ରାଜ୍ୟରେ ଚାଲୁ ରହିବ ବିଏସକେୱାଇ କାର୍ଡ; ସ୍ବାସ୍ଥ୍ୟ ବିଭାଗ

ନିର୍ବାଚନ ଫଳାଫଳ ଆସିବା ପରେ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଚାଲୁ ରହିବନି ବୋଲି ବିଜେପି ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ଦେଇଥିବା ବେଳେ ଏକ ପ୍ରକାର ଗରିବ ଲୋକଙ୍କ ଚିନ୍ତା ବଢିଯାଇଥିଲା ।ତେବେ  ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ରାଜ୍ୟରେ ସରକାର ବଦଳିବା ପରେ ଘରୋଇ ଡାକ୍ତରଖାନାଗୁଡ଼ିକ ବିଏସକେୱାଇ କାର୍ଡରେ ରୋଗୀଙ୍କ ଚିକିତ୍ସା କରୁ ନ ଥିବା ଅଭିଯୋଗ ଆସିଥିଲା। ଏହା ଉପରେ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟୀକରଣ ରଖିଛି। ଘରୋଇ ଡାକ୍ତରଖାନାଗୁଡ଼ିକ ସହିତ ରାଜ୍ୟ ସରକାରଙ୍କ ବୁଝାମଣା ପତ୍ର (ଏମଓୟୁ) ବଳବତ୍ତର ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ବର୍ତ୍ତମାନ ସମୟରେ ଜନସାଧାରଣ ପୂର୍ବପରି ବିଏସକେୱାଇ ଜରିଆରେ ସ୍ୱାସ୍ଥ୍ୟସେବା ପାଇପାରିବେ।

Leave a Reply

Your email address will not be published. Required fields are marked *