ରାଜନୈତିକ ଦିଗକୁ ଲକ୍ଷ୍ୟ ରଖି ଦୁଇହଜାର ଟଙ୍କିଆ ନୋଟ ପ୍ରତ୍ୟାହାର କରାଯାଇଛି, ଆମେରିକୀୟ ସ୍ତମ୍ଭକାରଙ୍କ ମତ
ଭୁବନେଶ୍ୱର :ଦୁର୍ନୀତି ରୋକିବା ପାଇଁ ନୁହେଁ, ରାଜନୈତିକ କାରଣ ପାଇଁ ଭାରତରେ ୨୦୦୦ ଟଙ୍କିଆକୁ ପ୍ରତ୍ୟାହାର କରାଯାଇଛି l ଏ କଥା ଆମେରିକୀୟ ଆର୍ଥିକ ସଂସ୍ଥା ଜେଫେରିଜ୍ର ଇକ୍ବିଟି ରଣନୀତି ମୁଖ୍ୟ କ୍ରିସ୍ ଉଡ୍ କହିବା ସହ ଏହି ଆର୍ଥିକ ନିଷ୍ପତ୍ତି ଉପରେ ସନ୍ଦେହ ପ୍ରକଟ କରିଛନ୍ତି। ସେ ନିଜର ସାପ୍ତାହିକ ନିଉଜ୍ଲେଟର ‘ଗ୍ରିଡ୍ ଆଣ୍ଡ୍ ଫିୟର’ରେ ସେ ଲେଖିଛନ୍ତି ଯେ, ଭାରତରେ ବିରୋଧୀ ଦଳଙ୍କ ପାଣ୍ଠି କାର୍ଯ୍ୟକଳାପକୁ ରୋକିବା ଲାଗି ଏହା ଏକ ପଦକ୍ଷେପ ହୋଇଥାଇପାରେ। ଭାରତରେ ଗୋଦାମରେ ଗଚ୍ଛିତ ରଖାଯାଇଥିବା ନଗଦ ଟଙ୍କାକୁ ନିର୍ବାଚନ ବେଳେ ଖର୍ଚ୍ଚ କରାଯାଏ। ୨୦୦୦ ଟଙ୍କିଆ ପ୍ରତ୍ୟାହାରକୁ ସେ ମିନି ବିମୁଦ୍ରୀକରଣ ଭାବେ ଅଭିହିତ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ଆସନ୍ତା ୫ ବର୍ଷରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍ର ସେନ୍ସେକ୍ସ ୧,୦୦,୦୦୦ ପଏଣ୍ଟ୍ ଅତିକ୍ରମ କରିବାକୁ ଯାଉଛି l