+୨ ପରୀକ୍ଷା ପାଇଁ ତାରିଖ ଘୋଷଣା କଲା ସିଏଚଏସଇ
ଭୁବନେଶ୍ଵର: ରାଜ୍ୟରେ +୨ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଡ଼. ପ୍ରଶାନ୍ତ କୁମାର ପରିଡ଼ା। ଡିସେମ୍ବର ୨୬ ରୁ ୩୦ ଯାଏଁ ଇଣ୍ଟରନାଲ ପରୀକ୍ଷା ହେବ। ସେହିପରି ଜାନୁଆରୀ ୨ ରୁ ୧୨ ଭିତରେ ପିଲାମାନେ ପ୍ରାକ୍ଟିକାଲ ପରୀକ୍ଷା ଦେବେ ବୋଲି ସ୍ଥିର କରିଛି ସିଏଚଏସଇ । ଫେବୃଆରୀ ୧୫ରୁ ମାର୍ଚ୍ଚ ୨୦ ଭିତରେ ମୁଖ୍ୟ ପରୀକ୍ଷା ହେବ। ସମସ୍ତ ବିଭାଗ ଫଳାଫଳ ପରୀକ୍ଷା ଶେଷ ହେବାର ୪୫ଦିନ ଭିତରେ ବାହାରିବ।…
