ଦୁଇ ବର୍ଷରେ ୫୦,୦୦୦ ନୁହେଁ, ୨୦,୦୦୦ ଟଙ୍କା ପାଇବେ ମା,ଭଉଣୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ସୁଭଦ୍ରା ଯୋଜନାର ମାର୍ଗଦର୍ଶିକା ଘୋଷଣା କରିଛନ୍ତି । ଏନେଇ ଗତ କାଲି କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା l ଏହି ଯୋଜନାରେ ଦୁଇ କିସ୍ତିରେ ଟଙ୍କା ମିଳିବ । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ଏହି ଟଙ୍କା ପ୍ରଦାନ କରାଯିବ । ପ୍ରତି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ମିଳିବ । ତେଣୁ ଦୁଇବର୍ଷରେ ୫୦,୦୦୦ ଟଙ୍କା ପରିବର୍ତ୍ତେ ରାଜ୍ୟର ମହିଳା ମାନେ…
