ବିଷ ଦେଇ ଦେଲେ କି ପୁଟିନ୍ ?

ମସ୍କୋ: ରୁଷର ରାଷ୍ଟ୍ରପତି  ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ଭେଟିବା ପରେ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି ବେଲାରୁଷ୍‌ର ରାଷ୍ଟ୍ରପତି ଆଲେକ୍‌ଜେଣ୍ଡର୍‌ ଲୁକାସେଙ୍କୋ ।ତାଙ୍କୁ  ମସ୍କୋର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କଥା ବେଲାରୁଷ୍‌ ବିରୋଧୀ ନେତା ଭାଲେରି ସେପ୍‌କାଲୋ କହିଛନ୍ତି।

ସେପ୍‌କାଲୋଙ୍କ କହିବା ଅନୁସାରେ, ପୁଟିନ୍‌ଙ୍କୁ ଭେଟିବା ପରେ ଲୁକାସେଙ୍କୋଙ୍କୁ ମସ୍କୋର ‘ସେଣ୍ଟ୍ରାଲ୍‌ କ୍ଲିନିକାଲ୍‌ ହସ୍ପିଟାଲ୍‌’କୁ ନିଆଯାଇଛି। ସେ ସଙ୍କଟାପନ୍ନ ଅବସ୍ଥାରେ ଅଛନ୍ତି।

ପ୍ରାଥମିକ ସୂଚନା ଅନୁସାରେ, ପୁଟିନଙ୍କ ସହିତ ରୁଦ୍ଧଦ୍ବାର ବୈଠକ ପରେ ଲୁକାସେଙ୍କୋଙ୍କୁ ତତ୍‌କ୍ଷଣାତ୍‌ ମସ୍କୋର ‘ସେଣ୍ଟ୍ରାଲ୍‌ କ୍ଲିନିକାଲ୍‌ ହସ୍ପିଟାଲ୍‌’କୁ ନିଆଯାଇ ସେଠାରେ ତାଙ୍କର  ଚିକିତ୍ସା ଚାଲିଛି । ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ  ତତ୍ତ୍ବାବଧାନରେ ତାଙ୍କୁ ରଖାଯାଇଛି। ତାଙ୍କର ରକ୍ତ ପରିଷ୍କରଣ (ବ୍ଲଡ୍‌ ପ୍ୟୁରିଫିକେସନ୍‌) କରାଯାଇଛି। କିନ୍ତୁ, ସେ ଡାକ୍ତରଖାନାରୁ ଅଣାଯିବା ପରିସ୍ଥିତିରେ ନାହାନ୍ତି  ବୋଲି ସେପ୍‌କାଲୋ ଟୁଇଟ୍‌ କରି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କୁ ବିଷ ଦିଆଯାଇଛି ଏବଂ ସେଥିରେ କ୍ରେମ୍‌ଲିନ୍‌ ସମ୍ପୃକ୍ତ ଅଛି। କିନ୍ତୁ ଏପର୍ଯ୍ୟନ୍ତ  ତାଙ୍କ ଅସୁସ୍ଥ କାରଣ ପଛରେ କାହାର ହାତ ଅଛି  କିଛି ଜଣା ପଡିନାହିଁ ।

Leave a Reply

Your email address will not be published. Required fields are marked *