ରାଜଧାନୀରେ ଟାଟା ପାଓ୍ୱାର କାର୍ଯ୍ୟାଳୟ ଘେରାଉ କଲା ବିଜେପି

ଭୁବନେଶ୍ୱର : ଓଡ଼ିଶାରେ ଟାଟା ପାୱାର ବିଜୁଳି ବିତରଣ ଓ ଶୁଳ୍କ ଆଦାୟ ଦାୟିତ୍ୱ ନେବା ପରଠାରୁ ବିବାଦ ପିଛା ଛାଡୁନି । ଅଘୋଷିତ ବିଦ୍ୟୁତ କାଟ୍‌ ଏବଂ ଲୋ-ଭୋଲଟେଜ ସମସ୍ୟାକୁ ନେଇ ଚଳିତ ଗ୍ରୀଷ୍ମରେ ରାଜ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଏବେ ପୁଣି ବିଦ୍ୟୁତ୍‌‌ ବିଲ୍ ଆଦାୟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ପ୍ରସଙ୍ଗରେ ଟାଟା ପାୱାର ଅଫିସରେ ସୋମବାର ମଧ୍ୟାହ୍ନରେ ତାଲା ପକାଇଛି ବିଜେପି। ପୁଣି ବିଜୁଳି ବିଲରେ ବିଭ୍ରାଟ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛି ଏହି ଗେରୁଆ ଦଳ । ବିଜୁଳି ବିଲ୍ ମାଧ୍ୟମରେ ଟାଟା ପାଓ୍ୱାର ଚଞ୍ଚକତା ଓ ହରିଲୁଟ ସହ ଅଘୋଷିତ ବିଦ୍ୟୁତ୍ କାଟ ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି | ଭୁବନେଶ୍ୱର ପାୱାର ହାଉସ ଛକ ସ୍ଥିତ ଟାଟା ପାୱାର ଅଫିସ୍ ଘେରାଉ କରାଯାଇଥିବାବେଳେ ଭୁବନେଶ୍ବର ଜିଲ୍ଳା ସଭାପତି ବାବୁ ସିଂଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ଟାଟା ପାୱାର ଅଫିସ ସମ୍ମୁଖରେ ପ୍ରତିବାଦ କରିବା ସହ ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ପୁଲିସ ଅଟକାଇବାରୁ କିଛି ସମୟ ପାଇଁ ବିଜେପି ନେତା ଓ କର୍ମୀଙ୍କ ସହ ପୁଲିସର ଧସ୍ତାଧସ୍ତି ହୋଇଥିଲେ। ପରେ ଆନ୍ଦୋଳନରତ ବିଜେପି କର୍ମୀଙ୍କୁ ପୁଲିସ ଅଟକ ରଖିଥିଲା | ମାସକୁ ୩୦ ଦିନ ବଦଳରେ ୪୦ ଦିନର ବିଲ କରି ଟାଟା ପାୱାର ଉପଭୋକ୍ତାଙ୍କୁ ଲୁଟୁଥିବା ଅଭିଯୋଗ କରିଛି ବିଜେପି। ବିଲ୍ ଟେମ୍ପରିଂ କରି ମାସକୁ ୫୦ କୋଟିରୁ ଅଧିକ ଟଙ୍କାର ଚୂନା ଳଗାଉଛି ଟାଟା ପାୱାର। ତେଣୁ ଏଣୁ ଯଥାଶୀଘ୍ର ଉପଭୋକ୍ତାଙ୍କୁ ସେ ଟଙ୍କା ଫେରାଇବାକୁ ଦଳ ଦାବି କରିଛି |

ଉଲ୍ଲେଖଯୋଗ୍ୟ, ଗତ କାଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଜଣେ ଟୁଇଟର ବ୍ୟବହାରକାରୀଙ୍କ ଠାରୁ ଅଭିଯୋଗ ପାଇଁ ଟିପିସିଓଡିଏଲ୍ କର୍ତ୍ତୃପକ୍ଷଙ୍କୁ ତାଗିଦ୍ କରିଥିଲେ। ଏହି ତ୍ରୁଟି ପାଇଁ ସ୍ପଷ୍ଟୀକରଣ ସହ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ। ବିଗତ ମାସକ ମଧ୍ୟରେ ଟିପିସିଓଡିଏଲ୍ ସିଇଓଙ୍କୁ ଏକାଧିକ ଥର ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ଙ୍କ ଡକାଯାଇ ତାଗିଦ୍ କରାଯାଇସାରିଲାଣି।

Leave a Reply

Your email address will not be published. Required fields are marked *