ଏନସିପିରୁ ୪ ନେତା ଦଳ ଛାଡି, ଅଜିତ ପାୱାରଙ୍କୁ ଦେଲେ ଝଟକା…

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କୁ ଲାଗିଛି ବଡ଼ ଝଟକା । ତାଙ୍କ ଦଳର ୪ ତୁଙ୍ଗ ନେତା ଇସ୍ତଫା ଦେଇଦେଇଛନ୍ତି ସେମାନେ ଖୁବ୍ ଶୀଘ୍ର ଶରଦ ପାୱାରଙ୍କ ଏନସିପିରେ ମିଶିବେ ବୋଲି ଚର୍ଚ୍ଚା ହେବାରେ ଲାଗିଛି ।
ଇସ୍ତଫା ଦେଇଥିବା ୪ ନେତା ହେଲେ ଏନସିପିର ପିମ୍ପରି- ଚିଞ୍ଚୱାଡ ୟୁନିଟ ମୁଖ୍ୟ ଅଜିତ ଗହ୍ୱାନେ, ଛାତ୍ର ୱିଙ୍ଗ ପ୍ରମୁଖ ୟଶ ସାନେ, ପୂର୍ବତନ କର୍ପୋରେଟର ରାହୁଲ ଭୋନସଲେ ଓ ପଙ୍କଜ ଭାଲେକର ।
ସୂଚନାଯୋଗ୍ୟ, ମହାରାଷ୍ଟ୍ରର ଭୋସାରି ବିଧାନସଭା ସିଟ୍ ହାତେଇବା ପାଇଁ ଅଜିତ ଗହ୍ୱାନେ ରେସ୍ରେ ଥିଲେ ମଧ୍ୟ ଶେଷରେ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଏଥିପାଇଁ ସେ ଦଳରୁ ଇସ୍ତଫା ଦେଇଥିବା କୁହାଯାଉଛି। ସେମାନେ ସମସ୍ତେ ଶରଦ ପାୱାରଙ୍କ ଏନସିପିରେ ସାମିଲ ହେବାକୁ ଉଦ୍ୟମ କରୁଛନ୍ତି ବୋଲି ସୁତ୍ରରୁ ଜଣାପଡ଼ିଛି ।