BGT 2024: ଭାରତ-ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ ପାଇଁ ବିଶ୍ଵର ନାମିଦାମୀ ଅମ୍ପାୟାର ଚୟନ, ତାଲିକାରେ ରହିଛି ବଡ ବଡ ନାମ

ପର୍ଥ;ବୋର୍ଡର ଗାଭାସ୍କର ଟ୍ରଫି ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଟେଷ୍ଟ ପର୍ଥରେ ଖେଳାଯିବ | ଏହି ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜ୍ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ଦୁଇ ଦଳ ମଧ୍ୟରୁ ଯିଏ ସିରିଜ୍ ଜିତିବ ସେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପ୍ରବେଶ କରିବ | ଯେତେବେଳେ ଏକ ସିରିଜର ଗୁରୁତ୍ଵ ବଢିଯାଏ ତେବେ ଅମ୍ପାୟାରମାନେ ମଧ୍ୟ ସଠିକ୍ ନିଷ୍ପତ୍ତି ନେବା ଭାର ବଢ଼ିଥାଏ | ତେବେ ଆସନ୍ତୁ ଜାଣିବା ପ୍ରଥମ ମ୍ୟାଚ ପାଇଁ ଅମ୍ପାୟାର ଦାୟିତ୍ଵ କାହାକୁ ଦିଆଯାଇଛି।
ପର୍ଥରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ବିଶ୍ୱ ସ୍ତରୀୟ ଅମ୍ପାୟାରଙ୍କ ଏକ ଦଳ ପ୍ରସ୍ତୁତ ହୋଇଛି। ଗ୍ରାଉଣ୍ଡ ଅମ୍ପାୟରିଂର ଦାୟିତ୍ଵ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡରୁ ଆସିଥିବା ରିଚାର୍ଡ କେଟଲବୋରୋ ଏବଂ କ୍ରିସ୍ ଗାଫାନିଙ୍କୁ ଦିଆଯାଇଛି। ଆନ୍ତର୍ଜାତୀୟ କ୍ରିକେଟରେ ଏହି ଦୁଇ ଜଣ ସଠିକ୍ ନିଷ୍ପତ୍ତି ନବାରେ ଉଭୟ ଲୋକପ୍ରିୟତା ହାସଲ କରିଛନ୍ତି ଏବଂ ଉଭୟଙ୍କର ଅନେକ ଅଭିଜ୍ଞତା ଅଛି | ପ୍ରଥମ ମ୍ୟାଚ ପାଇଁ ତୃତୀୟ ଅମ୍ପାୟାର ହେବାର ଦାୟିତ୍ୱ ରିଚାର୍ଡ ଇଲିଙ୍ଗୱର୍ଥ ପରିଚାଳନା କରିବେ ଏବଂ ସେ ମଧ୍ୟ ଇଂଲଣ୍ଡରୁ ଆସିଛନ୍ତି। ଚତୁର୍ଥ ଅମ୍ପାୟାର ଅଷ୍ଟ୍ରେଲିଆର ସାମ ନୋଗାସ୍କିଙ୍କୁ ପରିଚାଳନା ନିମନ୍ତେ ଦାୟିତ୍ଵ ମିଳିଛି।