BSNLର ଏହି ତିନୋଟି ରିଚାର୍ଜ ପ୍ଲାନ୍ ବିଷୟରେ ଜାଣିବା ପରେ ଆପଣ ଅନ୍ୟ ସିମକୁ କହିବେ ଟାଟା ବାଏ ବାଏ
ଗତ କିଛି ମାସ ପୂର୍ବେ,ସମସ୍ତ ବେସରକାରୀ ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କର ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି କରିଥିଲେ, ଯାହା ଫଳରେ ଅନେକ ଲୋକ ସରକାରୀ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ପ୍ରତି ଆକର୍ଷିତ ହୋଇଥିଲେ। ଅନ୍ୟ ଟେଲିକମ୍ କମ୍ପାନୀ ତୁଳନାରେ ବିଏସନେଲ(BSNL) ଏହାର ଗ୍ରାହକଙ୍କୁ ବହୁତ ଶସ୍ତା ରିଚାର୍ଜ ଯୋଜନା ପ୍ରଦାନ କରୁଛି।ଯାହା ଫଳରେ ଗତ କିଛି ମାସ ମଧ୍ୟରେ, ୫୫ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା ବିଏସନେଲ ସହିତ ଯୋଡି ହୋଇଛନ୍ତି |
ଆଜି ଆମେ ଆପଣଙ୍କୁ BSNL ର ତିନୋଟି ଏମିତି ରିଚାର୍ଜ ପ୍ଲାନ ବିଷୟରେ କହିବାକୁ ଯାଉଛୁ , ଯେଉଁଥିରେ ଆପଣ ୧୦୦ ଦିନରୁ ଅଧିକ ବୈଧତା ପାଇବେ ଏବଂ ତାହା ମଧ୍ୟ ୭୦୦ ଟଙ୍କାରୁ କମ୍ ମୂଲ୍ୟରେ।ତେବେ ଏହା ତୁଳନାରେ ଆମେ ଯଦି ଯଦି ଆମେ ଅନ୍ୟ ଟେଲିକମ୍ କମ୍ପାନୀ ବିଷୟରେ କଥା ହେବା ତାହାଲେ ସେମାନେ ୮୪ ଦିନର ବୈଧତା ପାଇଁ ୮୦୦ ରୁ ୯୦୦ ଟଙ୍କା ଦେୟ ନେଉଛନ୍ତି ।
BSNL ର ୩୯୭ ଟଙ୍କା ଯୋଜନା ୧୫୦ ଦିନର ବୈଧତା ସହିତ ଆସିଥାଏ।ଏହି ଯୋଜନାରେ ଆପଣ ପ୍ରଥମ ୩୦ ଦିନରେ ଅସୀମିତ ମାଗଣା କଲିଂ ସହ ୨ ଜିବିର ଡାଟା ସୁବିଧା ପାଇପାରିବେ ।ଏବଂ ଆଗାମୀ ଦିନ ଗୁଡୁକରେ ଆପଣ କେବଳ ଅନଲିମିଟେଡ ଡାଟାର ମଜା ନେଇ ପାରିବେ। ଏହି ଯୋଜନାର ଲାଭ ହେଉଛି ଆପଣ କମ ଟଙ୍କାରେ ୫ ମାସ ପର୍ଯ୍ୟନ୍ତ ନିଜର ନମ୍ବରକୁ ଆକ୍ଟିଭ ରଖିପାରିବେ ।
ସେହିପରି ବିଏସେନଲର ୬୬୬ ଚଙ୍କା ପ୍ଲାନରେ ଆପଣଙ୍କୁ ୧୦୫ ଦିନର ବୈଧତା ସହିତ ମାଗଣା କଲର ସୁବିଧା ମିଳିବ । ଏହା ସହିତ ଆପଣଙ୍କୁ ଦୈନିକ ୨ଜିବି ଡାଟା ଏବଂ ୧୦୦ ଟି ମାଗଣା SMS ମଧ୍ୟ ଦିଆଯାଏ।
ବିଏସନେଲ (BSNL)ର ୬୯୯ ଟଙ୍କା ଯୋଜନାଟି ୧୩୦ଦିନର ବୈଧତା ସହିତ ଆସିଥାଏ। ଏହି ଯୋଜନାରେ, ଆପଣ ୧୩୦ ଦିନ ପାଇଁ ଅସୀମିତ ମାଗଣା କଲିଂର ଲାଭ ପାଇପାରିବେ।ଏହି ଯୋଜନାରେ ଆପଣଙ୍କୁ ପ୍ରତିଦିନ ୫୧୨ ଏମ୍ବିର ଡାଟା ଏବଂ ୧୦୦ ମାଗଣା SMS ଦିଆଯାଉଛି। ଦୈନିକ ଡାଟା ସୀମା ସରିଯିବା ପରେ, ଉପଭୋକ୍ତାମାନେ 40kbps ବେଗରେ ଅସୀମିତ ତଥ୍ୟ ଡାଟାର ମଜା ନେଇପାରିବେ।