ଜଳୁଛି ବାଲାଂଦେଶ : ପରିସ୍ଥିତି ଉପରେ ନଜର ରଖିଛି ଭାରତ, ସର୍ବଦଳୀୟ ବୈଠକରେ କାର୍ଯ୍ୟପନ୍ଥା ସ୍ଥିର

ନୂଆଦିଲ୍ଲୀ : ପଡୋଶୀ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ନେଇ  ଆଜି ଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ଏକ ବୈଠକର ବସିଯାଇଛି।  କିଛି ମିନିଟ୍ ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ସରିଛି। ବିଶେଷ କରି  ବାଂଲାଦେଶରେ ରାଜନୈତିକ ଅସ୍ଥିରତା  ଆମ ଦେଶ ଉପରେ କଣ ପ୍ରଭାବ ପକାଇବ। ଏଥି ସହିତ ରାଷ୍ଟ୍ର ଭାବେ କେଉଁ ପଦକ୍ଷେପ ନିଆଯାଉଛି। ଆଗାମୀ ଦିନରେ କି ପଦକ୍ଷେପ ନିାଯିବ, ସେ ନେଇ ଆଲୋଚନା କରାଯାଇଛି। ସଂସଦ ଭବନ ପରିସରରେ ବସିଥିବା ସର୍ବଦଳୀୟ ବୈଠକରେ ଦେଶର ରାଜନୈତିକ ଦଳମାନଙ୍କର ପ୍ରତିନିଧି ଯୋଗ ଦେଇଥିଲେ। ବୈଠକରେ ସାମିଲ ହୋଇଥିବା ସବୁ ଦଳର ନେତାଙ୍କୁ ବାଂଲାଦେଶ ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର। ବାଂଲାଦେଶରୁ ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଆଣିବା ଉପରେ ଗୁରୁତ୍ବ ଦିଆଯାଇଛି। ଏହାସହ ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କର କହିଛନ୍ତି, ଶେଖ ହସିନାଙ୍କୁ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ଏହି ବୈଠକରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେ ସାମିଲ ହୋଇଥିଲେ। ବାଂଲାଦେଶ ପରିସ୍ଥିତି ସମ୍ପର୍କରେ ସରକାର ଠିକ୍ ସମୟରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ଜୟଶଙ୍କର ସାଂସଦମାନଙ୍କୁ କହିଛନ୍ତି। ଜୟଶଙ୍କର ଆହୁରି ବି କହିଛନ୍ତି ଯେ ତାଙ୍କ ଭବିଷ୍ୟତ କାର୍ଯ୍ୟ ବିଷୟରେ କେନ୍ଦ୍ରକୁ ଜଣାଇବାକୁ ସେମାନେ ବର୍ତ୍ତମାନ ଦିଲ୍ଲୀରେ ଥିବା ଶେଖ ହସିନାଙ୍କୁ ସମୟ ଦେବାକୁ ଚାହୁଁଛନ୍ତି। ପ୍ରତି ମୂହୁର୍ତ୍ତରେ ବଦଳୁଥିବା  ପରିସ୍ଥିତି ଉପରେ ସରକାର ନଜର ରଖାଯାଇଛି।  ବାଂଲାସେନା ସହ ଯୋଗାଯୋଗରେ ଅଛନ୍ତି। ଏହି ସେନା ସହଯୋଗରେ ହିଁ  ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ହେବାକୁ ଯାଉଛି। ପଡୋଶୀ ରାଷ୍ଟ୍ରରେ ଭାରତୀୟ ନାଗରିକ ତଥା ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ। ଭାରତ ଗୁରୁତ୍ୱାରୋପ କରିଛି।  ବାଂଲାଦେଶରେ ଥିବା ୮ହଜାର ଛାତ୍ରଛାତ୍ରୀ ଭାରତ ଫେରିଥିବା ବେଳେ ଅନ୍ୟ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଉପରେ ଗୁରୁତ୍ବ ଦିଆଯାଇଛି।ବୈଠକରେ ଏସ ଜୟଶଙ୍କରଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *