ଘର ବିକ୍ରି କରି ଦରମା ଦେଲେ ବାଇଜୁର ପ୍ରତିଷ୍ଠାତା …

ଦେଶର ଅଗ୍ରଣୀ ଏଡ୍ ଟେକ୍ କମ୍ପାନି ବାଇଜୁ ଏବେ ଏପରି ଅବସ୍ଥାକୁ ଆସିଛି ଯେ କର୍ମଚାରୀଙ୍କ ଦରମା ବଣ୍ଟନ କରିବାରେ ସକ୍ଷମ ହୋଇନାହିଁ। ତେବେ କମ୍ପାନୀକୁ ଏହି ସଙ୍କଟରୁ ମୁକୁଳିବା ପାଇଁ ବାଇଜୁର ପ୍ରତିଷ୍ଠାତା ଏକ ଭାବପ୍ରବଣ ପଦକ୍ଷେପ ନେଇ ନିଜ ଘର ବନ୍ଧା ରଖି ଟଙ୍କା ଆଦାୟ କରିବା ସହ କର୍ମଚାରୀଙ୍କ ଦରମା ଦେବା ଆରମ୍ଭ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ସୋମବାର କମ୍ପାନିର ପ୍ରାୟ ୧୫ ହଜାର କର୍ମଚାରୀଙ୍କୁ ଦରମା ପ୍ରଦାନ କରାଯାଇଛି । ବାଇଜୁସ୍‌କୁ ବଞ୍ଚାଇବା ଲାଗି ଶ୍ରୀ ରବିନ୍ଦ୍ରନ ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ଗୋଟେ ସମୟରେ ଦେଶର ଅନ୍ୟତମ ମୂଲ୍ୟବାନ ସଂସ୍ଥା ଭାବେ ଗଣା ହେଉଥିବା ବାଇଜୁସ୍‌ ଏବେ ବଞ୍ଚିବା ଲାଗି ସଂଘର୍ଷ କରୁଛି। ରବିନ୍ଦ୍ରନ ନିଜେ ସେୟାର ବନ୍ଧକ ରଖି ୪୦୦ ନିୟୁତ ଡଲାର ଯୋଗାଡ଼ କରିଛନ୍ତି। ଅତୀତରେ ସେୟାର ବିକ୍ରିରୁ ପାଇଥିବା ୮୦୦ ନିୟୁତ ଡଲାରକୁ ମଧ୍ୟ ସେ ଦେଇସାରିଛନ୍ତି। ତେଣୁ ତାଙ୍କ ପାଖରେ ଏବେ ଆଉ ନଗଦ ରାଶି ନାହିଁ। କିଛି ବର୍ଷ ପୂର୍ବେ ବାଇଜୁସ୍‌ର ମୂଲ୍ୟ ୨୨୦୦ କୋଟି ଡଲାର ଥିଲା। ଏବେ ତାହା ୮୪୦ କୋଟି ଡଲାରକୁ ହ୍ରାସ ପାଇଛି। କଂପାନି ଆଣିଥିବା ଋଣ ଶୁଝିବା ଲାଗି ମଧ୍ୟ ସଂଘର୍ଷ କରୁଛି।ସେହିପରି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡକୁ ୧୫୮ କୋଟି ଟଙ୍କା ଦେଇନଥିବା ନେଇ କଂମାନୀ ବିରୋଧରେ କୋର୍ଟରେ ମାମଲା ରୁଜୁ କରାଯାଇଛି ।

Leave a Reply

Your email address will not be published. Required fields are marked *