କଲେଜରେ ରିଲ୍ସ କରି ଭୋଟ ହାତେଇବେ ବିଜେଡ଼ି ବିଧାୟକ …
୨୦୨୪ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ସରକାର ଆଉ ଏକ ମାଷ୍ଟର ଷ୍ଟ୍ରୋକ ଖେଳିବାକୁ ଯାଉଛନ୍ତି ।ରାଜ୍ୟର ନୂଆ ଭୋଟରଙ୍କୁ କିପରି ନିଜ ଆଡକୁ ନେବେ ସେଥିପାଇଁ ଯୋଜନା ପ୍ରସ୍ତୁତି କରୁଛିନ୍ତି ନବୀନ ବାହୀନି । ତେବେ ରାଜ୍ୟର ୨ ହଜାର କଲେଜରେ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଯାଉଛନ୍ତି ରାଜ୍ୟର ମୁଖିଆ । ଖେଳ, ସାଂସୃତିକ ଓ ସାମାଜିକ କାର୍ଯ୍ୟକ୍ରମ କରିବେ ସରକାର । ଏହି ସମୟରେ ଛାତ୍ର ଛାତ୍ରୀଙ୍କ ସହ ମିଶି ଶାସକ ଦଳର ବିଧାୟକ ମାନେ ୟୁଟ୍ୟୁବ୍ ସର୍ଟସ୍, ଇନଷ୍ଟାରେ ରିଲ୍ସ କରିବେ । ଏଥିପାଇଁ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି । ନୂଆ ଓଡିଶା ଯୋଜନା ଜରିଆରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି କଲେଜରେ ଥିବା ୧୩ରୁ ୩୫ ବର୍ଷର ଯୁବକ ଯୁବତୀଙ୍କୁ ସାମିଲ କରାଯିବ । ଏପରି ହେବା ଦ୍ୱାରା ପିଲାଙ୍କର ବୈଦ୍ଧିକ ବିକାଶ ହେବ ବୋଲି ରାଜ୍ୟ ସରକାର ବିଶ୍ୱାସ ରଖିଛନ୍ତି । ଯେଉଁ କଲେଜରେ ୧୦୦ରୁ ଛାତ୍ରଛାତ୍ରୀ ଥିବେ ଏହି କାର୍ଯ୍ୟକ୍ରମ ସେଠାରେ ହେବ । ନଭେମ୍ବର ୬ରୁ ଏହା ଆରମ୍ଭ ହୋଇ ଡିସେମ୍ବର ୩୦ ଯାଏଁ ବ୍ଲକ ସ୍ତରରେ ଚାଲିବ । ଏହାପରେ ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ହେବ ।