ବୋକାରୋରେ ଅଳ୍ପକେ ବର୍ତ୍ତିଲା ରାଜଧାନୀ, ଆଜିଠୁ ଗଡ଼ିବ କରମଣ୍ଡଳ

ଭୁବନେଶ୍ୱର : ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ବୋକାରୋ ଜିଲ୍ଲା ଅନ୍ତର୍ଗତ ଗୋଟାଏ ରେଳ କ୍ରସିଂ ଟ୍ରାକ୍ଟର୍‌ଟିଏ ଫସି ଯାଇଥିବା ଗତ ମଙ୍ଗଳବାର ଅପରାହ୍ଣରେ ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସ୍‌ର ଡ୍ରାଇଭର୍‌ ଜରୁରୀକାଳୀନ ବ୍ରେକ୍‌ ମାରିଥିଲା। ଏହା ଦ୍ୱାରା ଏକ ନିଶ୍ଚିତ ଦୁର୍ଘଟଣା ଏଡ଼ାଇ ଦିଆଯାଇ ପାରିଥିବା କଥା ଖୋଦ୍ ଦକ୍ଷିଣପୂର୍ବ ରେଳବାଇ ସ୍ୱୀକାର କରିଛି। ଜାତୀୟସ୍ତରୀୟ ଖବର ସରବରାହ ସଂସ୍ଥା  ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ୪.୪୫ରେ ବୋକାରୋ ଜିଲ୍ଲା ଅନ୍ତର୍ଗତ ଭୋଜୁଡିହ ରେଳ ଷ୍ଟେସନ୍‌ ଅନ୍ତର୍ଗତ ସାନ୍ତଳଡିହ ରେଲ୍‌ୱେ…

Read More

ଆହତଙ୍କୁ ଭେଟିବାକୁ ଓଡ଼ିଶାରେ ମମତା, ମୃତକଙ୍କୁ ପରିବାରର ଜଣଙ୍କୁ ହୋମଗାର୍ଡ ଚାକିରୀ

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନାଗାର ଟ୍ରେନ୍ ଦୁର୍ଘଟଣାରେ ପଶ୍ଚିମବଙ୍ଗର ଶତାଧିକ ଲୋକ ମରିଛନ୍ତି। ସେହିପରି ଅନେକ ଲୋକ ଆହତ ହୋଇଛନ୍ତି। କେତେକଙ୍କ ମୃତ ଦେହ ପଶ୍ଚିମବଙ୍ଗ ଯାଇସାରିଛି। ଆଉ କେତେକ ଚିହ୍ନଟ ପରେ ବଙ୍ଗ ଯିବ। ଏହି କ୍ରମରେ ପଶ୍ଚିମବଙ୍ଗର ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କୁ ଦେଖିବାକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ଆସିଛନ୍ତି।  ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଓ କଟକ ଏସସିବିରେ ଆହତମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିବା ସହିତ ଡାକ୍ତରମାନଙ୍କ ସହିତ…

Read More

ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯ୍ୟାତନା ମାମଲା, ବ୍ରିଜଭୂଷଣଙ୍କ ପରିବାରକୁ ପଚାରିଲା ଦିଲ୍ଲୀ ପୁଲିସ୍

ନୂଆଦିଲ୍ଲୀ : ଦିଲ୍ଳୀ ପୁଲିସ୍‌ର ଏକ ଟିମ୍‌ ସୋମବାର ରାତିରେ ବ୍ରିଜଭୂଷଣଙ୍କର ଲକ୍ଷ୍ନୌ ଓ ଗୋଣ୍ତାରେ ଥିବା ଘରେ ପହଞ୍ଚି ତାଙ୍କ ପରିବାରର ୧୨ ଜଣଙ୍କ ବୟାନ ରେକର୍ଡ କରିଛି। ତାଙ୍କ ଘରେ କାମ କରୁଥିବା ଲୋକଙ୍କ ନାମ, ଠିକଣା ଏବଂ ପ୍ରମାଣପତ୍ର ପୁଲିସ୍ ପକ୍ଷରୁ ଯୋଗାଡ଼ କରାଯାଇଛି। ଏହା ପରେ ପୁଲିସ୍‌ ଟିମ୍‌ ପୁଣି ଦିଲ୍ଲୀ ଫେରି ଯାଇଛି। ଗତ ଜାନୁୟାରୀ ମାସରୁ ଭାରତୀୟ କୁସ୍ତିଯୋଦ୍ଧାମାନେ ଭାରତୀୟ କୁସ୍ତିଯୋଦ୍ଧା ସଂଘ (ଡବ୍ଲୁଏଫ୍‌ଆଇ) ମୁଖ୍ୟ ବ୍ରିଜଭୂଷଣ ଶରଣ…

Read More

ମୋଦିଙ୍କ ସହ ହାତ ମିଳାଇବେ ଚନ୍ଦ୍ରବାବୁ ନାଇଡ଼ୁ

ନୂଆଦିଲ୍ଲୀ: ୨୦୨୪ରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଏନେଇ ଦଳମାନେ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଲେଣି | ତେବେ ମୋଦୀଙ୍କ ନେତୃତ୍ୱରେ ପୁଣି ତୃତୀୟ ଥର ପାଇଁ ଏନଡିଏ କ୍ଷମତାକୁ ଆସିବାକୁ ଚେଷ୍ଟା ଆରମ୍ଭ କରିଦେଇଥିବାବେଳେ ବିଜେପିକୁ ରୋକିବା ପାଇଁ ବିରୋଧୀ ଦଳମାନେ ଏବେ ଏକଜୁଟ ହେବାରେ ଲାଗିପଡିଛନ୍ତି | ବିଶେଷ କରି ବିଜେପି ଏବେ ଏହାର ପୁରୁଣା ସହଯୋଗୀମାନଙ୍କୁ ଏକାଠି କରିବାକୁ ଚେଷ୍ଟା ଆରମ୍ଭ କରିଛି। ଏହି କ୍ରମରେ ତେଲୁଗୁ ଦେଶମ ଦଳ ବା…

Read More

ପୁଣି ସିବିଆଇକୁ ତଦନ୍ତ ଭାର

ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣାର ହେବ ସିବିଆଇ ତଦନ୍ତ। ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ରେଲୱେ ବୋର୍ଡ ପକ୍ଷରୁ ସିବିଆଇ ତଦନ୍ତ ସୁପାରିସ କରାଯାଇଥିଲା। ଏହି ଭୟଙ୍କର ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟଣା ଘଟିଲା, କେଉଁମାନେ ଏଥି ପାଇଁ ଦାୟୀ ତାହାର ତଦନ୍ତ ସଠିକ ଭାବେ କରିବାକୁ ରେଲୱେ ବୋର୍ଡ ପକ୍ଷରୁ କୁହାଯାଇଥିଲା। ଯାହା ପରେ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି।ସେହିପରି ଆଜକୁ 13 ବର୍ଷ…

Read More

ବାହାନଗା ଟ୍ରେନ ଦୁର୍ଘଟଣରେ ସହାୟତାର ହାତ ବଢାଇଲେ ସେବୱାଗ ଓ ଆଦାନି

ଭୁବନେଶ୍ବର: ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣ ସାରା ଦେଶକୁ ସ୍ତବ୍ଦ କରି ଦେଇଛି  । ଏବେ ଯାଏ ଅନେକ ଶବ ଚିହ୍ନଟ ହୋଇ ନଥିଲାବେଳେ ନିଜ ପ୍ରିୟଜନଙ୍କୁ ଖୋଜୁଛନ୍ତି ସମ୍ପର୍କୀୟ । ଏହାରି ଭିତରେ ଆହତ ଏବଂ ମୃତକଙ୍କ ପରିବାର ପ୍ରତି ସହାୟତାର ହାତ ବଢ଼ାଇଛନ୍ତି ଅନେକ ସଂଗଠନ ଓ ରାଜନେତା ।ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହଓ୍ବାଗ ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି । ଦୁର୍ଘଟଣାରେ ବାପା ମାଆ ହରାଇଥିବା ଅନାଥ ଶିଶୁଙ୍କୁ ମାଗଣାରେ ପାଠ…

Read More

ବାହାନାଗା ରେଳ ଦୁର୍ଘଟଣା : ଘଟଣା ସ୍ଥଳ ବୁଲି ଦେଖିଲେ ପ୍ରଧାନମନ୍ତ୍ରୀ ମୋଦି

ବାଲେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ବାହାନଗାରେ ଟ୍ରେନ୍‌ ଦୁର୍ଘଟଣାସ୍ଥଳ ବୁଲି ଦେଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି  ଦୁର୍ଘଟଣାଗ୍ରସ୍ତ ଟ୍ରାକ୍‌ ଓ ବଗି ନିକଟକୁ ସ୍ଥିତି  ପରଖିଛନ୍ତି। ଦୁର୍ଘଟଣାସ୍ଥଳରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ରେଳବାଇର ବରିଷ୍ଠ ଅଧିକାରୀ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ କ’ଣ ସହଯୋଗର ଆବଶ୍ୟକତା ଅଛି, ସେନେଇ ପଚାରି ବୁଝିଛନ୍ତି। ବାହାନାଗାରେ ଦୁର୍ଘଟଣା ସ୍ଥଳ ଦେଖିବା ପରେ ମୋଦି ବାଲେଶ୍ୱର ହସ୍ପିଟାଲ ଗସ୍ତ କରି…

Read More

ସାମ୍ନାକୁ ଆସିଲା ବାଲେଶ୍ବର ଟ୍ରେନ ଟ୍ରାଜେଡିର ପ୍ରାଥମିକ ରିପୋର୍ଟ

ବାଲେଶ୍ବର :ବଲେଶ୍ୱର ଟ୍ରେନ ଟ୍ରାଜେଡିକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯାଉଥିବା ବେଳେ ୨୪ ଘଣ୍ଟା ନ ପୁରୁଣୁ ପ୍ରାଥମିକ ରିପୋର୍ଟ ସାମ୍ନାକୁ ଆସିଛି। ମିଳିତ ତଦନ୍ତକାରୀ ଟିମ ତା’ର ପ୍ରାଥମିକ ରିପୋର୍ଟରେ ସିଗ୍ନାଲ ଫେଲ ଯୋଗୁ ଏତେ ବଡ଼ ଘଟଣା ଘଟିଥିବା କହିଛି। ରିପୋର୍ଟରେ କୁହାଯାଇଛି ଯେ ମୁଖ୍ୟ ଲାଇନ ୧୨୮୪୧ ପାଇଁ କରମଣ୍ଡଳ ଏକ୍ସପ୍ରେସକୁ ସିଗ୍ନାଲ ଦିଆଯାଇଥିଲା। ତେବେ ହଠାତ୍‌ ଏହାକୁ ଏହାକୁ ହଟାଇ ଦିଆଯାଇଥିଲା। କିନ୍ତୁ ସେତେବେଳକୁ ଟ୍ରେନଟି ଗୋଟିଏ ଲୁପ୍‌ ଲାଇନ ବା…

Read More

୧୪ ବର୍ଷ ପରେ ପୁଣି ଦୁର୍ଘଟଣାଗସ୍ତ ହେଲା କରମଣ୍ଡଳ ଏକ୍ସପ୍ରେସ୍

ବାଲେଶ୍ଵର; ଦୀର୍ଘ ୧୪ ବର୍ଷ ପରେ ପୁଣି ଇତିହାସର ପୁନରାବୃତ୍ତି ଘଟିଛି। ୨୦୦୯ ଏପ୍ରିଲ୍ ୧୩ରେ ଓଲଟିଥିବା କରମଣ୍ଡଳ ଏକ୍ସପ୍ରେସ ପୁଣି ଲାଇନଚ୍ୟୁତ ହୋଇଛି । କୋଲକାତା ରୁ ଭୁବନେଶ୍ଵର ଆସିବା ବାଟରେ ଓଲଟିପଡ଼ିଲା କରମଣ୍ଡଳର ୩ ବଗି । ୫୦ ରୁ ଅଧିକ ମୃତ ଓ ଶତାଧିକ ଲୋକ ଗୁରୁତର ଆହତ ହୋଇଛନ୍ତି ବୋଲି ଜଣା ପଡିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ସ୍ଥିତ ବାହାନଗା ଷ୍ଟେସନ୍ ନିକଟରେ ।…

Read More

କଂଗ୍ରେସରେ ବିଲୟ ହେବ ଓ୍ୱାଇଏସଆର ତେଲେଙ୍ଗାନା ପାର୍ଟି

ହାଇଦ୍ରାବାଦ : ରାଜନୀତିରେ କେତେବେଳେ କଣ ହେବ, ତାହା ସବୁ ସମୟରେ ପୂର୍ବାନୁମାନ କରି ହୁଏ ନାହିଁ। ସେଥିପାଇଁ ରାଜନୀତିକୁ ଶତ ସମ୍ଭାବନାର ତୀର୍ଥ କ୍ଷେତ୍ର ବୋଲି କୁହାଯାଏ। ଆଗାମୀ ଦିନରେ ଦାକ୍ଷିଣତ୍ୟ ରାଜନୀତିରେ କେତେକ ହଟଚମଟ ଦେଖିବାକୁ ମିଳିବ। ଅବିଭକ୍ତ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ୱାଇଏସଆର ରାଜଶେଖର ରେଡ୍ଡିଙ୍କ ଝିଅ ଓ୍ୱାଇଏସ୍ ଶର୍ମିଲା ନିଜର ଓ୍ୱାଇଏସଆର ତେଲେଙ୍ଗାନା ପାର୍ଟିକୁ କଂଗ୍ରେସ ସହ ବିଲୟ କରିବାକୁ ଯାଉଛନ୍ତି। ଏକଥା ଆର୍ଶ୍ଚଯ୍ୟ ଲାଗୁଥିଲେ ବି ସତ ହେବାକୁ ଯାଉଛି।…

Read More