ବିସିସିଆଇ ବୃଦ୍ଧି କଲା ପାରିଶ୍ରମିକ ; ପୁରୁଷ ଓ ମହିଳାଙ୍କୁ ସମାନ ଦରମା

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ରବିବାର ଘରୋଇ ପ୍ରତିଯୋଗିତାଗୁଡ଼ିକ ପାଇଁ ପୁରସ୍କାର ରାଶି ବୃଦ୍ଧି କରିଛି। ଏନେଇ ବିସିସିଆଇ ସଂପାଦକ ଜୟ ଶାହା ଘୋଷଣା କରିଛନ୍ତି। ବିସିସିଆଇ ଚଳିତ ବର୍ଷର ରଣଜୀ ଟ୍ରଫି ବିଜେତାଙ୍କ ପାଇଁ ୫ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବେ। ଏହି ବର୍ଷ ବିଜେତା ୨ କୋଟି ଟଙ୍କାର ଚେକ୍‌ ପାଇଥିବା ବେଳେ ଏବେ ଏହାକୁ ୫ କୋଟି କରିଦିଆ ଜାଇଛି । ସେହିପରି ଉପବିଜେତା ଏବଂ ପରାଜିତ ସେମିଫାଇନାଲିଷ୍ଟ ଯଥାକ୍ରମେ ୩ ଓ ୧ କୋଟି ଟଙ୍କା ପୁରସ୍କାର ରାଶି ପାଇବେ। ସେହିପରି ସିନିୟର ମହିଳା ବିଜେତା ୬ ଲକ୍ଷ ପରିବର୍ତ୍ତେ ଚଳିତ ବର୍ଷରୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଗ୍ରହଣ କରିବେ। ରଣଜୀ ଟ୍ରଫି ବ୍ୟତୀତ ଈରାନୀ କପ୍‌ ବିଜେତାଙ୍କ ପୁରସ୍କାର ରାଶି ପରିମାଣ ମଧ୍ୟ ଦୁଇଗୁଣା କରିଛି (ବିସିସିଆଇ)।ପୂର୍ବରୁ ଏହା ୨୫ ଲକ୍ଷ ରହିଥିଲା ବେଳେ ୫୦ ଲକ୍ଷକୁ ବୃଦ୍ଧି ପାଇଛି। ତେବେ ଆଗରୁ ଉପବିଜେତାଙ୍କ(ରନର୍ସଅପ୍) ପାଇଁ କୌଣସି ପୁରସ୍କାର ବ୍ୟବସ୍ଥା ନଥିଲା । କିନ୍ତୁ ଏବେ ଏହାକୁ ୨୫ ଲକ୍ଷ କରାଯାଇଛି। ଘୋଷଣା କରାାଯାଇ ଥିବା ନୂଆ ବ୍ୟବସ୍ଥା ଅନୁଯାୟୀ ଦଲୀପ ଟ୍ରଫି ଏବଂ ବିଜୟ ହଜାର ଟ୍ରଫି ବିଜେତା ଦଳକୁ ୧ ‌କୋଟି, ଉପବିଜେତା ଦଳକୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯିବ । ତେବେ ଦେଓଧର ଟ୍ରଫି ବିଜେତାକୁ ୪୦ ଲକ୍ଷ, ଫାଇନାଲ୍‌ରେ ହାରିଥିବା ଦଳକୁ ୨୦ ଲକ୍ଷ ଟଙ୍କା ମିଳିବାକୁ ଥିଲା ବେଳେ ସୟଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫି ବିଜେତାକୁ ୮୦ ଲକ୍ଷ ଏବଂ ଫାଇନାଲ୍‌ରେ ପରାଜିତ ଦଳକୁ ୪୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ଭାରତାୀୟ କ୍ରକେଟ ପରିଷଦ ନିଷ୍ପତି ନେଇଛି । ପୁରୁଷଙ୍କ ଭଳି ମହିଳା କ୍ରିକେଟ୍‌କୁ ମଧ୍ୟ ଗୁରୁତ୍ବ ଦିଆଯାଇଛି। ସିନିୟର ମହିଳା ଦିନିକିଆ ଟ୍ରଫି ବିଜେତାକୁ ୫୦ ଲକ୍ଷ ଏବଂ ଉପବିଜେତାକୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ସେହିପରି ସିନିୟର ମହିଳା ଟି-୨୦ ଟ୍ରଫି ବିଜେତାକୁ ୪୦ ଲକ୍ଷ ଏବଂ ରନର୍ସଅପ୍ ଦଳକୁ ୨୦ ଲକ୍ଷ ଟଙ୍କା ମିଳିବ। ଘରୋଇ ପ୍ରତିଯୋଗିତାଗୁଡ଼ିକର ପୁରସ୍କାର ରାଶିରେ ବୃଦ୍ଧି ଘୋଷଣା କରିଥିବାରୁ ମୁଁ ବିଶେଷ ଆନନ୍ଦିତ ବୋଲି ଟ୍ବିଟ୍‌ କରିଛନ୍ତି ବିସିସିଆଇ ସଂପାଦକ ଜୟ ଶାହା।

Leave a Reply

Your email address will not be published. Required fields are marked *