ରାଜ୍ୟରେ ଶୁଭାରମ୍ଭ ହେଲା BSKY ନବୀନ କାର୍ଡ , ଉପକୃତ ହେବେ ୯୦ ପ୍ରତିଶତ ଲୋକ …

ପ୍ରତ୍ୟେକ ଜୀବନ ମୂଲ୍ୟବାନ ଦିଗରେ କାମକରୁଥିବା ରାଜ୍ୟ ସରକାର ଆଜି ରାଜ୍ୟରେ BSKY ନବୀନ କାର୍ଡ ଆରମ୍ଭ କରିଛନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନବୀନ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କର୍ଡ ମାଧ୍ୟମରେ ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର ବା ରାଜ୍ୟର ୯୦ ପ୍ରତିଶତ ଲୋକ ଉପକୃତ ହେବେ।
ଟଙ୍କା ଅଭାବରୁ ଯେମିତି କୌଣସି ଲୋକ ଭଲ ଚିକିତ୍ସାରୁ ବଞ୍ଚିତ ନହେବ ସେଥିପାଇଁଲ ଏ କାର୍ଡର ଶୁଭାରମ୍ଭ କରାଯାଇଛି । କେବେଳ ସରକାରୀ କର୍ମଚାରୀ ଏବଂ ଆୟକରଦାତାଙ୍କୁ ବାଦ୍ ଦେଇ ଏହି ପର୍ଯ୍ୟାୟରେ BSKYରୁ ବଞ୍ଚିତ ହୋଇଥିବା ଗ୍ରାମାଞ୍ଚଳର ଲୋକଙ୍କୁ ଜଟିଳ ରୋଗ ପାଇଁ ଘରୋଇ ହସ୍ପିଟାଲ ଗୁଡିକରେ କ୍ୟାସଲେସ୍ ସୁବିଧା ଯୋଗାଇ ଦିଆଯିବ । ତେବେ ଯେଉଁମାନେ ବର୍ତ୍ତମାନ BSKY ଯୋଜନା ଅଧୀନରେ ନାହାନ୍ତି, ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଇ। ସେମାନଙ୍କୁ କାର୍ଡ ପ୍ରଦାନ କରାଯିବ । ଯଦ୍ବାରା ସେମାନେ ରାଜ୍ୟ ଭିତରେ ବା ବାହାରେ ସବୁ ପଞ୍ଜିକୃତ ଘରୋଇ ହସ୍ପିଟାଲ ଗୁଡିକରେ ନିର୍ଦ୍ଧାରିତ ଜଟିଳ ରୋଗ ଗୁଡିକର ଚିକିତ୍ସା ସୁବିଧା ପାଇବେ।
ତେବେ ଏହି ପରିପ୍ରେକ୍ଷିରେ ମୁଖ୍ୟମନ୍ତ୍ରୀ କହିଛନ୍ତି ‘ମୋର ବିଶ୍ବାସ, BSKY ନବୀନ କାର୍ଡ ଦ୍ବାରା ଓଡିଶାର କୌଣସି ପରିବାର ଆର୍ଥିକ ଦୁରାବସ୍ଥା କାରଣରୁ ଜଟିଳ ରୋଗ ଗୁଡିକର ଚିକିତ୍ସା କ୍ଷେତ୍ରରେ କୋଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଏଥିପାଇଁ ଚିକିତ୍ସାର ସମସ୍ତ ଖର୍ଚ୍ଚ ଓଡିଶା ସରକାର ନିଜ ପାଣ୍ଠିରୁ ବହନ କରିବେ।