ଆଇପିଏଲ୍ ଆଚରଣ ବିଧି ଉଲ୍ଲଂଘନ: ବିରାଟ,ଗୌତମ, ନବୀନଙ୍କୁ ଜୋରିମାନା

ଲକ୍ଷ୍ନୌ; ସୋମବାର ଲକ୍ଷ୍ନୌ ର ଏକାନା ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଆଣ୍ଟସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମ୍ୟାଚ୍ ସମୟରେ ଆଇପିଏଲ୍ ଆଚରଣ ବିଧି ଉଲ୍ଲଂଘନ ହୋଇଥିବା ଦେଖାଦେଇଛି । ବିରାଟ କୋହଲି, ଗୌତମ ଗମ୍ଭୀର ଏବଂ ନବୀନ-ଉଲ-ହକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିସିସିଆଇ । ଲେଭଲ୍ ୨ ଅଫେନ୍ସରେ ଦୋଷୀ ସାବ୍ୟସ୍ତ ହେବା ପରେ କୋହଲି, ଗମ୍ଭୀରଙ୍କୁ ସେମାନଙ୍କ ମ୍ୟାଚ୍ ଫି ୧୦୦% ଜୋରିମାନା ହୋଇଥିବାବେଳେ ନବୀନ-ଉଲ୍-ହକ୍ ତାଙ୍କ ଲେଭଲ୍ ୧ ଅପରାଧ ପାଇଁ ମ୍ୟାଚ୍ ଫି ର ୫୦% ହରାଇଛନ୍ତି। ଗମ୍ଭୀର, କୋହଲି ଏବଂ ନବୀନ ନିଜ ନିଜ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ବିସିସିଆଇର ଏହି ନିଷ୍ପତିକୁ ଗ୍ରହଣ ତରିଛନ୍ତି