ବାତ୍ୟାକୁ ନେଇ ବିଏମସିର ଆଗୁଆ ପ୍ରସ୍ତୁତି

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିଏମସିର ଆଗୁଆ ପ୍ରସ୍ତୁତି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ। । କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ସବୁ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି ଦୁଇଦିନ ଭିତରେ ସବୁ ପ୍ରସ୍ତୁତି ସାରିବା ପାଇଁ ମେୟର ସୁଲୋଚନା ଦାସ ନିର୍ଦ୍ଦଶ ଦେଇଛନ୍ତି ।ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଷ୍ଟେସନ ନଛାଡିବାକୁ ସମସ୍ତ ବିଏମସି କର୍ମଚାରୀଙ୍କୁ ନିର୍ଦେଶ ମିଳିବା ସହ ,ଯୋନସ୍ତରରେ ଖୋଲାଯିବ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ । ଅଗ୍ନିଶମ ବିଭାଗକୁ ପମ୍ପସେଟ ଓ ଆସ୍କା ଲାଇଟ ସହ ପ୍ରସ୍ତୁତ ରହିବାକୁ କୁହାଯାଇଛି । ସେହିପରି ଅସୁରକ୍ଷିତ ସ୍ଥାନରୁ ଲୋକମାନଙ୍କ ଥଇଥାନର ବ୍ୟବସ୍ତା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି । ପଯ୍ୟାପ୍ତ ପରିମାଣର ସୁଖିଲା ଖାଦ୍ୟ ମହଜୁଦ୍ ରଖିବା ପାଇ ଏହି ବୌଠକରେ ଆଲୋଚନା ହୋଇଛି ।