ବାରବାଟୀ ଆଉ ନଦେଖି ପାରେ ଅନ୍ତଃରାଷ୍ଟ୍ରୀୟ ମ୍ୟାଚ,ପୁଣି ଥରେ ବିଦେଶୀଙ୍କ ଆଗରେ କଟିଲା ନାକ

କଟକ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୯ ତାରିଖରେ ହୋଇଥିବା ଦିନିକିଆ ମ୍ୟାଚକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଓ ବିତର୍କ। ୪ ୱିକେଟରେ ଏହି ମ୍ୟାଚକୁ ଜିତିଥିବା ଭାରତୀୟ ଦଳ କିନ୍ତୁ ବାରବାଟୀରେ ଖୁସି ନଥିଲେ। ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ଯେ ମ୍ୟାଚ ତ ଜିତିଲେ କିନ୍ତୁ ଖୁସି କାହିଁ ନଥିଲେ? ସୂଚନାଯୋଗ୍ୟ ଅଧିନାୟକ ରୋହିତ ଶର୍ମା ଗୋଟିଏ ପଟେ ବିସ୍ଫୋରକ ବ୍ୟାଟିଂ କରି ପରିବେଶକୁ ଗରମ କରିବା ବେଳକୁ ଠିକ୍ ସେତିକି ବେଳେ ପୂର୍ବ-ଦକ୍ଷିଣ ପାର୍ଶ୍ଵ ର ନ୍ୟୁ ପାଭିଲିୟନ୍ ଉପର ଫ୍ଲଡ୍ ଲାଇଟ୍ ହଠାତ ଲିଭି ଯାଇଥିଲା। ଜେନେରେଟର ଫେଲ ହେବାରୁ ଏଭଳି ସମସ୍ୟା ଉପୁଜି ଥିଲା ।

ପାଖାପାଖି ୩୭ ମିନିଟ ମଧ୍ୟରେ ଆୟୋଜକ ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ପକ୍ଷରୁ ନୂଆ ଜେନେରେଟର ଲଗା ଯାଇ ପୁଣି ଲାଇଟ୍‌କୁ ଠିକ୍ କରାଯାଇଥିଲା। ୩୭ ମିନିଟ ଖେଳାଳି ଲାଇଟକୁ ଅପେକ୍ଷା କରି ରହିଥିଲେ ଯାହା କ୍ରିକେଟ ଇତିହାସରେ ଏକ ମାଇଲ ଖୁଣ୍ଟ ହୋଇ ରହିଗଲା। ସେହିପରି ପୂର୍ବରୁ ୨୦୧୭ରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ରେ ମାତ୍ର ୯୨ ରନ କରି ଆଲାଉଟ ହୋଇଥିବାରୁ ଓଡ଼ିଆ ଦର୍ଶକ ମାନେ ଭାରତୀୟ ଖେଳାଳିଙ୍କ ଉପରକୁ ପାଣି ବୋତଲ ମାଡ ଯୋଗୁ ଖେଳ ବେଶ କିଛି ସମୟ ଅଟକି ଥିଲା । ଏବେ ପୁଣି ଫ୍ଲଡ୍ ଲାଇଟ୍‌ରେ ସମସ୍ୟା ଯୋଗୁ ଖେଳ ବନ୍ଦ ରହିଥିଲା । ଲାଇଟ୍ ସମସ୍ୟାକୁ ନେଇ ଅଧିନାୟକ ରୋହିତ ଶର୍ମା ରାଗି ଯାଇଥିଲେ। ୧୦ ମିନିଟ୍ ପିଚ୍‌ରେ ଅପେକ୍ଷା କରି ଶେଷରେ ଡ୍ରେସିଂରୁମ୍‌କୁ ଫେରିଲେ। ଇଂଲଣ୍ଡ ଖେଳାଳି ମଧ୍ୟ ଡ୍ରେସିଂ ରୁ ମକୁ ଫେରିଥିଲେ ।

ବାରବାଟୀ ଷ୍ଟାଡିୟମ୍‌ରେ ଏଭଳି ଅଭାବନୀୟ ଦୃଶ୍ୟକୁ ବିସିସିଆଇ ଓ ଓଡ଼ିଶା କ୍ରିକେଟ ଆସୋସିଏସନ୍‌କୁ ସାମାଜିକ ଗଣମାଧ୍ୟମରେ କଡ଼ା ସମାଲୋଚନା କରାଯାଇଛି। ଏପରି ଘଟଣା ଥରେ ନୁହେଁ ଦୁଇ ଦୁଇ ଥର ବାରବାଟୀ ଭଳି ପଡ଼ିଆରେ ଦେଖିବାକୁ ମିଳିଛି। ଯାହାଦ୍ବାରା
ଖେଳାଳି ବିରକ୍ତି ମଧ୍ୟ ପ୍ରକାଶ କରିଥିବାର ଦେଖାଦେଇଛି। ଦୀର୍ଘ ୮ ବର୍ଷ ପରେ ପୁଣି ଥରେ ଭାରତୀୟ ଖେଳାଳିଙ୍କୁ ବିଦେଶୀଙ୍କ ଆଗରେ ଅସମ୍ମାନିତ ହେବାକୁ ପଡ଼ିଛି। ତେବେ ଏହା ପଛରେ ହାତ କାହାର ରହିଛି ଯେତିକି ବଡ଼ ପ୍ରଶ୍ନ ନୁହେଁ ଆଉ ବାରବାଟୀକୁ ମ୍ୟାଚ ଫେରିବକି ନାହିଁ ଏସମୟର ସବୁଠୁ ବଡ ପ୍ରଶ୍ନ ?

Leave a Reply

Your email address will not be published. Required fields are marked *