ବହିଷ୍କାର ପରେ କୁଆଡେ ଯିବେ ସୌମ୍ୟ ରଞ୍ଜନ, ଦୁଇ ଜାତୀୟ ଦଳ ସହ କରୁଛନ୍ତି କି ଯୋଗାଯୋଗ !!!

ନୂଆଦିଲ୍ଲୀ :ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ଦଳରୁ ବହିଷ୍କୃତ ହେବା ପରେ ତାଙ୍କ ପରବର୍ତ୍ତୀ ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି। ଶ୍ରୀ ପଟ୍ଟନାୟକ କୁଆଡେ ଯିବେ, ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଇତି ମଧ୍ୟରେ ବିଜେଡି ବହିଷ୍କାର ନିଷ୍ପତ୍ତି ନେବା ପୂର୍ବରୁ ଗୋଟିଏ ଗୁଇନ୍ଦା ସୂଚନା ଆଧାରରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଦା କରିଥିବା ଜଣାପଡିଛି। ତିନି ଦିନ ପୂର୍ବରୁ ଦେଶର ରାଜଧାନୀ ନୂଆଦିଲ୍ଲୀରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଜେପିର ବରିଷ୍ଠ ନେତା ତଥା…

Read More

ନୂଆ ଆଞ୍ଚଳିକ ଦଳ ପାଇଁ ବାଟ ଫିଟୁଛି କି !!! ସହଯୋଗୀ ଦଳ ପାଇଁ ୩ ଲୋକସଭା , ୪୨ ବିଧାନସଭା ଆସନ ଛାଡିପାରେ ବିଜେପି

ଭୁବନେଶ୍ୱର : ବିଜେଡ଼ି ଉପସଭାପତି ପଦରୁ ବିଦା ହେବା ପରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁହଁ ଖୋଲି ଥିଲେ। ଏହା ପରେ ତାଙ୍କୁ ବିଭିନ୍ନ ଫୋରମ୍ ଜରିଆରେ ଦଳ ପକ୍ଷରୁ ସମାଲୋଚନା କରାଯାଇଛି। ଏଥିସହ ସେ ଜଡିତ ଥିବା ସଂସ୍ଥା ଉପରେ ଚଢଉ ମଧ୍ୟ କରାଯାଇଛି। ମାତ୍ର କିଛିଦିନ ହେବ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ କୌଣସି ପ୍ରତିକ୍ରିୟା ପ୍ରକାଶ କରୁନାହାନ୍ତି। କେହି କେହି ଏହାକୁ ଝଡ଼ ପୂର୍ବର ନୀରବତା ବୋଲି ମତ ଦେଲେଣି।ବିଜେଡି ପ୍ରାଥମିକ ଭାବେ ବିଜେପି…

Read More

ଛଅ ବର୍ଷ ପରେ ନବୀନଙ୍କୁ ଭେଟି କ’ଣ କହିଲେ ବୈଜୟନ୍ତ….ପ୍ରେମ ପଟ୍ଟନାୟକଙ୍କ ସହ କି କଥା ହେଲେ ଜୟ ପଣ୍ଡା…

ନୂଆଦିଲ୍ଲୀ : ୨୦୧୯ ନିର୍ବାଚନ। ଲୋକସଭା ପ୍ରାର୍ଥୀ ଘୋଷଣା କରିଚାଲିଥାନ୍ତି ନବୀନ ପଟ୍ଟନାୟକ। କେନ୍ଦ୍ରାପଡ଼ା ଜିଲ୍ଲାରୁ ଘୋଷଣା କଲେ ଅଭିନେତା ଅନୁଭବ ମହାନ୍ତିଙ୍କ ନାଁ। ଶ୍ରୀ ମହାନ୍ତିଙ୍କ ନାଁ ଘୋଷଣା ପରେ ପୂର୍ବ ସାଂସଦ ବୈଜୟନ୍ତଙ୍କ ମନିଂ ଲଡ୍ରିଂ ଏବଂ ତାଙ୍କ ଉପରେ ଆସିଥିବା କେତେକ ଅଭିଯୋଗକୁ ବଖାଣିଥିଲେ। କହିଥିଲେ ବର୍ତ୍ତମାନର ପ୍ରାର୍ଥୀ ପୂର୍ବ ସାଂସଦ ଭଳି ହେବେ ନାହିଁ। ସମୟ ଚକ୍ରରେ ବୈଜୟନ୍ତ ଓ ଅନୁଭବ ରାଜ୍ୟ ରାଜନୀତିରେ କେଉଁଠି ଅଛନ୍ତି, ତାହା ସମସ୍ତଙ୍କୁ ଜଣା।…

Read More

ଆଜି ରାତି ୧୨ଟା ଭିତରେ କରନ୍ତୁ ଆବେଦନ…ନଚେତ ହରାଇବେ ଏହି ସରକାରୀ ଚାକିରୀ…

ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଡାକ୍ତର (ମେଡିକାଲ ଅଫିସର) ପଦବୀ ପାଇଁ ନିଯୁକ୍ତି ପାଇଁ ବିଞପ୍ତି ପ୍ରକାଶ ପାଇଛି। ରାଜ୍ୟର ବିଭିନ୍ନ ଡାକ୍ତରଖାନା ପାଇଁ ୭ ହଜାର ୨୭୬ ଜଣ ମେଡିକାଲ ଅଫିସରଙ୍କୁ ନିଯୁକ୍ତି ମିଳିବ।ଏହି ନିଯୁକ୍ତି ପାଇଁ ହେବାକୁ ଥିବା ପରୀକ୍ଷା ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ପ୍ରାର୍ଥୀମାନଙ୍କୁ ଓଡ଼ିଶା ମେଡିକାଲ ସର୍ଭିସ (ଗ୍ରୁପ୍-ଏ) ଅନ୍ତର୍ଗତ ନିଯୁକ୍ତି ମିଳିବ।• ଏହି ପଦବୀ ପାଇଁ…

Read More

ଆଠଗଡ, ନରସିଂହପୁର, ପିପିଲି ଓ ଆଠମଲ୍ଲିକ ବ୍ଲକରେ ପାନୀୟ ଜଳ ସମସ୍ୟାର ସମାଧାନ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରିବା ସମୟରେ ବିଭିନ୍ନ ସ୍ଥାନରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଅନେକ ଆପତ୍ତି ଅଭିଯୋଗ ଆସିଥିଲା । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଥିଲା। ବୈଠକରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ସହିତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଶ୍ରୀ…

Read More

୩ ରାଜ୍ୟସଭା ଆସନ ପାଇଁ ୩୦ ଆଶାୟୀ…ଓଡ଼ିଶାରୁ ଆଉ ଯିବେନି ଅଶ୍ୱିନୀ…ପ୍ରଶାନ୍ତଙ୍କୁ ମିଳିବନି ଦ୍ୱିତୀୟ ସୁଯୋଗ…ଚେଷ୍ଟା ଜାରି ରଖିଛନ୍ତି ଅମର..

ଭୁବନେଶ୍ୱର: ବିଜେଡି ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟିଛି। କିଏ କେତେବେଳେ କ୍ଷମତାରେ ରହିବ। କିଏ କେତେବେଳେ କ୍ଷମତାରୁ ବିଦା ହୋଇଯିବ, ତାହା ଜାଣିବା କଷ୍ଟକର। ତେଣୁ କୌଣସି ମତେ ଦଳୀୟ ଟିକେଟ୍ ହାସଲ କରିଦେବା ପାଇଁ ସମସ୍ତେ ବ୍ୟାକୁଳ. ବିଧାୟକ ଟିକେଟ୍ ପାଇଁ ଅଧିକ ଲବି ଥିବା ବେଳେ ଦ୍ୱିତୀୟରେ ରାଜ୍ୟସଭା ଆସନ ନେଇ ଜୋରଦାର ଲବି ଆରମ୍ଭ ହୋଇଯାଇଛି। ଆସନ୍ତା ବର୍ଷ ପ୍ରଥମାର୍ଦ୍ଧରେ ବିଜେଡ଼ିର ତିନୋଟି ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି। ତେଣୁ ଏହି…

Read More

ଅଗ୍ନିଶମ ବିଭାଗରେ ବାହାରିଲା ୯୪୧ ପଦବୀ ; ଜାଣନ୍ତୁ କେମିତି କରିବେ ଆବେଦନ …

ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାରେ ୯୪୧ଟି ପଦବୀ ପାଇଁ ନିଯୁକ୍ତି ପାଇଁ ବିଞ୍ଜପ୍ତି ପ୍ରକାଶ ପାଇଛି । ଏହି ସଂସ୍ଥାରେ ଚାକିରି କରିବା ପାଇଁ ଆଗ୍ରହୀ ପ୍ରାର୍ଥୀମାନଙ୍କୁ  ଫାୟାରମ୍ୟାନ ଓ ଡ୍ରାଇଭର ପଦବୀରେ ନିଯୁକ୍ତି ମିଳିବ। ତେବେ ଏହି ସବୁ ନିଯୁକ୍ତି ପାଇଁ ଆପଣ ଅନଲାଇନରେ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ସେପ୍ଟେମ୍ବର ୩୦ ରଖାଯାଇଛି । ଏହି ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଆବେଦନ କରିପାରିବେ । ତେବେ ରାଜ୍ୟ ଅଗ୍ନିସମ…

Read More

ଶିକ୍ଷକଙ୍କୁ ନାଲି ଆଖି ଦେଖାଇ ବୁଝାଇବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର

୩ ଦଫା ଦାବି ପୂରଣ ପାଇଁ ଆନ୍ଦୋଳନ କରୁଥିବା ଶିକ୍ଷକମାନଙ୍କୁ ନାଲି ଆଖି ଦେଖାଇ ବୁଝାଇବାକୁ ଚେଷ୍ଟା କରିଛନ୍ତି ରାଜ୍ୟ ସରକାର । ଆନ୍ଦେଳନରେ ବସିଥିବା ୧ଲକ୍ଷ ୩୦ ହଜାର ପ୍ରାଥମିକ ସ୍କୁଲର ଶିକ୍ଷକଙ୍କୁ ୨୨୦ ଦିନର କାର୍ଯ୍ୟ ଦିବସ ଭରଣା କରିବା ପାଇଁ ଭୟ ଦେଖାଇଛନ୍ତି ସରକାର । ଏହି ଛୁଟିକୁ ଆଗାମୀ ଶିକ୍ଷା ବର୍ଷ କ୍ୟାଲେଣ୍ଡରରେ ଭରଣା କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଥମିକ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀ ଦାବି…

Read More

ଖାଲି ପଡ଼ିଛି ଭିନ୍ନକ୍ଷମ କମିସନର ପଦ, ନିଜ ମନପସନ୍ଦର ଅଫିସରଙ୍କୁ ଅବସର ପରେ ନିଯୁକ୍ତି ଦେବାକୁ ସରକାରଙ୍କ ମନ….

ଭୁବନେଶ୍ୱର : ରାଜ୍ୟରେ ଅମଲାତନ୍ତ୍ର କୈନ୍ଦ୍ରିକ ଶାସକ ବ୍ୟବସ୍ଥା ବିରୋଧରେ ସମାଲୋଚନା ସର୍ବୋଚ୍ଚ ସଂସ୍ଥାରେ ରହିଛି। ଠିକ୍ ଏହି ସମୟରେ ରାଜ୍ୟ ସରକାର ଅମଲାତନ୍ତ୍ର କୈନ୍ଦ୍ରିକ ଶାସନକୁ ଆହୁରି ଦୃଢ କରୁଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ନିକଟରେ ନିଆଯାଇଥିବା ଏକ ନିଷ୍ପତ୍ତିରୁ ଏହା ଜଣାପଡିଛି। ନୂତନ ନିଯୁକ୍ତି କିମ୍ବା ଅଭିଜ୍ଞ ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦରେ ଅବସ୍ଥାପିତ କରିବା ପରିବର୍ତ୍ତେ ଭାରାପ୍ରାପ୍ତ ଅଧିକାରୀଙ୍କୁ ରଖିବାରେ ଗୁରୁତ୍ୱ ଦିଆଯାଉଛି। ଭାରାପ୍ରାପ୍ତ ଅଧିକାରୀ ଅବସର ପରେ ପୁଣି କେମିତି ସେହି ପଦରେ…

Read More

ମୁଖ୍ୟମନ୍ତ୍ରୀ ଦସ୍ତଖତକୁ ନକଲି ବୋଲି କହିଲେ ସୌମ୍ୟ ପଟ୍ଟନାୟକ, ସପ୍ତାହ ତଳେ ଭେଟିବାକୁ ଅନୁମତି ମାଗି ନିରାଶ ହୋଇଥିଲେ ..

ଭୁବନେଶ୍ୱର : ରାଜନୈତିକ ଘଟଣାକ୍ରମରେ ବିଜେଡି ନେତା  ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପକ୍ଷ ଚ୍ଛେଦନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ତାଙ୍କୁ ଦଳର ଉପସଭାପତି ପଦରୁ ବାହାର କରାଯାଇଛି। ମାତ୍ର ଏନେଇ ଦଳ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ନେଇ ଶ୍ରୀ ପଟ୍ଟନାୟକ ସନ୍ଦେହ ପ୍ରକାଶ କରିଛନ୍ତି।  ସୌମ୍ୟ ପଟ୍ଟନାୟକ କହିଛନ୍ତି ଯେ, ସଭାପତିଙ୍କର ଏହା ଇଚ୍ଛାଧୀନ ବ୍ୟାପାର। ସଭାପତି ହିସାବରେ କାହାକୁ ସହଯୋଗୀ କାର୍ଯ୍ୟକର୍ତ୍ତା ଭାବେ ନେବେ, ତାହା ତାଙ୍କର ସମ୍ପୂର୍ଣ୍ଣ ଇଚ୍ଛାଧୀନ। ଉପସଭାପତି ପଦ ହରାଇବା…

Read More