ଦିଲ୍ଲୀ:ଭାରତୀୟ କୁସ୍ତିର ବିବାଦୀୟ ସମୟ ଜାରି ରହିଛି। ଆଗାମୀ ଏସୀୟ କ୍ରୀଡାରେ କୁସ୍ତି ଦଳର ଅଂଶଗ୍ରହଣକୁ ନେଇ ଖେଳାଳି ମାନେ ଏବେ ବି ଅନିଶ୍ଚିତତା ଭିତରେ ରହିଛନ୍ତି । ତେବେ ଏହା ଭିତରେ ଭାରତୀୟ ଅଲମ୍ପିକ ଆସୋସିଏସନର ଆଡ଼ହକ୍ କମିଟି ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛି। ଅଲିମ୍ପିକ୍ ପଦକ ବିଜେତା ବଜରଙ୍ଗ ପୁନିଆ ଏବଂ ବିଶ୍ୱ ଚାମ୍ପିଅନସିପ୍ ପଦକ ବିଜେତା ଭିନେଶ ଫୋଗାଟଙ୍କୁ ସଂଘ ଦ୍ୱାରା ଏସିୟାନ ଗେମ୍ସ ଟ୍ରାଏଲରୁ ବାଦ୍ ଦିଆଯାଇଛି। ।
ଯାହା ଫଳରେ ପୁରୁଷ 65 ବର୍ଗର ଖେଳାଳି ଏବଂ ମହିଳା 53 କିଲୋଗ୍ରାମ ବର୍ଗର ବହୁ ଖେଳାଳି ଏହି ନିଷ୍ପତ୍ତିରେ ନିରାଶ ହୋଇଛନ୍ତି । ଆଏଓର ଏହି ନିଷ୍ପତ୍ତିକୁ ବିରୋଧ କରି ଦୁଇ ଭାରତୀୟ ରେସଲର ଅନ୍ତିମ ପାଙ୍ଗଲ ଏବଂ ସୁଜିତ କାଲକାଲ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ତ ହୋଇଛନ୍ତି । ସେହିପରି ଗତ ଗୁରୁବାର ଅନେକ କୁସ୍ତିଯୋଦ୍ଧା ଆଇଓଏ ମୁଖ୍ୟାଳୟରେ ପହଞ୍ଚି ନ୍ୟାୟ ଦାବି ମଧ୍ୟ କରିଛନ୍ତି । ଅନ୍ତିମ୍ ପୋଗଲ ଏବଂ ସୁଜିତଙ୍କ ପିଟିସନକୁ ଆଧାର କରି ହାଇକୋର୍ଟ ଆଏଓକୁ ପ୍ରଶ୍ନ କରିଛନ୍ତି ଯେ କେଉଁ ଆଧାରରେ ଏହି ଦୁଇ କୁସ୍ତିଯୋଦ୍ଧାଙ୍କୁ ଟ୍ରାଏଲରୁ ବାଦ୍ ଦିଆଯାଇଛି । ସେହିପରି ଆଏଓ ଏହି ମାସ 23 ତାରିଖରେ ଓସିଓ କୁ ପଠାଇବାକୁ ଯାଉଛି । ତେବେ ସୂଚନା ମୁକାବକ ବର୍ତ୍ତମାନ ବଜରଙ୍ଗ ପୁନିଆ ଏବଂ ଭିନେଶ ଫୋଗଟ ଅଲଗା ଅଲଗା ସ୍ଥାନରେ ଅଭ୍ୟାସ ଜାରି ରଖିଛନ୍ତି ।