ବିସିସିଆଇ ବର୍ଷକୁ ୨୩୦ ମିଲିଅନ୍‌ ଡଲାର ଆୟ କରିବା ନେଇ ଆକଳନ କଲା ଆଇସିସିର ଆର୍ଥିକ ନୀତି

ମୁମ୍ବାଇ: ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି)ର ନୂଆ ଆର୍ଥିକ ନୀତି ଅନୁଯାୟୀ ବିଶ୍ବରେ ବିସିସିଆଇ ସବୁଠୁ ଧନୀ କ୍ରିକେଟ୍‌ ବୋର୍ଡ ଭାବେ ନ ିଜର ପ୍ରଭାବ ବିଶ୍ବ କ୍ରିକେଟ୍ ପରିଷଦ ଆଗରେ ବଜାୟ ରଖିବ ।   ନୂଆ ମଡେଲ୍‌ ଅନୁସାରେ ଆଇସିସିର ବାର୍ଷିକ ଆୟର ପାଖାପାଖି ୪୦ ପ୍ରତିଶତ ବିସିସିଆଇ ପକେଟ୍‌କୁ ଆସିବ ।  ଆଇସିସି ଦ୍ବାରା ପ୍ରସ୍ତୁତ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ, ୨୦୨୪ରୁ ୨୦୨୭ ବର୍ଷ ମଧ୍ୟରେ (ଆଇସିସି)ଠୁ ୬୦୦ ମିଲିଅନ୍‌ ଡଲାରରୁ ବିସିସିଆଇ ପାଖାପାଖି ୨୩୦ ମିଲିଅନ୍‌ ଡଲାର ବା ପ୍ରାୟ ୨ହଜାର କୋଟି ଟଙ୍କା ଭାଗ ପାଇବ। ବିସିସିଆଇ ପଛକୁ ଦ୍ବିତୀୟ ସର୍ବାଧିକ ଆୟକାରୀ ବୋର୍ଡ ଭାବେ ଇଂଲଣ୍ଡ ରହିଛି। ମୋଟ୍‌ ଆୟର ୬.୮୯ ପ୍ରତିଶତ ଅର୍ଥାତ୍‌ ୪୧.୩୩ ମିଲିଅନ୍‌ ଡଲାର ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ ଆୟ କରିବ। ସେହିପରି କ୍ରିକେଟ୍‌ ଅଷ୍ଟ୍ରେଲିଆ ୩୭.୫୩ ମିଲିଅନ୍‌ ଡଲାର (୬.୨୫%) ସହିତ ତୃତୀୟ ସର୍ବାଧିକ ଆୟକାରୀ ହେବାକୁ ଯାଉଛି। ପାକିସ୍ତାନ କ୍ରିକେଟ୍‌ ବୋର୍ଡ ୩୪.୫୧ ମିଲିଅନ୍‌ ଡଲାର (୫.୭୫%) ଆୟ ସହ ଚତୁର୍ଥ ସ୍ଥାନରେ ରହିଛି।  ଆଇସିସିର କେବଳ ମିଡିଆ ଅଧିକାର ବିକ୍ରିରୁ ଆସିଥିବା ୩.୨ ବିଲିଅନ୍‌ ଡଲାର  ଆୟକୁ ଦେଖି ଏହି ବାର୍ଷିକ ଆୟର ଆକଳନ କରାଯାଇଛି।

Leave a Reply

Your email address will not be published. Required fields are marked *