ମୋହର ନାଁ ବିଜ୍ଞାପନ, ୨୭ ଟଙ୍କାରେ ହୁଏନା ସଶକ୍ତିକରଣ
ଭୁବନେଶ୍ୱର: (ସତ୍ୟଜିତ ମିଶ୍ର)- ଇଂରାଜୀରେ ଏକ ବିଶ୍ୱସ୍ତରୀୟ ପତ୍ରିକା Heritageର ସମ୍ପାଦନା କରୁଥାନ୍ତି ଚେତନାର ନିଶବ୍ଦ କଥାକାର ମନୋଜ ଦାସ। ପତ୍ରିକାଟି ସୁଦୃଶ୍ୟ, ଅତୀବ ମନୋରମ, ତତସହିତ ଥିଲା କଳା, ସ୍ଥାପତ୍ୟ, ସାହିତ୍ୟର ଏକ ଚମତ୍କାର blend. ନିଜକୁ ଚିପୁଡି ଦେଇଥିଲେ ସେ। ମନୋଜ ଦାସ ଯେତେବେଳେ ଚିପୁଡି ହୁଅନ୍ତି ସେତେବେଳେ ଅମୃତ ଝରେ। ଧୀରେ ଧୀରେ Heritage ର୍ ସ୍ଥାନ କଫିଟେବୁଲ ରୁ ଉଠିଯାଇ ତକିଆ ତଳେ ରହିଲା। ଶାଶ୍ୱତର ସ୍ପର୍ଶରେ ସୁନିଦ୍ରା ହେଲା। ଇତିହାସ…
