ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତର ୧୫ ଜଣିଆ ଦଳ ଘୋଷଣା:ରୋହିତ କ୍ୟାପଟେନ, ଦଳରୁ ବାହାରିଲେ ସିରାଜ

ନୂଆଦିଲ୍ଲୀ : ଚାମ୍ପିଅନ୍ସ ଟ୍ରଫି ପାଇଁ ଦଳ ଘୋଷଣା କଲା ଭାରତ। ଶନିବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି (ବିସିସିଆଇ)। ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ପୂର୍ବ ଭଳି ରୋହିତ ଶର୍ମାଙ୍କୁ ଅଧିନାୟକ ରଖାଯାଇଛି। ସେହିପରି ଏହି ଦଳରେ ଶୁଭମନ ଗିଲଙ୍କୁ ଉପ ଅଧିନାୟକ ପଦ ମିଳିଚି। ବିସିସିଆଇର ଚୟନ କମିଟି ଦ୍ୱାରା ଘୋଷିତ ଦଳରେ ଦ୍ରୁତ ବୋଲର ଜସପ୍ରୀତ ବୁମରାହ ଏବଂ ମହମ୍ମଦ ଶାମି ଏବଂ କୁଲଦୀପ ଯାଦବଙ୍କୁ ସ୍ଥାନ ଦିଆଯାଇଛି।
ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତର ୧୫ ଜଣିଆ ଦଳ
ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ (ଉପ-ଅଧିନାୟକ),ବିରାଟ କୋହଲି,ଯଶସ୍ୱୀ ଜୟସୱାଲ,ଶ୍ରେୟସ ଆୟର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା,ଜସପ୍ରୀତ ବୁମରାହ,ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ଶାମି, ରିଷଭ ପନ୍ତ ,ରବିନ୍ଦ୍ର ଜାଡେଜା ଅର୍ଶଦୀପ ସିଂହ।