ପାଲେଷ୍ଟାଇନ୍‌କୁ ଦ୍ବିତୀୟ ଥର ସାହାର୍ଯ୍ୟ କଲା ଭାରତ

ଇସ୍ରାଏଲ୍‌ ଓ ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଭାରତ ଗତକାଲି ପାଲେ‌ଷ୍ଟାଇନ୍‌କୁ ଦ୍ବିତୀୟ ଥର ସହାୟତା ପ୍ରଦାନ କରିଛି। ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ‘ଏକ୍ସ’ ପୋଷ୍ଟରେ ଘୋଷଣା କରିଛନ୍ତି। ମନ୍ତ୍ରୀ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି, ପାଲେଷ୍ଟାଇନ୍‌ବାସୀଙ୍କ ନିମନ୍ତେ ଆମେ ମାନବୀୟ ସହାୟତା ପଠାଇବା ଜାରି ରଖିଛୁ। ୩୨ ଟନ୍‌ର ସହାୟତା ବହନ କରି ଭାରତୀୟ ବାୟୁସେନାର ବିମାନ ‘ସି ୧୭’ ଇଜିପ୍ଟର ଏଲ୍‌-ଏରିସ୍‌ ବିମାନ ବନ୍ଦର ଅଭିମୁଖେ ଉଡ଼ାଣ କରିଛି। ଏ ଏରିସ ବିମାନ ବନ୍ଦର ଗାଜା ଷ୍ଟ୍ରିପ୍‌କୁ ସଂଯୋଗ ଲାଗି ରହିଥିବା ରାଫ୍ ସୀମା ଠାରୁ ମାତ୍ର ୪୫ କିମି ଦୂର। ଅକ୍ଟୋବର ୨୨ରେ ଭାରତ ପ୍ରଥମ ପର୍ଯ୍ୟାୟରେ ପାଲେଷ୍ଟାଇନ୍‌କୁ ୩୮ ଟନ୍‌ ମେଡିକାଲ୍‌ ଓ ବିପର୍ଯ୍ୟୟକାଳୀନ ରିଲିଫ୍‌ ସାମଗ୍ରୀ ପଠାଇଥିଲା।

Leave a Reply

Your email address will not be published. Required fields are marked *