ପଦ୍ମ ଛାଡି ଶଙ୍ଖ ଧରିଲେ ବଲାଙ୍ଗୀର ଜିଲ୍ଲା ସଭାପତି ପ୍ରଭାସ ପାଣିଗ୍ରାହୀ…

ଭୁବନେଶ୍ଵର;ବିଜେଡ଼ିରେ ଯୋଗଦେଲେ ବଲାଙ୍ଗୀର ଜିଲ୍ଲା ସଭାପତି ପ୍ରଭାସ ପାଣିଗ୍ରାହୀ । ସେ ଦୀର୍ଘ ୩୬ ବର୍ଷ ଧରି ବିଜେପିରେ ରହିଥିଲେ ।  ପୁର୍ବରୁ ସେ ବଲାଙ୍ଗୀର ଜିଲ୍ଲାର ସଭାପତି ଓ ବିଜେପିର ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ରହିଥିଲେ ।  ଭାଜପା ଦଳ ତାଙ୍କୁ ଅଣ ଦେଖା କରିଥିବାରୁ ସେ ଆଜି ବିଜେଡ଼ିରେ ଯୋଗଦାନ କରିଛନ୍ତି ।ଭୁବନେଶ୍ବର ସ୍ଥିତ ବିଜେଡିର ମୁଖ୍ୟ କାର୍ଯ୍ୟାଳୟ  ଶଙ୍ଖ ଭବନରେ ଆୟୋଜିତ ମିଶ୍ରମ ପର୍ବରେ ପ୍ରଭାସ ପାଣିଗ୍ରାହି ଓ ତାଙ୍କ ସମର୍ଥକ ମାନେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡ଼ିରେ ସାମିଲ ହୋଇଥିବା ଅନ୍ୟ ନେତା ମାନେ ହେଉଛନ୍ତି  ସୌରମ୍ୟ ବବିଚ ଏବଂ ବିନୋଦ ବିହାରି ନାଗ । ତେବେ ଏମାନଙ୍କୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦଳ ପକ୍ଷରୁ ସ୍ବାଗତ କରିଛନ୍ତି  ।
ବିଜେଡ଼ିରେ ଯୋଗ ଦେବାପରେ ପ୍ରଭାସ କହିଛନ୍ତି ସମଗ୍ର  ଆଗକୁ ଦଳରେ ସେ ଭାଇ ପରି ସେବା କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଉଛନ୍ତି କଂଗ୍ରେସ ମୁକ୍ତ ଭାରତ. ହେଲେ ବଲାଙ୍ଗୀରରେ କଂଗ୍ରେସ ଯୁକ୍ତ ବିଜେପି । ସେଥିପାଇଁ ସେ ଦଳ ଛାଡିଛନ୍ତି ବୋଲି ସେ କହିଛନ୍ତି । ବିଜେପିରୁ ଗୋପଳଜୀ ପାଣିଗ୍ରାହୀ ଟିକେଟ ପାଇବା ପରେ ପ୍ରଭାସ ଅସନ୍ତୋଷ ପ୍ରକାଶ କରି ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି ବୋଲି ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *