ରାଜ୍ଯ କ୍ୟାବିନେଟର ୩ ବଡ଼ ନିଷ୍ପତି

ଭୁବନେଶ୍ଵର: ପୂର୍ବରୁ ସରକାରୀ ଅଧିକାରୀଙ୍କ ମୃତ୍ୟୁ ପରେ ତାଙ୍କ ସ୍ଥାନରେ ତାଙ୍କ ପୁଅ ମାନଙ୍କୁ ଚାକିରୀ ଦିଆଯାଉଥିଲା। କିନ୍ତୁ ବର୍ତ୍ତମାନ ଏହି ନିୟମରେ ପରିବର୍ତନ ଆଣିଛନ୍ତି ରାଜ୍ଯ ସରକାର। ଏବେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ଝିଅକୁ ମିଳିବ ଚାକିରି। ଗୁରୁବାର ରାଜ୍ୟ କ୍ୟାବିନେଟ ବୈଠକରେ ଏଭଳି ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ବୈଠକରେ ମୋଟ ୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।
କ୍ୟାବିନେଟ ନିଷ୍ପତ୍ତି ଅନୁସାରେ, କୌଣସି ସରକାରୀ କର୍ମଚାରୀ(ବାପା/ମା’)ଙ୍କ ମୃତ୍ୟୁ ଘଟିଲେ ତାଙ୍କ ଅବିବାହିତ ଝିଅକୁ  ଚାକିରି ଦିଆଯିବ। । ସେହିପରି ଝିଅ ବିବାହିତ ହୋଇଥିଲେ ଏବଂ ବାପାଙ୍କ ଉପରେ ନିର୍ଭରଶୀଳ ଥିଲେ ସେ କ୍ଷେତ୍ରରେ ବିବାହିତ ଝିଅ ବା ସାବତ ଝିଅକୁ ମିଳିବ ନିଯୁକ୍ତି। ଥଇଥାନ ଯୋଜନାରେ ଏହି ଚାକିରି ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି ।

ଅନ୍ୟପଟେ ଅଗ୍ନିବୀରଙ୍କୁ ନେଇ କ୍ୟାବିନେଟରେ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛି। ରାଜ୍ୟ ୟୁନିଫର୍ମ ସର୍ଭିସରେ ଅଗ୍ନିବୀରମାନଙ୍କ ଲାଗି ୧୦% ସ୍ଥାନ ସଂରକ୍ଷଣକୁ ବୈଠକରେ ମଞ୍ଜୁରୀ ମିଳିଛି। ୧ ବର୍ଷ ପ୍ରଶିକ୍ଷଣ ଏବଂ ୪ ବର୍ଷ ଚାକିରି ପରେ ବି ଅଗ୍ନିବୀରମାନଙ୍କୁ ନିଯୁକ୍ତି ମିଳିବ। ସେମାନଙ୍କ ଲାଗି ପୁଲିସ, ଅଗ୍ନିଶମ ଏବଂ ବନ ବିଭାଗରେ ୧୦% ସଂରକ୍ଷଣ ପ୍ରଦାନ କରାଯିବ।

ସେହିପରି ଗୋପାଳପୁର ବନ୍ଦରକୁ ଆଦାନୀ ଗ୍ରୁପକୁ ହସ୍ତାନ୍ତର କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ବନ୍ଦରର ୯୫ ପ୍ରତିଶତ ଅଂଶଧନ ଆଦାନୀ ଗ୍ରୁପ ଅଧିଗ୍ରହଣ କରିବ ବୋଲି ସୂଚନା ମିଳିଛି। ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍ ହାତରେ ରହିବ ୫ ପ୍ରତିଶତ ଅଂଶଧନ।

Leave a Reply

Your email address will not be published. Required fields are marked *