ସବୁ ସୁବିଧା ଥିବା ଭୁବନେଶ୍ୱର ଓଡ଼ିଶା ନୁହଁ

ଭଦ୍ରକ:(ଅମିତାଭ ଖିଲାର) –
ବାତ୍ୟାକୁ ନେଇ ତାଚ୍ଛଲ୍ୟ କରୁଥିବା ଭୁବନେଶ୍ୱରର ବନ୍ଧୁମାନଙ୍କୁ ଅନୁରୋଧ,’ଦାନା ବାତ୍ୟା’ ଓ ବାତ୍ୟା ପରବର୍ତ୍ତୀ ଲଗାଣ ବର୍ଷା ଭଦ୍ରକ ଜିଲ୍ଲାର କି କ୍ଷତି କରିଚାଲିଛି,ଥରେ ଖବର ରଖନ୍ତୁ।ଯଦି ସେହି ଜିଲ୍ଲାରେ କେହି ସଂପର୍କୀୟ ଥାଆନ୍ତି,ସେମାନଙ୍କଠୁ ବୁଝିକି କିଛି କୁହନ୍ତୁ।ଏବେ ବି ଲଗାଣ ବର୍ଷା ଲାଗିରହିଛି।ଅବସ୍ଥା ସାଂଘାତିକ ଆଡକୁ ଯାଉଛି।କିନ୍ତୁ ଦୁଃଖ ଓ ପରିତାପର ବିଷୟ,ବହୁ ଭୁବନେଶ୍ୱରିଆ ବନ୍ଧୁ ବାତ୍ୟା ‘ଦାନା’ ର ପ୍ରଭାବକୁ ନେଇ ଲଗାତାର ବିଭିନ୍ନ ତାଚ୍ଛଲ୍ୟ କରିବା ସହିତ ଟିଭି ଚ୍ୟାନେଲଗୁଡିକୁ ଆକ୍ଷେପ କରୁଛନ୍ତି।ସମ୍ଭବତଃ ଏହି ବନ୍ଧୁମାନେ କେବଳ ଭୁବନେଶ୍ୱରକୁ ସାରା ଓଡିଶା ବୋଲି ମନେକରନ୍ତି।
ଅସଲ କଥା ହେଉଛି,କିଛି ଭୁବନେଶ୍ୱରିଆ ବନ୍ଧୁ ବାତ୍ୟା,ବନ୍ୟା ଓ ଖରାପ ପାଗକୁ ସୁଯୋଗ ମନେକରି ଏକ ପ୍ରକାର ମଉଜ ମଜଲିସ ମାନସିକତାରେ ରହିଥାନ୍ତି।ଦାନା ବାତ୍ୟାକୁ ବି ସେମିତି ‘ବାତ୍ୟା ମଉଜ’ ଭାବରେ ନେଇ ସେଲିବ୍ରେସନ ଚକ୍କରରେ ଥିଲେ।ଦାନା  ଭୁବନେଶ୍ୱରରେ ତା’ର ପ୍ରଭାବ ନ ଦେଖାଇବା ଫଳରେ ସେମାନଙ୍କ ମୁଣ୍ଡ ବିଗିଡିଯାଇଛି।ତେଣୁ ସେମାନଙ୍କର ରାଗ ସେମାନେ ବାତ୍ୟା,ଟିଭି ଚ୍ୟାନେଲ୍ ଓ ଆଂକରଙ୍କ ଉପରେ ଶୁଝାଉଛନ୍ତି।
ଭାଇମାନଙ୍କୁ ଅନୁରୋଧ,ସେମାନେ ବୁଝିବାକୁ ଚେଷ୍ଟାକରନ୍ତୁ କି ଓଡିଶା କହିଲେ କେବଳ ଭୁବନେଶ୍ୱରକୁ ବୁଝାଏନାହିଁ।ଦେଢଶହ କିଲୋମିଟର ଦୂରରେ ଥିବା ଭଦ୍ରକ,ବାଲେଶ୍ୱର,କେନ୍ଦ୍ରାପଡା ବି ଓଡିଶାରେ ଯାଏ।ସେଠି ‘ଦାନା ବାତ୍ୟା’ କ’ଣ କ୍ଷତି ଘଟାଇଛି ଏବଂ ଏବେ ସେଠି ଲଗାଣ ବର୍ଷା କି କ୍ଷତି ଘଟାଉଛି,ଟିକେ ଖବର ନିଅନ୍ତୁ।ବାତ୍ୟା ଆଶ୍ରୟସ୍ଥଳରେ ଲୋକେ କେମିତି ଅଛନ୍ତି ଟିକେ ଭାବନ୍ତୁ।କେତେ ଶହ ଏକରର ଫସଲ ନଷ୍ଟ କରିଦେଇଛି ଦାନା, ତାହା ଥରେ ବୁଝନ୍ତୁ।ଅନ୍ଧାରରେ କେମିତି ଜୀବନ ବିତାଯାଉଛି ତାହା ଚିନ୍ତା କରନ୍ତୁ।
ମନେରଖନ୍ତୁ #ବାତ୍ୟା_ସେଲିବ୍ରେସନ ର କଥା ନୁହେଁ।ଆପଣଙ୍କ ପାଇଁ ଏହା ସଂପତ୍ତି ହେଲେ ଅନ୍ୟ କାହାପାଇଁ ବିପତ୍ତି।ଆପଣମାନେ ସେଲିବ୍ରେସନ କରନ୍ତୁ ନିଜ ବାଟରେ।କିନ୍ତୁ ବାତ୍ୟା ଭୁବନେଶ୍ୱରରେ ହେଲାନି ବୋଲି ଯେ ଓଡିଶାର ଅନ୍ୟଭାଗରେ ହେଇନି ଏ ଭ୍ରମରେ ରୁହନ୍ତୁ ନାହିଁ।ଭୁଲରେ ପ୍ରକୃତିକୁ ସମାଲୋଚନା କରନ୍ତୁନି,ନଚେତ ଦାନା କେତେବେଳେ ଆପଣଙ୍କ କନା ଉଡେଇନେଇଥିବ,ଜାଣିପାରିବେନି।
#ନମସ୍କାର_ଜୟ_ଜଗନ୍ନାଥ।

One thought on “ସବୁ ସୁବିଧା ଥିବା ଭୁବନେଶ୍ୱର ଓଡ଼ିଶା ନୁହଁ

Leave a Reply

Your email address will not be published. Required fields are marked *