିଷ୍ଟ କେତେକ ଗଣମାଧ୍ୟମରେ ଏହି ସମ୍ବାଦ ପରିବେଷଣ ହୋଇଛି ତାହା ଅମୂଳକ, ମିଥ୍ୟା ଓ କପୋଳକଳ୍ପିତ । କେତେକ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ତଥା ବିରୋଧି ରାଜନୈତିକ ଦଳରଏହି କାର୍ଯ୍ୟ ବୋଲି  ମନୋଜ…

Read More

ବିଜେଡିର କଂଗ୍ରେସ ନେତା ପ୍ରେମ ଘାତକ ହୋଇପାରେ..ବିଜେପି ନେଇପାରେ ସିଧାସଳଖ ଫାଇଦା…

ଭୁବନେଶ୍ୱର : ବିଜେଡି ଷଷ୍ଠ ଥର କ୍ଷମତାକୁ ଆସିବା ପାଇଁ ନିର୍ବାଚନ ଲଢୁଛି। ହେଲେ ନିଜ ଦଳର ପ୍ରାର୍ଥୀ ଅପେକ୍ଷା କଂଗ୍ରେସ ଦଳର ନେତାଙ୍କୁ ପ୍ରାଧାନ୍ୟ ଦେଉଛି। ଘଟଣାକ୍ରମରେ ବିଗତ ଦଶନ୍ଧିରେ ବିଜେଡି କଂଗ୍ରେସ ନେତାଙ୍କ କ୍ଷମତା ଭୂସ୍ୱର୍ଗ ହୋଇ ଗଲାଣି। ଉଦାହରଣ ଭାବେ ଚଳିତ ବର୍ଷ ମନ୍ମଥ ରାଉତରାୟ, ସୁରେନ୍ଦ୍ର ସିଂ ଭୋଇ, ଅଂଶୁମାନ ମହାନ୍ତି, ଚିରଞ୍ଜୀବ ବିଶ୍ୱାଳ ପ୍ରମୁଖ ବିଜେଡିରେ ସାମିଲ ହୋଇ ଗଲେଣି। ଏହା ପୂର୍ବରୁ କେ ରାଓ ମଧ୍ୟ ବିଜେଡିରେ ଯୋଗ…

Read More

General Election 2024 : ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି ଓ କଂଗ୍ରେସ

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ନେଇ ରାଜ୍ୟରେ ଜାରି ରହିଛି ପ୍ରାର୍ଥୀ ଘୋଷଣା ପର୍ବ। ଏହି କ୍ରମରେ ମଙ୍ଗଳବାର ମୁଖ୍ୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ନିଜ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ବିଜେପି ୧୧୨ଟି ବିଧାନସଭା ଆସନ, କଂଗ୍ରେସ – ୮ ଲୋକସଭା ଏବଂ ୪୯ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି।  ଏହି କ୍ରମରେ ବିଜେପିରୁ ବିଧାନସଭା ପ୍ରାର୍ଥୀ ଭାବେ ପଦ୍ମପୁର- ଗୋବର୍ଦ୍ଧନ ଭୁଏ, ବିଜେପୁର- ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରାଯାଇଛି।…

Read More

କମିଲା ଗ୍ୟାସ୍ ସିଲିଣ୍ଡର୍ ଦର…

ଏପ୍ରିଲ୍ ୧ ତଥା ଆଜି ଠାରୁ ଆରମ୍ଭ ହୋଇଛି ନୂତନ ଆର୍ଥିକ ବର୍ଷ । ନୂଆ ଆର୍ଥିକ ବର୍ଷରେ ଆସିଛି ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ତାହା ହେଉଛି ଗ୍ୟାସ୍ ସିଲିଣ୍ଡର ଦର ହ୍ରାସ ହୋଇଛି । ୧୯ କିଲୋଗ୍ରାମ୍ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ଦର କମିବା ନେଇ ତୈଳ କମ୍ପାନୀଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏହି ନୂଆ ଦର ଆଜି ଠାରୁ ଲାଗୁ କରାଯାଇଛି। ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ଦର ୩୦.୫୦ ଟଙ୍କା…

Read More

ବିଦ୍ୟାଳୟ ପରେ ସକାଳୁଆ ଖୋଲିବ ଅଙ୍ଗନୱାଡି କେନ୍ଦ୍ର …

ଚଳିତ ବର୍ଷ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ଅଙ୍ଗନବାଡି କେନ୍ଦ୍ରର କାର୍ଯ୍ୟ ସମୟକୁ ପରିବର୍ତ୍ତନ କରାଯାଇଛି । ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ନିମନ୍ତେ ଅଙ୍ଗନବାଡି କେନ୍ଦ୍ରର କାର୍ଯ୍ୟସମୟକୁ ସକାଳ ୭ଟା ରୁ ୧୧.୩୦ ଯାଏ ଧାର୍ଯ୍ୟ କରାଯାଇଛି । ଏନେଇ ମହିଳା ଶିଶୁ ବିକାଶ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଖରା ଓ ଗରମକୁ ଦୃଷ୍ଟିରେ ରଖି ଅଙ୍ଗନବାଡି କେନ୍ଦ୍ରରେ ଶୁଦ୍ଧ ପାନୀୟ ଜଳ ସହ ଯଥେଷ୍ଟ ପରିମାଣର ଓଆର୍‌ଏସ୍ ପ୍ୟାକେଟ…

Read More

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ, ଏହାକୁ ଦୃଷ୍ଟିରେ ରଖି ସ୍କୁଲ ଗୁଡ଼ିକର ସମୟ ପରିବର୍ତ୍ତନ କରିଛନ୍ତି ରାଜ୍ଯ ସରକାର…

ରାଜ୍ୟରେ ବଢ଼ି ଚାଳିଛି ଗ୍ରୀଷ୍ମ ପ୍ରବାହ । ଘରୁ ବାହାରିବା ହୋଇପଡିଛି କଷ୍ଟସାଧ୍ୟ । ତାତି ଏବଂ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହୋଇପଡିଛନ୍ତି ଜନସାଧାରଣ । ହନ୍ତସନ୍ତ ହୋଇପଡିଛି ଜୀବନ । ପ୍ରଥମ ଥର ପାଇଁ ୪୧ ଡିଗ୍ରୀ ତାପମାତ୍ରା ଛୁଇଁଛି ରାଜ୍ୟ । ମାଲକାନଗିରି ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିବା ବେଳେ ଏହାର ତାପମାତ୍ରା ୪୧ ଡିଗ୍ରୀରେ ପହଁଚିଛି । ଏହାସହ ଭୁବନେଶ୍ୱରରେ ତାପମାତ୍ରା ୩୭ ଡିଗ୍ରୀ ପହଞ୍ଚିଥିବା ବେଳେ କଟକରେ ମଧ୍ୟ ୩୭.୬…

Read More

କଂଗ୍ରେସରୁ ଚିରଞ୍ଜୀବ ବିଜେଡିରୁ ଆକାଶ ଓ ଅନୁଭବ ଛାଡିଲେ ଦଳ …

ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଦଳରୁ ଇସ୍ତଫା ଦେଇଛନ୍ତି । ୨୦୦୪ରୁ ୨୦୦୯ ଯାଏ ତିର୍ତ୍ତୋଲ ବିଧାୟକ ଏବଂ ୨୦୧୪ରୁ ୨୦୧୯ ଯାଏଁ ଜଗତସିଂହପୁର ବିଧାୟକ ଭାବେ କଂଗ୍ରେସ ଗଡ଼ ସମ୍ଭାଳିଥିଲେ ଚିରଞ୍ଜୀବ। ଏପରିିକି ବିଧାନସଭାରେ ବିରୋଧୀ ଦଳର ଉପନେତା ଭାବେ ମଧ୍ୟ କଂଗ୍ରେସ ସ୍ୱରକୁ ଶାଣିତ କରିଥିଲେ ଚିରଞ୍ଜୀବ। ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ବି ଥିଲେ ଚିରଞ୍ଜୀବ ବିଶ୍ୱାଳ। ସେହିପରି ବିଜେଡିରୁ ମଧ୍ୟ ଆଜି…

Read More

ପ୍ରଥମ ଥର ପାଈଁ ଆଇପିଏଲରେ ଆମ୍ନା ସାମ୍ନା ହେବେ କିଙ୍ଗ କୋହଲି ଓ ମିଚିଲ ଷ୍ଟାର୍କ…

ଆଜି ଆଇପିଏଲରେ ରୟାଲ ଚ୍ୟାଲେଞ୍ଜ ବାଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମ୍ୟାଚ ଖେଳାଯିବ | ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ। ଏହାର ଅର୍ଥ ଆଜି ମିଚେଲ ଷ୍ଟାର୍କ ଏବଂ ବିରାଟ କୋହଲି ମୁହାଁମୁହିଁ ହେବେ। ସୂଚନାଯୋଗ୍ୟ ଯେ ଆଇପିଏଲ୍ ଇତିହାସରେ ପ୍ରଥମ ଥର ପାଇଁ ଏହି ଦୁଇଟି କିମ୍ବଦନ୍ତୀ ମୁହାଁମୁହିଁ ହେବ। ବାସ୍ତବରେ ମିଚେଲ ଷ୍ଟାର୍କ ଆଗରୁ ଆଇପିଏଲ ଖେଳିଛନ୍ତି କିନ୍ତୁ ସେ କେବଳ ବିରାଟ କୋହଲିଙ୍କ…

Read More

ପଦ୍ମ ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ

ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେପିରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ ବିଜେପି ସଭାପତିଙ୍କୁ ନିଜ ଇସ୍ତଫାପତ୍ର ପଠାଇ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସୁକାନ୍ତ। ତେବେ ସେ କାହିଁକି ବିଜେପି ଛାଡ଼ିଲେ ସେନେଇ କୌଣସି ଟିପ୍ପଣୀ ଦେଇନାହାନ୍ତି। ଏହାପୂର୍ବରୁ ୨୦୧୯ରେ ବିଜେପି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସୁକାନ୍ତ। ଏହାପୂର୍ବରୁ ୨୦୧୪ରେ ବିଜେଡି ଟିକେଟରୁ ମଧ୍ୟ ବିଧାୟକ ହୋଇଥିଲେ ସେ। କିନ୍ତୁ ୨୦୧୯ରେ ଦଳ ଟିକେଟ ନ ଦେବାରୁ ବିଜେପିରେ ସାମିଲ ହୋଇ ଲଢ଼ିବା…

Read More

ବିଜେପିରେ ଯୋଗ ଦେଲେ ସିଦ୍ଧାନ୍ତ,ଭର୍ତ୍ତୃହରି ଓ ଦମୟନ୍ତୀ

ଲୋକସଭା ନିର୍ବାଚନ ପୂର୍ବରୁ ଓଡ଼ିଶାର ରାଜନୀତିରେ ବଡ଼ ଧରଣର ନେତାଙ୍କ ଦଳ ବଦଳ ହୋଇଛି। ବିଜେଡିରୁ ଇସ୍ତଫା ଦେଇଥିବା ସାଂସଦ ଭର୍ତ୍ତୃହରି ମହତାବ, ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି। ଅପରାହ୍ନ ସାଢ଼େ ୨ଟାରେ ନୂଆଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଦଳରେ ଯୋଗ ଦେଇଛନ୍ତି।  ଏହା ସହିତ ମୟୂରଭଞ୍ଜର ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ମଧ୍ୟ ବି‌ଜେପିରେ ଯୋଗ ଦେଇଛନ୍ତି।ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ମନମୋହନ ସାମଲ, ବିଜୟପାଲ ସିଂ ତୋମର…

Read More