ଗୁଜରାଟୀ ବେପାରୀ ନେଇଯିବ ଆମ ବିମାନବନ୍ଦର…

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଖୁବଶୀଘ୍ର ଘରୋଇକରଣ ହେବାକୁ ଯାଉଛି। ଦେଶର ଏଗାରଟି ବିମାନବନ୍ଦର ସହ ଏହି ବିମାନ ବନ୍ଦର ଘରୋଇକରଣ ହେବ ବୋଲି ଜଣାପଡିଛି। ଏନେଇ ଖୁବଶୀଘ୍ର କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ନେବାକୁ ଯାଉଛି। ଏହି ଖବର ଜାତୀୟ ଗଣମାଧ୍ୟମରେ ମଧ୍ୟ ପ୍ରସାରିତ ହୋଇ ସାରିଛି। ତେବେ ଏହି ବିମାନ ବନ୍ଦରକୁ ଗୁଜରାଟୀ ବ୍ୟବସାୟୀ ଗୌତମ ଅଦାନୀ ଘରୋଇକରଣ ଜରିଆରେ ହାତେଇବାକୁ ଯାଉଛନ୍ତି। ଓଡ଼ିଶାରେ ଅଦାନୀଙ୍କ ବ୍ୟବସାୟିକ ସାମ୍ରାଜ୍ୟ ଥିବାରୁ ସେ ଆଗ୍ରହୀ ଥିବା ଜଣାପଡିଛି।