ଧାରଣାରେ ବସିଥିବା କୁସ୍ତିବିତଙ୍କୁ ମିଳୁଛି ହତ୍ୟା ଧମକ୍
ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ସଭାପତି ବ୍ରିଜଭୂଷଣ ଶରଣସିଂହଙ୍କ ବିରୋଧରେ ଏତଲା ରୁଜୁ ମାମଲାରେ ସୁପ୍ରିମକୋର୍ଟ ଦିଲ୍ଲୀ ପୁଲିସ୍କୁ ନୋଟିସ୍ କରିବା ପରେ ଆନ୍ଦୋଳନରେ ବସିଥିବା ଜାତୀୟସ୍ତରୀୟ କୁସ୍ତିବିତ୍ଙ୍କୁ ହତ୍ୟା ଧମକ ଦିଆଯାଉଥିବା ନେଇ ନୂଆ ଅଭିଯୋଗ ଆସିଛି। ଏପରିକି ଟଙ୍କାର ଲୋଭ ମଧ୍ୟ ଦେଖାଯାଇଥିବା କୁହାଯାଇଛି। ବଜରଙ୍ଗ ପୁନିଆ ଓ ଭିନେଶ ଫୋଗତ କହିଛନ୍ତି ଯେ, ଡବ୍ଲୁଏଫ୍ଆଇ ସମ୍ପାଦକ ବିନୋଦ ତୋମର ଓ ସଭାପତି ବ୍ରିଜଭୂଷଣଙ୍କ ଦୁଇ ସହଯୋଗୀ ହରିୟାଣା କୁସ୍ତି ସଂଘର ସମ୍ପାଦକ…
