ଚାରିବର୍ଷ ପରେ ଅହମ୍ମଦାବାଦରୁ ମୁମ୍ବାଇ ଗଡ଼ିବ ବୁଲେଟ୍ ଟ୍ରେନ୍

 ନୂଆଦିଲ୍ଲୀ : ଆଉ ଚାରି ବର୍ଷ ପରେ ଭାରତରେ ପ୍ରଥମ ହୁଲେଟ୍ ଟ୍ରେନ୍ ଗଡିବ ବୋଲି ପୂର୍ବାନୁମାନ କରାଯାଇଛି। ଅର୍ଥାତ  ୨୦୨୭ରେ ଭାରତ ପ୍ରଥମ ବୁଲେଟ୍‌ ଟ୍ରେନ ଚଳାଚଳ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଗୁଜରାଟର ଅହମଦାବାଦରୁ – ମହାରାଷ୍ଟ୍ରର ମୁମ୍ବାଇ ମଧ୍ୟରେ ଏହା ଚଳାଚଳ କରିବ ବୋଲି ଜଣାପଡିଛି।  ଜାପାନ ଇଣ୍ଟରନ୍ୟାସନାଲ କୋ-ଅପରେସନ ଏଜେନ୍ସି (ଜେଆଇସିଏ) ସହଯୋଗରେ ନ୍ୟାସନାଲ ହାଇ ସ୍ପିଡ୍ ରେଲ କର୍ପୋରେସନ ଲିମିଟେଡ (ଏନଏଚ୍‌ଏସଆରସିଏଲ୍‌) ଦେଶରେ ବୁଲେଟ ଟ୍ରେନ ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଥିବା ଜଣାପଡିଛି। ପ୍ରସ୍ତାବିତ ଏହି ବୁଲେଟ୍‌ ଟ୍ରେନ ପ୍ରକଳ୍ପ ଲାଗି ଏଚଏଚ୍ଏସଆରସିଏଲ୍‌ ୨୪ଟି ଇ୫ ସିରିଜ୍ ସିନକାନସେନ୍ ଟ୍ରେନସେଟ୍‌ ପାଇଁ ପ୍ରାୟ ୧୧,୦୦୦ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇସାରିଛି।  ଜେଆଇସିଏ ରଖିଥିବା ସର୍ତ୍ତ ଅନୁଯାୟୀ କେବଳ ଜାପାନ କମ୍ପାନୀ ଏହି ଟେଣ୍ଡର ନିମନ୍ତେ ଆବେଦନ କରିପାରିବେ। ତେବେ ଜାପାନର ଦୁଇଟି କମ୍ପାନୀ ହିଟାଚି ରେଲ ଓ କାୱସାକି ହେଭି ଇଣ୍ଡଷ୍ଟ୍ରିଜ୍ ଇ୫ ସିନକାନସେନ ସିରିଜ୍‌ର ଟ୍ରେନସେଟ୍‌ ପ୍ରସ୍ତୁତ କରୁଥିବା ଜଣାପଡୁଛି।  ପ୍ରତି ସିନକାନସେନ ଟ୍ରେନସେଟ୍‌ରେ ୧୦ଟି ଲେଖାଏଁ ବଗି ରହିବ। ଯେଉଁଥିରେ ପ୍ରାୟ ୬୯୦ରୁ ୭୦୦ ଜଣ ଯାତ୍ରୀ ଯାତ୍ରା କରିପାରିବେ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *