ବିଜେପିରୁ ବିଦା ହେଲେ ବିଜୟ, ସାରଦା ଓ ରାକେଶ…

ବିଜେପିରୁ ବହିଷ୍କୃତ ହେଲେ ବିଜୟ। ତାଙ୍କ ସହ ସାରଦା ପ୍ରଧାନ(ବୁଲୁ) ଏବଂ ରାକେଶ ମଲ୍ଲିକ ଦଳରୁ ବହିଷ୍କୃତ ହୋଇଛନ୍ତି । ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କରିଥିବାରୁ ଏମାନଙ୍କୁ ଦଳରୁ ବହିଷ୍କାର କରାଗଲା ବୋଲି ରାଜ୍ୟ ବିଜେପି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ବିଜୟ ମହାପାତ୍ର ବିଜେପି ରାଜ୍ୟ କାର୍ଯ୍ୟକାରିଣୀର ନାଁ କୁ ମାତ୍ର ସଦସ୍ୟ ଥିଲେ । ବର୍ଷ ବର୍ଷ ଧରି ଦଳରେ ସେ କୌଣସି କାର୍ଯ୍ୟ କରି ନାହାଁନ୍ତି  । ବିଜେପିରେ ସେ ସମ୍ପୂର୍ଣ୍ଣ ଅଲୋଡ଼ା ଥିଲେ । ନାଁ ତାଙ୍କୁ ଦଳ ପଚାରୁଥିଲା, ନାଁ ଦଳ ପ୍ରତି ତାଙ୍କର ଆଗ୍ରହ ଥିଲା । ତେବେ ଚଳିତ ନିର୍ବାଚନରେ ତାଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ପାଟକୁରା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି । ବିଜୟ ବାବୁ ପୁଅ ସମର୍ଥନରେ ବି ବାହାରି ସାରିଛନ୍ତି । ଏହି କାରଣରୁ ବିଜେପି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ବିଜେପିରୁ ବହିଷ୍କୃତ ହୋଇଥିବା ଅନ୍ୟତମ ନେତା ସାରଦା ପ୍ରଧାନ(ବୁଲୁ) ହେଉଛନ୍ତି ମାହାଙ୍ଗାର ଟାଣୁଆ ଯୁବନେତା । ଗତଥର ସେ ବିଜେପି ପ୍ରାର୍ଥୀ ଭାବେ ବିଜେଡିକୁ କଡ଼ା ଟକ୍କର ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଖାସ୍ ଅନୁଗତ କୁହାଯାଉଥିବା ବୁଲୁଙ୍କୁ ଏଥର କିନ୍ତୁ ବିଜେପି ଟିକେଟ୍ ଦେଇନାହିଁ । ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ମାହାଙ୍ଗାରୁ ନିର୍ବାଚନ ଲଢ଼ୁଛନ୍ତି ।
ଅନ୍ୟତମ ବହିଷ୍କୃତ ନେତା ରାକେଶ ମଲ୍ଲିକ ବିଜେପି ଏସସି ମୋର୍ଚ୍ଚା ରାଜ୍ୟ ଉପସଭାପତି ଥିଲେ ।

Leave a Reply

Your email address will not be published. Required fields are marked *