ବିଜେଡି ଆସନ ସଂଖ୍ୟା ପୁଣି ୧୦୦ ଛୁଇଁବ, ଆକଳନ କରିଛି ETG-Times Now

ଭୁବନେଶ୍ୱର : ଏତେଟା କାମ ଦେବନି ସରକାରୀ ବିରୋଧି ହାଓ୍ୱା। ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ଥିବା ବିଜେଡି ବିରୋଧି ହା୍ୱା ଭୋଟରେ ରୂପାନ୍ତରିତ ହେଉ ନାହିଁ। ଏକଥା ଆମେ କହୁନାହୁଁ। ଏକଥା ଜାତୀୟ ସ୍ତରର ଗଣମାଧ୍ୟମ ଟାଇମ୍ସ ନାଓ ଏବଂ ସର୍ଭେକ୍ଷଣ ସଂସ୍ଥା ଇଟିଜି ପକ୍ଷରୁ କୁହାଯାଇଛି। ସୋମବାର ସକାଳୁ ଏନେଇ ଟାଇମ୍ସ ନାଓରେ ଖବର ପ୍ରସାରଣ କରାଯାଇଛି। ଲଗାତର ଚତୁର୍ଥ ଥର ପାଇଁ ବିଜେଡିର ବିଧାନସଭା ଆସନ ଶହେ ଛୁଇଁବ ବୋଲି ଆକଳନ କରାଯାଇଛି। ସବୁ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ବୁଥ ବାହୁଡ଼ା ମତ ନିଆଯାଇ ଏହି ତଥ୍ୟ ଟାଇମ୍ସ ନାଓ ପକ୍ଷରୁ କୁହାଯାଇଛି। ପ୍ରାୟ ୧୦୦ ରୁ ୧୧୫ ଆସନ ଜିତି ବିଜେଡି ପୁଣି ଥରେ ରାଜ୍ୟରେ ସରକାର ଗଠନ କରିବ  ବୋଲି ଦୃଢ ଆକଳନ କରାଯାଇଛି। ଅନ୍ୟ ପକ୍ଷରେ ଏହି ସର୍ଭେକ୍ଷଣରେ  ବିଜେପିକୁ ୩୦ ରୁ ୩୮ ଏବଂ କଂଗ୍ରେସକୁ ୪ ରୁ ୭ ପ୍ରଦାନ  କରାଯାଇଛି। ଅନ୍ୟ ଦଳ ତଥା ସ୍ୱାଧିନଙ୍କୁ ମାତ୍ର ଗୋଟିଏ କିମ୍ବା ଦୁଇଟି ଆସନ ମିଳିବ ବୋଲି ପୂର୍ବାନୁମାନ କରାଯାଇଛି।

Leave a Reply

Your email address will not be published. Required fields are marked *