ଡବ୍ଲ୍ୟୁଟିସି ଫାଇନାଲ ପାଇଁ ଭାରତୀୟ ଦଳ ଘୋଷଣା : ପନ୍ଥ,ଶ୍ରେୟସଙ୍କ ସହ ବୁମରା ବାଦ୍

ଭୁବନେଶ୍ବର; ରୋହିତ ଶର୍ମାଙ୍କ ଅଧିନାୟତ୍ବରେ ଭାରତୀୟ ଦଳ ଇଂଲଣ୍ଡର ଓଭାଲଠାରେ ଖେଳିବ ବିଶ୍ବ ଟେଷ୍ଟ ଚାମ୍ପିୟାନସିପ ଫାଇନାଲ। ତେଣୁ ଏଥି ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ପରିସଦ ତରଫରୁ ୧୫ ଜଣିଆ ଦଳ ଘୋଷଣା କରାଯାଇଛି ।
ଅଜିଙ୍କ୍ୟ ରାହାନେ ଏବଂ କେ.ଏଲ୍ ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ଦେଖାଯାଇଥିବାବେଳେ ଶ୍ରେୟସ୍ ଆୟର ଏବଂ ଜସପ୍ରୀତ ବୁମ୍ରାଙ୍କୁ ଆଘାତ କାରଣରୁ ବାଦ୍ ଦିଆଯାଇଛି । । ଚଳିତ ବର୍ଷ ଜୁନ୍ ୭ ରୁ ଇଂଲଣ୍ଡର ଓଭାଲରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲୁଟିଏସି) ଫାଇନାଲ୍ ପାଇଁ ଭାରତୀୟ ଦଳ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି । ଅଷ୍ଟ୍ରେଲିଆ ସିରିଜର ଶେଷ ଦୁଇଟି ଟେଷ୍ଟରୁ ଓହରିଯିବା ପରେ କେଏଲ ରାହୁଲ ଦଳକୁ ଫେରିବା ଏକ ଭଲ ଖବର ହୋଇଥିବାବେଳେ ରିସବ ପନ୍ଥଙ୍କ ଅନୁପସ୍ଥିତି ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇପାରେ ।

୧୫ ମାସ ପରେ ରହାନେ ଭାରତୀୟ ଦଳକୁ ଫେରିଛନ୍ତି। ସେ ଜାନୁଆରୀ ୨୦୨୨ ରେ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜରେ ଶେଷ ଥର ପାଇଁ ଧଳା କପଡାରେ ନଜର ଆସିଥିଲେ । ଆଇପିଏଲରେ ରାହାଣେଙ୍କ ପଦର୍ଶନ ଏବଂ ଫର୍ମ ହିଁ ତାଙ୍କ ପ୍ରତ୍ୟାବର୍ତ୍ତନ ପଛରେ ସବୁଠାରୁ ବଡ କାରଣ ବୋଲି କୁହାଯାଇପାରିବ । ସେହିପରି ଦଳରେ ଅନ୍ୟ ସଦସ୍ୟଙ୍କ ଅନୁପସ୍ଥିତି ରାହାଣେଙ୍କୁ ଆଉ ଏକ ସୁଯୋଗ ପ୍ରଦାନ କରିବ । ପିଠିରେ ଆଘାତ କାରଣରୁ ଜସପ୍ରିତ ବୁମରାହାଙ୍କ ନ ଖେଳିବା ଦଳ ପାଇଁ ଚିନ୍ତାର କାରଣ । ମହମଦ୍ ଶାମି ଏବଂ ମହମଦ୍ ସିରାଜ ବୋଲିଂର ଭାର ସମ୍ଭାଳିବେ ।

ଭାରତୀୟ ଦଳ: ରୋହିତ ଶର୍ମା ( ଅଧିନାୟକ), ଶୁଭମନ ଗିଲ୍‌, ଚେତେଶ୍ବର ପୂଜାରା , ବିରାଟ କୋହଲି, ଆଜିଙ୍କ୍ୟ ରାହେଣେ , କେଏଲ ରାହୁଲ, କେଏସ. ଭରତ, ରବିଚନ୍ଦ୍ରନ ଅଶ୍ବିନୀ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ସର୍ଦ୍ଦୁଲ ଠାକୁର, ମହମ୍ମଦ ସାମ୍ମୀ, ମହମ୍ମଦ ସିରାଜ୍‌, ଉମେଶ ଯାଦବ, ଜୟଦେବ ଉନାଦକଟ ।

Leave a Reply

Your email address will not be published. Required fields are marked *