ବିଜେଡିକୁ ଘାରିଛି ଲୋକସଭା ପ୍ରାର୍ଥୀ ଚିନ୍ତା, ଅଧିକାଂଶ ପୂର୍ବ ପ୍ରାର୍ଥୀ ବଦଳିବା ନେଇ ଦଳ ଦେଲା ସଙ୍କେତ…

ଭୁବନେଶ୍ୱର : ଅଧିକାଂଶ ଲୋକସଭାର ପ୍ରାର୍ଥୀ ବଦଳାଇବାକୁ ଯୋଜନା କରୁଛି ବିଜେଡି ।  ନୂଆ ପ୍ରାର୍ଥୀ ବିଶେଷ କରି ମହିଳା ଚେହେରାକୁ ଦିଆଯିବ ଗୁରୁତ୍ୱ। ବିଭିନ୍ନ ସଂସ୍ଥାରୁ ରିପୋର୍ଟ ଆସିବା ପରେ ଦୁଇ ସପ୍ତାହ ମଧ୍ୟରେ ସ୍ଥିର ହେବ ଚେହେରା। ବିଜେଡିର ପୁରୀ, ଭୁବନେଶ୍ୱର,କଟକ, କେନ୍ଦୁଝର,ନବରଙ୍ଗପୁର,ସମ୍ବଲପୁର, ସୁନ୍ଦରଗଡ଼ , କେନ୍ଦ୍ରାପଡ଼ା ଚେହେରା ବଦଳିବାର ବିଶେଷ ସମ୍ଭାବନା ରହିଛି। ସେହିପରି କନ୍ଧମାଳ, ବ୍ରହ୍ମପୁର, ବଲାଙ୍ଗୀର ଓ ଭଦ୍ରକ ପ୍ରାର୍ଥୀ ନ ବଦଳିବାର ସମ୍ଭାବନା ରହିଛି। ଆଜି ଆସିଥିବା ରିପୋର୍ଟ ଅନୁଯାୟୀ ଭଦ୍ରକ ପ୍ରାର୍ଥିତ୍ୱ ନେଇ ତର୍ଜମା ଜାରି ରହିଛି। ଅନୁରୂପ ଭାବେ ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ନେଇ ଦୋଛକିରେ ବିଜେଡି ରହିଛି। ନୂଆ ଦେବ ନାଁ ପୁରୁଣାଙ୍କ ଉପରେ କରିବ , ସେ ନେଇ ଜିଲ୍ଲା ସଙ୍ଗଠନ ଓ ରାଜ୍ୟ ନେତୃତ୍ୱ ମଧ୍ୟରେ ସହମତି ଆସି ପାରୁନାହିଁ। ଅପରପକ୍ଷରେ  ଆଗୁଆ ଘୋଷଣା ହୋଇଥିବା ଭୁବନେଶ୍ୱର ପ୍ରାର୍ଥିନୀଙ୍କୁ ନେଇ ଏକାଧିକ ସର୍ଭେକ୍ଷଣ ଟିମ୍  ନକରାତ୍ମକ ରିପୋର୍ଟ ପ୍ରଦାନ କରିଛନ୍ତି। ଏନେଇ ଭୁବନେଶ୍ୱର-ଖୋର୍ଦ୍ଧା ଜିଲ୍ଲା ବିଧାୟକ କହି ପାରୁନାହାନ୍ତି।  ନିକଟରେ ବିଜେଡିରେ ଯୋଗ ଦେଇଥିବା  ଅଂଶୁମାନ ମହାନ୍ତି କେନ୍ଦ୍ରାପଡ଼ାରୁ ଲଢିପାରନ୍ତି । ସଂତୃପ୍ତଙ୍କୁ ମିଳିପାରେ କଟକ ଲୋକସଭା ଆସନ। ସମାନ ଭାବେ  ପୁରୀ ପାଇଁ ଲବିରେ ଅରୂପ ପଟ୍ଟନାୟକ , ପ୍ରସନ୍ନ ପାଟ୍ଟଶାଣୀ, ଅଶୋକ ପରିଜା, ପ୍ରତିଭା ମହାରଥୀ ରହିଛନ୍ତି। ମକରନ୍ଦଙ୍କୁ ସାଙ୍ଗରେ ନେଇ ଝୋଡିଆ ଭୋଟ ହାତେଇବାକୁ ଚାହୁଁଛି କୋରାପୁଟ-ରାୟଗଡ଼ା ବିଜେଡି। ଗତଥର କଂଗ୍ରେସ ଏହି ଆସନ ଜିତିଥିଲା। ନବରଙ୍ଗପୁର ପ୍ରାର୍ଥୀ ପାଇଁ ସଜ ହେଉଛନ୍ତି ପ୍ରଦୀପ ମାଝୀ। କଳାହାଣ୍ଡିରେ କାହାକୁ ପ୍ରାର୍ଥୀ କରିବ ଦ୍ୱନ୍ଦ୍ୱରେ ପଡ଼ିଛି ବିଜେଡି। ବରଗଡ଼ରେ ଲଢିବାକୁ ଆଗ୍ରହ ନୁହଁନ୍ତି ପ୍ରସନ୍ନ। ବାଲେଶ୍ୱର ନିର୍ବାଚନୀ ରାଜନୀତିରୁ ଦୂରେଇ ଥିଲେ ରବିନ୍ଦ୍ର । ହେଲେ ତାଙ୍କୁ ପ୍ରାର୍ଥୀ କରିବାକୁ ଗୋଟିଏ ଗୋଷ୍ଠୀ ଚାହୁଁଛି। ଯଦି ଏପରି ନ ହୁଏ ତାଙ୍କ ପତ୍ନୀ ସୁବାସିନୀ ଜେନା, ଅଶ୍ୱିନୀ ପାତ୍ର , ସନ୍ତୋଷ ଖଟୁଆ ଏବଂ ଗୌତମବୁଦ୍ଧ ଦାସଙ୍କ ନାଁ ଚର୍ଚ୍ଚା ହେଉଛି। ଆସିକାରେ ଲତିକା ପ୍ରଧାନଙ୍କ ନାଁଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା। ଖଣି ବ୍ୟବସାୟୀଙ୍କ ଗ୍ରୀନ୍ ସିଗନାଲ ଉପରେ ଛଡା ଯାଇଛି କେନ୍ଦୁଝର, ବାଲେଶ୍ୱର ଓ ଜଗତସିଂହପୁର ଆସନ। ସମ୍ବଲପୁର ପ୍ରାର୍ଥୀତ୍ୱ ନେଇ କେତେବେଳେ ବବିଙ୍କ ନାଁ ତ, କେତେବେଳେ ନଗେନ୍ଦ୍ର ପ୍ରଧାନ ନାଁ ଏବଂ ରାସେଶ୍ୱରୀ ପାଣିଗ୍ରାହୀଙ୍କ ନାଁ ଚର୍ଚ୍ଚା ହେଉଛି।  ସେହିପରି ଢେଙ୍କାନାଳ ଟିକେଟ୍ ନେଇ ଜଣେ ଅବସରପ୍ରାପ୍ତ ଅଫିସର କିମ୍ବା ଜଣେ ବରିଷ୍ଠ ବିଧାୟକଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *