ଆସୁଛି ବିଜେଡିର ବିକାଶ ପୁସ୍ତକ, ଏଥିରୁ ଉଭାନ ପଞ୍ଚାୟତ ପ୍ରତିନିଧି, ସ୍ଥାନୀୟ ବିଧାୟକ …

ଭୁବନେଶ୍ୱର :  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସରିଲା। ଏହା ପରେ ସାମାଜିକ ସୁରକ୍ଷା ଯୋଜନା ଅଧିନରେ ସର୍ବନିମ୍ନ ପାଞ୍ଚଶହ ଟଙ୍କା ଭତ୍ତା ବୃଦ୍ଧି କରାଯିବ। ପୂର୍ବରୁ ଆମ ଓଡ଼ିଶା , ନବୀନ ଓଡ଼ିଶାରେ ଯୋଜନାରେ ପ୍ରକଳ୍ପ ଘୋଷଣା ହୋଇସାରିଛି। ନିର୍ବାଚନ ଘୋଷଣା ତାରିଖ ପାଖେଇବା କ୍ଷଣି ପ୍ରକଳ୍ପ ଶୁଭାରମ୍ଭ ଓ ଶିଳାନ୍ୟାସର ବନ୍ୟା ଆସିବ। ନିର୍ବାଚନକୁ ସମ୍ପୂର୍ଣ୍ଣ ନବୀନ ପଟ୍ଟନାୟକ, ଭି.କେ ପାଣ୍ଡିଆନ୍ ଏବଂ 5-ଟି ଉପକ୍ରମ କାର୍ଯ୍ୟକ୍ରମ କୈନ୍ଦ୍ରିକ କରାଯାଉଛି। କୌଣସି ବିଧାୟକ,ଏମପି, ଜନ ପ୍ରତିନିଧି…

Read More

ବୁମ୍ ବାୟା ନ ହେବାକୁ କଂଗ୍ରେସ ବରିଷ୍ଠ ନେତାମାନଙ୍କୁ ମିଳିଲା ପରାମର୍ଶ

ଭୁବନେଶ୍ୱର :  ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ଏହାର ଉପକଣ୍ଠ ଅଞ୍ଚଳରେ ଗଢି ଉଠିଛି ଅନେକ କେନ୍ଦ୍ରୀୟ ସଂସ୍ଥା। ପ୍ରାୟ ସବୁ କଂଗ୍ରେସ କିମ୍ବା ଅଣ ବିଜେପି ସରକାରଙ୍କ ସମୟରେ ଏହାର ଅନୁମୋଦନ କରାଯାଇଥିଲା। ବିଜେପି ସମୟରେ ଘୋଷଣା କରାଯାଇଥିବା ସଂସ୍ଥା ୟୁପିଏ ସମୟରେ ବିକଶିତ କରାଯାଇଛି। ହେଲେ କଂଗ୍ରେସ ଏହି ସବୁ ଉପଲବ୍ଧିକୁ ଗଣମାଧ୍ୟମ କିମ୍ବା ଭୋଟରଙ୍କ ସମ୍ମୁଖକୁ ଆଣିବା ଦୂରର କଥା। ନିଜେ ଜାଣି ସଚେତନ ହୋଇପାରୁନାହାନ୍ତି। ବରଂ ମୂଳ ପ୍ରକଳ୍ପରେ ଇଟା…

Read More

ମୂଳ ପର୍ଯ୍ୟବେକ୍ଷକ ଜିଲ୍ଲା ଯାଉ ନାହାନ୍ତି, ପ୍ରକ୍ସି ତଥା କା’ ନେତାଙ୍କ କାର୍ଯ୍ୟ କର୍ମୀ ମହଲରେ ଆଣୁଛି ଅସନ୍ତୋଷ, ଅଭିଯୋଗରୁ ବାଦ୍ ନାହାନ୍ତି ସାଙ୍ଗଠନିକ ସମ୍ପାଦକ ବବି

ଭୁବନେଶ୍ୱର :  ୨୦୨୩ ସରି ଆସୁଥାଏ। ୨୦୨୪ ହେବାକୁ ବସିଥାଏ। ଏହି ସମୟରେ ସମସ୍ତେ ନିଜ ନିଜର ସ୍ମୃତି ସାମାଜିକ ଗଣମାଧ୍ୟମରେ ସାଉଁଟୁ ଥାଆନ୍ତି। ଏହା ମଧ୍ୟରେ ଗୋଟିଏ ଫେସବୁକ୍ ପୋଷ୍ଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲା। ଏହା ଥିଲା ଯେ, ରାଜ୍ୟରେ ଜଣେ ଛାୟା ମୁଖ୍ୟମନ୍ତ୍ରୀ, ଜଣେ ଅବସର ସମୟ ଅତିକ୍ରାନ୍ତ କରୁଥିବା ମୁଖ୍ୟ ଶାସନ ସଚିବ ଏବଂ କାମଚଳା ଭାରାପ୍ରାପ୍ତ ପୁଲିସ୍ ମହାନିର୍ଦ୍ଦେଶକରେ ଚାଲୁଛି। ଇଏତ ଗଲା ଶାସନ ବ୍ୟବସ୍ଥା କଥା। ରାଜ୍ୟର ପ୍ରମୁଖ…

Read More

କାହିଁକି ମୋଦିଙ୍କ ପ୍ରିୟ ହୋଇଗଲେଣି ନବୀନ ଓ ମମତା, ରାଜ୍ୟ କ୍ଷମତା ରଖିବା ପାଇଁ ଲୋକସଭାରେ କାହିଁକି ହାଲକା ଭାବେରେ ଲଢିବାକୁ ଯାଉଛନ୍ତି ବିଜେଡି ଓ ଟିଏମସି

କୋଲକତା : ବିଜେପି ନେତୃତ୍ୱାଧିନ ଏନଡିଏ ୟୁପି,ବିହାର ତଥା ଅନ୍ୟ ହିନ୍ଦୀ ଭାଷୀ ରାଜ୍ୟରୁ ଯଦି ଲୋକସଭା ସିଟ୍ ହରାଏ। ତେବେ ଏହାର ବରଣ ଓଡ଼ିଶା ଏବଂ ପଶ୍ଚିମବଙ୍ଗରୁ କରିବ। ଏନେଇ ନରେନ୍ଦ୍ର ମୋଦି ଏବଂ ଅମିତ ଶାହା ଏକ ବିଶେଷ ରଣନୀତି କରିଛନ୍ତି। ଯାହାର ନାମ ରଖାଯାଇଛି ପୂର୍ବୋଦୟ-୪୦। ପଶ୍ଚିମବଙ୍ଗରୁ ୨୫ଟି ଆସନ ଏବଂ ଓଡ଼ିଶାରୁ ୧୫ଟି ଆସନ ହାସଲ ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିବାକୁ ଯାଉଛି। ଏନେଇ ବିଜେପି କାମ ଆରମ୍ଭ କରିସାରିଛି।…

Read More

ବବି କହୁଛନ୍ତି ମୁଁ ଏକ ନମ୍ବର ବିଜେଡି କର୍ମୀ ହେଲେ ଅରିନ୍ଦମ କହିଲେଣି କିଏ କ’ଣ ଭାବିବ, ମୋତେ ଫରକ ପଡ଼େନି

ଭୁବନେଶ୍ୱର :  ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓ ଓରଫ ବବି ଏବଂ ଚଳଚ୍ଚିତ୍ର ଅଭିନେତା ଅରିନ୍ଦମ ରାୟ। ଉଭୟ ବିଜେଡିର ନେତା ଏବଂ ପାରିବାରିକ ବନ୍ଧୁ। ଦୁଇ ଜଣେ ଭିନ୍ନ ଭିନ୍ନ କାରଣରୁ ଚର୍ଚ୍ଚାରେ ରହିଛନ୍ତି। ବବି ସମ୍ବଲପୁର ରାଜନୀତିକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ଅରିନ୍ଦମ ରାୟ କଟକ ଜିଲ୍ଲା ରାଜନୀତିକୁ ନେଇ ଗଣମାଧ୍ୟମର ଶିରୋନାମା ପାଲଟିଛନ୍ତି। ଉପରକୁ ଏତେଟା ଜଣା ପଡୁ ନ ଥିଲେ ବି ଅରିନ୍ଦମ ବିଜେଡି ପ୍ରତି ଖପ୍ପା…

Read More

ବଢୁଛି ଗୋଷ୍ଠୀ କନ୍ଦଳ, ଇସ୍ତଫା ଦେଇ ନେତୃତ୍ୱ ନିଷ୍ପତ୍ତିକୁ ବିରୋଧ କଲେ ବିଜେଡି ବିଧାୟକ !

ତେଲକୋଇ :  କେନ୍ଦୁଝର ଜିଲ୍ଲା ତେଲକୋଇ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଦୁଇ ଫାଳ । ଗୋଷ୍ଠୀ କନ୍ଦଳ ଏତେ ତୀବ୍ର ହୋଇଛି ଯେ ବିଧାୟକ ପ୍ରେମାନନ୍ଦ ନାଏକ ଇସ୍ତଫା ଦେଇଥିବା କଥା ଚର୍ଚ୍ଚା ହେଲାଣି। ଖଣି ଲୁଟ୍ କାରବାର ଭୂସ୍ୱର୍ଗ କେନ୍ଦୁଝରର ଏହି ଖବର ରାଜଧାନୀର ପାଓ୍ୱାର କରିଡ଼ରରେ ଗୁଞ୍ଜରଣ ସୃଷ୍ଟି କରିଛି। ମାତ୍ର ପ୍ରମୁଖ ଓ କ୍ଷୁଦ୍ର ଗଣମାଧ୍ୟମକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିଜ୍ଞାପନ ଏହି ଖବରକୁ ଶୀତଳଭଣ୍ଡାରକୁ ଠେଲି ଦେଇଛି। ତେଲକୋଇ ରାଜନୀତି ଦୁଇ…

Read More

ଜଗତସିଂହପୁର ଜିଲ୍ଲା ବିଜେଡିରେ ଅସନ୍ତୋଷ ବାନ୍ଧୁଛି ଦାନା, ସହ ପ୍ରଭାରୀ,-ନିର୍ବାଚନମଣ୍ଡଳଓ୍ୱାରୀ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି

ଭୁବନେଶ୍ୱର : ବିଜେଡି ଅପେକ୍ଷାକୃତ ଭଲ ସ୍ଥିତିରେ ରହିଥିବା ଜଗତସିଂହପୁର ଜିଲ୍ଲାରେ ନିର୍ବାଚନମଣ୍ଡଳୀଓ୍ୱାରୀ ସହ ପ୍ରଭାରୀ ଓ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ଉପରକୁ ସଙ୍ଗଠନ ଠିକ୍ ଠାକ୍ ଥିଲେ ବି ପୂର୍ବ ଭୋଟ ହାର ହ୍ରାସ ପାଇବାର ଆଶଙ୍କା ରହିଥିବା ବିଜେଡିର ସର୍ଭେକ୍ଷଣ ଟିମ୍ ରିପୋର୍ଟ ଦେଇଛି। ସବୁ ଆସନରେ ଏକାଧିକ ଆଶାୟୀ ଏବଂ ଅନ୍ୟ ଦଳରୁ ନେତା ଆମଦାନୀ ଚର୍ଚ୍ଚା ଜୋର ଧରିଛି। କେତେକ ବିଧାୟକଙ୍କ ଲୋକପ୍ରିୟତା ହ୍ରାସ ପାଇଥିବା ବେଳେ କେତେକ ବ୍ୟକ୍ତିଗତ କାରଣରୁ…

Read More

ନିର୍ବାଚନ ପାଖେଇ ଆସିଲାଣି, ସବୁ ଠିକ୍ ଲାଗୁ ଥିଲେ ବି ଏହି ସବୁ ପ୍ରସଙ୍ଗ ବିଜେଡି ଗଣିତ ବିଗାଡ଼ିଦେବ..ଆଶଙ୍କା କରୁଛନ୍ତି ସର୍ଭେକ୍ଷଣ ଟିମ୍

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। ଓଡ଼ିଶାରେ ସର୍ବାଧିକ ରାଜନୈତିକ ସକ୍ରିୟତା ବିଜେଡି ଦଳରେ ଦେଖା ଦେଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରଚାର ଜାରି ରହିଛି। ଏହା ପରେ ଭତ୍ତା ବୃଦ୍ଧି ଘୋଷଣା କରାଯିବ। ନିୟମିତ ବିଭିନ୍ନ ଘୋଷଣା, ନିଯୁକ୍ତି ଏବଂ ଲୋକାର୍ପଣ ଜାରି ରହିଛି। ଏହା ସତ୍ତ୍ୱେ ଦୀର୍ଘ ଅଢେଇ ଦଶନ୍ଧିର ସରକାର ହୋଇଥିବାରୁ ଏକ ଶାସକ ବିରୋଧୀ ମତ ରହିଛି। ପୂର୍ବ ଅପେକ୍ଷା ସରକାରୀ କଳ ଏବଂ ପ୍ରଚାରରେ ବିଜେପି ସଙ୍ଗଠିତ…

Read More

ଡିସେମ୍ବର ୩୦ରେ ନେଇଥିଲେ ମନ୍ତ୍ରୀ ପଦର ଶପଥ , ୮ରେ ବିଧାୟକ ପଦ ବି ନାହିଁ

ଜୟପୁର: ୨୦୨୩ ନଭେମ୍ବର ୨୫ରେ ରାଜସ୍ଥାନର ୨୦୦ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୧୯୯ଟିରେ ଭୋଟ ଗ୍ରହଣ କରାଯାଇଥିଲା। ଏହାର ୧୦ ଦିନ ପୂର୍ବରୁ ଶ୍ରୀକରଣପୁର ବିଧାୟକ ତଥା କଂଗ୍ରେସ ପ୍ରାର୍ଥୀ ଗୁରମିତ ସିଂ କୁନ୍ନରଙ୍କ ପରଲୋକ ହୋଇଥିବାରୁ ସେଠାରେ ନିର୍ବାଚନ ସ୍ଥଗିତ ରଖାଯାଇଥିଲା। ଏହି ଆସନରେ ୨୦୨୪ ଜାନୁଆରୀ ୫ରେ ମତଦାନ ହୋଇଥିଲା। ରାଜ୍ୟରେ କଂଗ୍ରେସକୁ ବେଦଖଲ କରି ନୂଆ ସରକାର ଗଢ଼ିଥିବା ବିଜେପି ଧରି ନେଇଥିଲା ଯେ କରଣପୁରରେ ମଧ୍ୟ ଖୁସିରେ ଜିତିଯିବ। ତେଣୁ ଡିସେମ୍ବର…

Read More

ନୂଆ ପ୍ରଭାରୀଙ୍କୁ ଭୂଆଁ ବୁଲାଇଲେଣି ଓଡ଼ିଶା କଂଗ୍ରେସ ନେତା, ଅଜୟ କହୁଛନ୍ତି ଗୋଟେ..ଛପୁଛି ଗୋଟେ..

ଭୁବନେଶ୍ୱର : ସ୍ଥାୟୀ ଶାସନ ସତ୍ତ୍ୱେ ଓଡ଼ିଶାର ସାମଗ୍ରିକ ବିକାଶ ଆଖି ଦୃଶିଆ ବୋଲି କଂଗ୍ରେସ ଦଳ ଅଭିଯୋଗ କରିଆସୁଛି। ଓଡ଼ିଶାର ଖଣିଜ ସମ୍ପଦର ସୁବିନିଯୋଗ ସହ ସାମାଜିକ ନ୍ୟାୟର ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ ଦ୍ୱାରା ରାଜ୍ୟର ପ୍ରକୃତ ରୂପାନ୍ତରଣ କରାଯାଇପାରିବ। ଏହି କଥା ଡେରିରେ ହେଉ ପଛେ ଏଆଇସିସି ବୁଝିବା ପାଇଁ ଚେଷ୍ଟା କରିଥିଲା। ସେଥିପାଇଁ ଓଡ଼ିଶା ପ୍ରଭାରୀ ଅଜୟ କୁମାର ମଧ୍ୟ ଯତ୍ନଶୀଳ ଥିଲେ। ପ୍ରଥମ ଦିନର ଅଭିଭାଷଣରେ ଦୁଇ ଲକ୍ଷ କୋଟି ଖଣି ଦୁର୍ନୀତି…

Read More