ବାଂଲାଦେଶ ହିଂସା; ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ଶେଖ ହସିନା …

ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସା ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଦେଶରେ ବିଭିନ୍ନ ସ୍ଥାନରେ ସାନି ହିଂସା ଯୋଗୁ ସୋମବାର ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଯାହାକୁ ନେଇ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିପକ୍ଷରେ ପ୍ରତିବାଦ ହେବା ପରେ। ସୋମବାର ପ୍ରଧାନମନ୍ତ୍ରୀ ଶେଖ ହସିନା ତୁରନ୍ତ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପରେ ସେ ଦେଶର ରାଜଧାନୀ ଢ଼ାକା ଛାଡ଼ିଛନ୍ତି। ସୂଚନାଯୋଗ୍ୟ ସେ ଦେଶ ଛାଡ଼ିବା ପରେ ତ୍ରିପୁରାର ରାଜଧାନୀ ଅଗରତାଲା ହେଲିକ୍ୟାପ୍ଟର ଯୋଗେ ଗସ୍ତ କରିଛନ୍ତି।
ବାଂଲାଦେଶରେ ଗତ ମାସରେ ସଂରକ୍ଷଣ ବିରୋଧୀ ହିଂସା ଆରମ୍ଭ ହୋଇଥିଲା। ସ୍ଵାଧୀନତା ସଂଗ୍ରାମୀ ପରିବାରଗୁଡ଼ିକୁ ସରକାରୀ ଚାକିରି କ୍ଷେତ୍ରରେ ମାତ୍ରାଧିକ ସଂରକ୍ଷଣ ସୁବିଧା ଦିଆଯାଉଥିବାରୁ ଏହା ବିରୋଧରେ ଦେଶବ୍ୟାପୀ ହିଂସାତ୍ମକ ଆନ୍ଦୋଳନ ସୃଷ୍ଟି ହୋଇଥିଲା। ଏଥିରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଂଲାଦେଶ ସୁପ୍ରିମକୋର୍ଟ ସଂରକ୍ଷଣ ସୀମାକୁ ହ୍ରାସ କରିବା ପରେ ହିଂସା ଥମି ଥିଲା। ହେଲେ ବର୍ତ୍ତମାନ ପରିସ୍ଥିତିରେ ପ୍ରଧାମନ୍ତ୍ରୀଙ୍କ ଇସ୍ତଫା ଦେଇ ଦେଶ ଛାଡିଛନ୍ତି।