ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଯୋଗୁଁ ଘଟିଥିଲା ବାହାନଗା ରେଳ ଦୁର୍ଘଟଣା

ବାଲେଶ୍ବର : ଗତ ମାସ ଜୁନ୍ ୨ ତାରିଖରେ ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିବା  ମର୍ମନ୍ତୁଦ ଦୁର୍ଘଟଣାରେ  ଏପର୍ଯ୍ୟନ୍ତ  ୨୯୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଶିକାର ହୋଇଥିବା କିଛି ଲୋକ ଏବେ ବି ହସ୍ପିଟାଲରେ ଚିକିତ୍ସୀତ ହେଉଛନ୍ତି ।  ତେବେ ଏହାରି ଭିତରେ ଟ୍ରେନ୍ ଦୁର୍ଘଟଣାକୁ ନେଇ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ସିଗନାଲ୍ ଓ ଟେଲିକମ୍‌ ଡିପାର୍ଟମେଣ୍ଟର ଏକାଧିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ରେଲୱେ ସୁରକ୍ଷା କମିଶନର (ସିଆର୍‌ଏସ୍‌) ରେଳବୋର୍ଡ ନିକଟରେ ଦାଖଲ କରିଥିବା ରିପୋର୍ଟରୁ ଜଣାପଡ଼ିଛି। ଏପରି କି ରିପୋର୍ଟରେ ଏହି ଦୁର୍ଘଟଣା ପାଇଁ ବାହାନଗା ବଜାର ଷ୍ଟେସନ ମାଷ୍ଟର ଏସ୍‌.ବି ମହାନ୍ତିଙ୍କ ଅବହେଳାକୁ ମଧ୍ୟ ଦାୟୀ କରାଯିବା ସହିତ ସିଆର୍‌ଏସ୍‌ ତଦନ୍ତ ରିପୋର୍ଟରେ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ୍ ପଦ୍ଧତିରେ ତ୍ରୁଟି ଥିବା ଦର୍ଶାଯାଇଛି। ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ୍ ପରିବର୍ତ୍ତନ କଲେ ୧୪ ସେକେଣ୍ଡରେ ସିଗନାଲ ପରିବର୍ତ୍ତନ ହେବା କଥା। ହେଲେ ଦୁର୍ଘଟଣା ଦିନ ସିଗନାଲ ପରିବର୍ତ୍ତନ ପାଇଁ ୩୭ ସେକେଣ୍ଡ ସମୟ ନେଇଥିଲା। ଏପରି ତ୍ରୁଟି ପାଇଁ ଷ୍ଟେସନ ମାଷ୍ଟର ଏସ୍‌.ବି ମହାନ୍ତିକୁ ଦାୟୀ କରାଯାଇଛି। ନିୟମ ଅନୁସାରେ, ଏହି ପରିବର୍ତ୍ତନ ନେଇ ଷ୍ଟେସନ ମାଷ୍ଟର ରିପୋର୍ଟ କରି କରମଣ୍ଡଳ ଏକ୍ସପ୍ରେସକୁ ରୋକିବାର ଥିଲା। ହେଲେ ଷ୍ଟେସନ ମାଷ୍ଟର ଏହା କରି ନଥିଲେ। ଫଳରେ ଏତେ ବଡ଼ ଦୁର୍ଘଟଣା ଘଟି ଏତେ ଲୋକଙ୍କ ଜୀବନ ଚାଲିଗଲା

Leave a Reply

Your email address will not be published. Required fields are marked *