ସେପ୍ଟେମ୍ବର ୧୦ ପରେ ବଦଳିଯିବ ବିଏସକେୱାଇ କାର୍ଡର ରୂପରେଖ …

ଭୁବନେଶ୍ବର: ପୂର୍ବତନ ସରକାରଙ୍କ ସବୁଠୁ ଲୋକପ୍ରିୟ ଯୋଜନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ) ଆସନ୍ତା ମାସ ସେପ୍ଟେମ୍ବର ୧୦ ତାରିଖ ଯାଏଁ ଚାଲିବ। ଏହା ପରଠାରୁ ବିଏସ୍କେୱାଇ ବଦଳରେ ଲୋକଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ସ୍ବାସ୍ଥ୍ୟ ସୁବିଧା ମିଳିବ। ବିଏସ୍କେୱାଇରେ ଯେତିକି ସୁବିଧା ମିଳୁଛି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସମାନ ପ୍ରକାରର ସୁବିଧା ରହିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ମୁକେଶ ମହାଲିଙ୍ଗ କହିଛନ୍ତି, ବଜେଟ ଆପ୍ରୋପ୍ରିଏସନ ବିଲ ପାସ୍ ହେଲା ପରେ ନୂଆ କାର୍ଡର ପ୍ରକ୍ରୀୟା ଆରମ୍ଭ ହେବ।ଏହାସହ ବଦଳିଯିବ ବିଏସକେୱାଇ କାର୍ଡର ରୂପରେଖ। ବିଏସକେୱାଇ କାର୍ଡ ଚାଲୁ ରହିଛି। ବିଏସ୍କେଓ୍ବାଇ କାର୍ଡ ହତିାଧିକାରୀଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ମିଳିବ।