ସମ୍ବଲପୁର ହିଂସା : ସ୍ଥିତି ସମୀକ୍ଷା କଲେ ପୁଲିସ ଡିଜି ସୁନୀଲ ବଂଶଲ
ସମ୍ବଲପୁର,୧୫/୪(ବ୍ୟୁରୋ ): ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଘଟିଥିବା ବ୍ୟାପକ ହିଂସାକାଣ୍ଡ ଘଟଣାର ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଶନିବାର ନେଇ ସମୀକ୍ଷା କରିଛନ୍ତି। ସ୍ଥାନୀୟ ଉତ୍ତରାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକ ପରେ ଶ୍ରୀ ବଂଶଲ କହିଛନ୍ତି ଯେ , ଯେଉଁମାନେ ଏହି ଘଟଣା ସହିତ ସଂପୃକ୍ତ ଅଛନ୍ତି, କଠୋର କାର୍ଯ୍ୟାନୁଷ୍ଠାନର ସାମ୍ନା କରିବେ। ସମ୍ବଲପୁରରେ କର୍ଫ୍ୟୁ ଜାରି ରହିଛି। ସହରରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ସମ୍ବେଦନଶୀଳ…
