ଦିଗପହଣ୍ଡି ବସ୍ ଦୁର୍ଘଟଣା ; ଘରୋଇ ବସରେ ନଥିଲା ପରମିଟ୍ କି ବୀମା
ଭୁବନେଶ୍ବର ;ଦିଗପହଣ୍ଡି ବସ୍ ଦୁର୍ଘଟଣାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟ କର ତଥ୍ୟ । ଘରୋଇ ବସରେ ନଥିଲା ପରମିଟ୍ କି ଇଂସୋରେଂସ । ଆଜି ଭୋରରୁ ଗଞ୍ଜାମ ଦିଗପହଣ୍ଡି ଠାରେ ହୋଇଥିବା ବସ ଦୁର୍ଘଟଣାରେ 12 ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ଜଣା ପଡିଛି OSRTC ବସ୍ ଓ ବ୍ରହ୍ମପୁରରୁ ଏକ ଭୋଜି ପାଇଁ ଆସି ଖଣ୍ଡଦେଉଳି ଫେରୁଥିବା ଘରୋଇ ବସ୍ ମଧ୍ୟରେ ଏହି ମୁହାଁମୁହିଁ ଧକ୍କା ହୋଇଛି । ଯେଉଁଥିରେ ଏକ ଚାଞ୍ଚଲ୍ୟ କର ତଥ୍ୟ ସାମ୍ନାକୁ ଆସିଛି । ଦୁର୍ଘଟଣାଗ୍ରସ୍ତ ଘରୋଇ ବସରେ ନଥିଲା ପରମିଟ୍ କି ଇଂସୋରେଂସ ତେବେ ରାତିରେ ଏହି ବସକୁ ଚଳପ୍ରଚଳ କରିବାକୁ ପରିମିସନ ଦେଲା କିଏ ଏବେ ଏହା ବଡ଼ ପ୍ରଶ୍ନ । ତେବେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରାକାଶ କରିବା ସହ ମୃତକଙ୍କ ପରିବାରକୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ସେହିପରି ପ୍ରଧାନ ମନ୍ତ୍ରୀ ମଧ୍ୟ ଏହି ଘଟଣାରେ ମୃତକଙ୍କ ପାଇଁ ଶୋକ ପ୍ରକାଶ କରିବା ସହ ମୃତକଙ୍କ ସଂପର୍କୀୟକଙ୍କୁ ୨ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରଯାଇଛି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି ପକ୍ଷରୁ ଏହି ସହାୟତା ଘୋଷଣା କରାଯାଇଛି। ଏଥି ସହ ପ୍ରତି ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।