ଆରମ୍ଭ ହେଲା ଦିଲ୍ଲୀ -ଡେରାଡୁନ ବନ୍ଦେ ଭାରତ ଏକ୍ସପ୍ରେସ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଭିଡିଓ କନ୍‌ଫରେନ୍‌ସିଙ୍ଗ ମାଧ୍ୟମରେ ଦିଲ୍ଲୀ (ଆନନ୍ଦ ବିହାର)-ଡେରାଡୁନ୍‌ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଚଳାଚଳ ଗୁରୁବାର ଶୁଭାରମ୍ଭ କରାଯାଇଛି l

ଉତ୍ତରାଖଣ୍ଡକୁ ଚଳାଚଳ କରିବାରେ ଏହା ହେଉଛି ପ୍ରଥମ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ବୋଲି ଜଣାପଡିଛି l ଟ୍ରେନର ଲୋକାର୍ପଣ କରିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଥିଲେ ଯେ , ଉତ୍ତରାଖଣ୍ଡ ତା’ର ପ୍ରଥମ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ପାଇଛି। ଏହି ଟ୍ରେନ୍‌ ଲୋକମାନଙ୍କର ଯାତାୟାତ ସମୟ ହ୍ରାସ କରାଇବ। ସମଗ୍ର ବିଶ୍ବ ଭାରତକୁ ଦେଖି ତା’ର ଗୂଢ଼ତତ୍ତ୍ବ ବୁଝିବାକୁ ଚାହେଁ। ଏ ଭଳି ପରିସ୍ଥିତିରେ ଉତ୍ତରାଖଣ୍ଡ ଭଳି ରାଜ୍ୟ ପାଇଁ ଚମତ୍କାର ସୁଯୋଗ ସବୁ ରହିଛି। ଏହି ସୁଯୋଗର ସମ୍ପୂର୍ଣ୍ଣ ସଦୁପଯୋଗ କରାଇବା ଲାଗି ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ମଧ୍ୟ ସାହାଯ୍ୟ କରିବ ବୋଲି ମୋଦି କହିଥିଲେ l

ଅପରପକ୍ଷରେ ବୁଧବାର ବ୍ୟତୀତ ସପ୍ତାହର ବାକି ସବୁଦିନ ଚଳାଚଳ କରିବାକୁ ଥିବା ଏହି ଟ୍ରେନ୍‌ ୪ ଘଣ୍ଟା ୪୫ ମିନିଟରେ ୩୦୨ କିଲୋମିଟର୍‌ ଦୂରତ୍ବ ଅତିକ୍ରମ କରିବ ବୋଲି ଜଣା ପଡ଼ିଛି l

Leave a Reply

Your email address will not be published. Required fields are marked *