ରାଜ୍ୟରେ ଆରମ୍ଭ ହେଲା ବିଜେପି ସରକାର,ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ…

ରାଜ୍ୟରେ ଆଜି ଠାରୁ ଆରମ୍ଭ ହେଲା ବିଜେପି ସରକାର। ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦୁଝର ବିଧାନସଭା ଆସନରୁ ୪ ଥର ନିର୍ବାଚିତ ମୋହନ ଚରଣ ମାଝୀ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ରାଜ୍ୟପାଳ ରଘୁବର ଦାସଙ୍କ ଠାରୁ ମୋହନ ମାଝୀ ପଦ ଓ ଗୋପନୀୟତାର ସହିତ ଶପଥ ଗ୍ରହଣ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ପରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଭାବେ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଶପଥ ଗ୍ରହଣ କରିଛନ୍ତି ।

ତେବେ ଜାଣନ୍ତୁ ମୋହନଙ୍କ ମନ୍ତ୍ରୀମଣ୍ଡଳରେ କେଉଁ ମାନେ ଶପଥ ଗ୍ରହଣ କରିଛନ୍ତି

କ୍ୟାବିନେଟ୍ ମନ୍ତ୍ରୀ

ଶ୍ରୀ ସୁରେଶ ପୂଜାରୀ

ଶ୍ରୀ ରବି ନାରାୟଣ ନାୟକ

ଶ୍ରୀ ନିତ୍ୟାନନ୍ଦ ଗୋଣ୍ଡ

ଶ୍ରୀ କୃଷ୍ଣ ଚନ୍ଦ୍ର ପାଟ୍ରା

ଶ୍ରୀ ପ୍ରୀତିରାଜ ହରିଚନ୍ଦନ

ଡକ୍ଟର ମୁକେଶ ମହଲିଙ୍ଗ

ଶ୍ରୀ ବିଭୂତି ଭୂଷଣ ଜେନା

ଡ .କୃଷ୍ଣ ଚନ୍ଦ୍ର ମହାପାତ୍ର

ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ)

ଶ୍ରୀ ଗଣେଶ ରାମ ସିଙ୍ଗଖଣ୍ଟିଆ

ଶ୍ରୀ ସୂର୍ଯ୍ୟବଂଶୀ ସୁରଜ

ଶ୍ରୀ ପ୍ରଦୀପ ବାଳା ସାମନ୍ତ

ଶ୍ରୀ ଗୋକୁଲାନନ୍ଦ ମଲ୍ଲିକ

ଶ୍ରୀ ସଂପଦ ଚଦ୍ର ସ୍ୱାଇଁ

Leave a Reply

Your email address will not be published. Required fields are marked *