ଯାଜପୁର ଟ୍ରେନ ଗଡ଼ି ଶ୍ରମିକ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ

ଯାଜପୁର : ଯାଜପୁର ରୋଡ଼୍‌ ଷ୍ଟେସନରେ ଗତକାଲି ରେଳ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଖୋର୍ଦ୍ଧା ରୋଡ ଡିଭିଜନ୍ ର ଡିଆରଏମଙ୍କ ପକ୍ଷରୁ ଏହି ତଦନ୍ତ ଆରମ୍ଭ କରାଯାଇଛି। ଗତକାଲି ରେଳ ଟ୍ରାକ୍‌ରେ ଅଟକିଥିବା ଟ୍ରେନ୍‌ ୱାଗନ ତଳେ ୬ ଶ୍ରମିକଙ୍କ ଜୀବନ ଯାଇଛି। ବର୍ଷା, ପବନରୁ ରକ୍ଷା ପାଇବା ପାଇଁ ଏହି ଶ୍ରମିକମାନେ ଟ୍ରେନ୍ ତଳେ ଆଶ୍ରୟ ନେଇଥିଲେ। ହେଲେ ଅଟକିଥିବା ଟ୍ରେନ୍ ହଠାତ୍ ଗଡ଼ି ଯିବାରୁ ସେମାନେ କଟି ଯାଇ ପ୍ରାଣ ହରାଇଥିଲା। ଏହି…

Read More

ଆଜି କେରଳ ଛୁଇଁଲା ମୌସୁମୀ, ରଜ ବେଳକୁ ଓଦା ହେବ ଓଡ଼ିଶା

ନୂଆଦିଲ୍ଲୀ : ପ୍ରାୟ ସପ୍ତାହେ ବିଳମ୍ବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ଅର୍ଥାତ ଗୁରୁବାର କେରଳ ଛୁଇଁଛି । ମୌସୁମୀ ଆଜି କେରଳ ଛୁଇଁବା ନେଇ ଆଇଏମ୍‌ଡି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହା ପ୍ରଭାବରେ କେରଳରେ ପାଣିପାଗ କିପରି ଅଛି, ବର୍ଷା ହେଉଛି ନା ନାହିଁ ସେ ସମ୍ପର୍କରେ ସବିଶେଷ ତଥ୍ୟ ଏଯାବତ୍ ଜଣା ପଡ଼ି ନାହିଁ। ୨୦୨୨ ମେ ମାସ ଶେଷ ଆଡ଼କୁ ମୌସୁମୀ କେରଳ ଛୁଇଁଥିଲା। ହେଲେ ଏହା ପୂର୍ବ ବର୍ଷ ୨୦୨୧ରେ…

Read More

ବିଦ୍ୟୁତ ନେଟୱର୍କ ଉନ୍ନତ କରିବା ଉପରେ ଟିପିଏସଓଡି଼ଏଲର ଧ୍ୟାନ

ସାନଖେମୁଣ୍ଡି: ଟିପି ଦକ୍ଷିଣ ଓଡି଼ଶା ବିତରଣ ଲିମିଟେଡ୍ (ଟିପିଏସଓଡି଼ଏଲ) ଏହାର ଉପଭୋକ୍ତାଙ୍କୁ ନିରନ୍ତର ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ପ୍ରୟାସ ଜାରି ରଖିଛି । ଏହି ଗ୍ରୀଷ୍ମ ଋତୁରେ ଟିପିଏସଓଡି଼ଏଲ ବୈଦ୍ୟୁତିକ ଭିତ୍ତିଭୂମିକୁ ମଜବୁତ କରୁଛି । ଏହା ବିଦ୍ୟୁତର ଅଧିକ ଆବଶ୍ୟକତାକୁ ପୂରଣ କରିବାରେ ସହଯୋଗ କରିବ । ସାନଖେମୁଣ୍ଡିର ପୁଡାମାରି ଗ୍ରାମରେ ୩.୧୫ ଏମଭିଏ ଟ୍ରାନ୍ସଫର୍ମରକୁ ୫ ଏମଭିଏ କ୍ଷମତାପୂର୍ଣ୍ଣ ଟ୍ରାନ୍ସଫର୍ମର କରିଦିଆଯାଇଛି । ଏହା କମ୍ପାନୀର ସକ୍ରିୟ ପ୍ରୟାସର ଏକ ଉଦାହରଣ…

Read More

ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ +୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ୱର: ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌‌ଏସ୍‌‌ଇ) ଦ୍ୱାରା ପରିଚାଳିତ +୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ଆଜି  ପ୍ରକାଶ ପାଇବ । ଅପରାହ୍ନ ୪ଟାରେ ସିଏଚ୍‌‌ଏସ୍‌‌ଇ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇବାକୁ ଥିବାବେଳେ ପରୀକ୍ଷା ଫଳ ୫ଟାରୁ www.orissaresults.nic.in ୱେବସାଇଟ୍‌‌ରେ ଉପଲବ୍ଧ ହେବ। ଏଥି ସହ କଲେଜଗୁଡ଼ିକର ସାମ୍ସ ‘ଇ-ସ୍ପେସ୍‌‌’ରେ ପିଲାଙ୍କ ଫଳାଫଳ ଉପଲବ୍ଧ ହେବ ବୋଲି ପରିଷଦର ପରୀକ୍ଷା ନିୟନ୍ତ୍ରକ ଡ. ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି। ଚଳିତବର୍ଷ ମୂଲ୍ୟାୟନ…

Read More

ବାହାନଗା ଟ୍ରେନ୍‌ ଦୁର୍ଘଟଣା:ଦ୍ବିତୀୟ ଦିନରେ ରେଳ ଅଧିକାରିଙ୍କ ମୋବାଇଲ ଜବତ କଲା ସିବିଆଇ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣାର କାରଣ ଜାଣିବା ପାଇଁ  ସିବିଆଇ ଘଟଣାର ତଦନ୍ତ କରୁଛି।ଆଜି ଏହି ତଦନ୍ତର ଦ୍ୱିତୀୟ ଦିନରେ  ସିବିଆଇର ୧୦ ଜଣିଆ ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଟେକ୍ନିକାଲ ଏବଂ ଫରୋନ୍‌ସିକ୍‌ ଟିମ୍‌ ତୃତୀୟ ଥର ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି।ଏହି ଟିମ୍‌ ଘଟଣାସ୍ଥଳରେ ଦୀର୍ଘ ୪୫ ମିନିଟ୍‌ ତଦନ୍ତ କରିବା ପରେ ରେଳ ଅଧିକାରୀଙ୍କ ମୋବାଇଲ ସିବିଆଇ ହାତରେ ଲାଗି ଥିବା  ସୂଚନା ରହିଛି। କଲ୍ ରେକର୍ଡ, ହ୍ୱାଟସଆପ କଲ୍ ଓ…

Read More

ବୋକାରୋରେ ଅଳ୍ପକେ ବର୍ତ୍ତିଲା ରାଜଧାନୀ, ଆଜିଠୁ ଗଡ଼ିବ କରମଣ୍ଡଳ

ଭୁବନେଶ୍ୱର : ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ବୋକାରୋ ଜିଲ୍ଲା ଅନ୍ତର୍ଗତ ଗୋଟାଏ ରେଳ କ୍ରସିଂ ଟ୍ରାକ୍ଟର୍‌ଟିଏ ଫସି ଯାଇଥିବା ଗତ ମଙ୍ଗଳବାର ଅପରାହ୍ଣରେ ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସ୍‌ର ଡ୍ରାଇଭର୍‌ ଜରୁରୀକାଳୀନ ବ୍ରେକ୍‌ ମାରିଥିଲା। ଏହା ଦ୍ୱାରା ଏକ ନିଶ୍ଚିତ ଦୁର୍ଘଟଣା ଏଡ଼ାଇ ଦିଆଯାଇ ପାରିଥିବା କଥା ଖୋଦ୍ ଦକ୍ଷିଣପୂର୍ବ ରେଳବାଇ ସ୍ୱୀକାର କରିଛି। ଜାତୀୟସ୍ତରୀୟ ଖବର ସରବରାହ ସଂସ୍ଥା  ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ୪.୪୫ରେ ବୋକାରୋ ଜିଲ୍ଲା ଅନ୍ତର୍ଗତ ଭୋଜୁଡିହ ରେଳ ଷ୍ଟେସନ୍‌ ଅନ୍ତର୍ଗତ ସାନ୍ତଳଡିହ ରେଲ୍‌ୱେ…

Read More

ମୌସୁମୀ ବାଟରେ ବାଧକ ସାଜିଛି ବାତ୍ୟା ‘ବିପର୍ଯ୍ୟୟ’

ଭୁବନେଶ୍ବର : ଆରବ ସାଗରରେ ଅବପାତ ହେତୁ କେରଳ ପହଞ୍ଚି ପାରୁନି ମୌସୁମୀ । ଯଦି ଠିକ୍ ସମୟରେ ମୌସୁମୀ ଓଡ଼ିଶାକୁ ଆସିଥାନ୍ତା  ତେବେ ଏତେବେଳକୁ ବର୍ଷା ହେବା ସହ ଗରମ ଓ ଗୁଳୁଗୁଳିରୁ ବି ଆଶ୍ବସ୍ତି ମିଳିସାରନ୍ତାଣି। କିନ୍ତୁ ମୌସୁମୀ ଆସିବାର ବାଟ ଉଗାଳିଛି ବାତ୍ୟା ‘ବିପର୍ଯ୍ୟୟ’। ଆରବସାଗରରେ ଲଘୁଚାପ ପରେ  ଏହା ବାତ୍ୟା ‘ବିପର୍ଯ୍ୟୟ’ ରୂପ ନେବ ବୋଲି ଆକଳନ କରାଯାଇଛି। ଏହି ସାମ୍ଭାବ୍ୟ ବାତ୍ୟା ଯୋଗୁଁ ସେଠାରେ ମେଘଖଣ୍ଡ ଏକାଠି ରହୁଛି ଓ…

Read More

ବାହାନାଗା ଦୁର୍ଘଟଣା : ଶବ ପାହାଡ଼, ବଞ୍ଚିବାର ଚିତ୍କାର ଓ ୩ଟି ଅନୋଲୋଚିତ ଦିଗ

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନାଗାରେ ରେଳ ଦୁର୍ଘଟଣାକୁ ଇତି ମଧ୍ୟରେ 5 ଦିନ ବିତିଗଲାଣି। ଏହା ମଧ୍ୟରେ କାହାର ପରିବାର ଉଜୁଡିଯାଇଛି ତ କାହାରି ଖୋଜ ଖବର ମିଳୁନି। କିଏ ଜୀବନ ବଞ୍ଚାଇବାକୁ ଏବେ ବି ସଂଘର୍ଷ କରୁଛି ତ କିଏ ସାହାର ଖୋଜୁଛି। ଏସବୁ ମଧ୍ୟରେ 3ଟି ପ୍ରସଙ୍ଗ ସମ୍ବେଦନଶୀଳ ବ୍ୟକ୍ତିମାନେ ବହୁତ ସମାଲୋଚନା କରିଛନ୍ତି। ଏହି 3ଟି ପ୍ରସଙ୍ଗ ହେଉଛି- ଦୁର୍ଘଟଣା ପରଦିନ ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ଗୁଡ଼ିକରେ ଭୁବନେଶ୍ୱର-ସିଙ୍ଗାପୁର ବିମାନ ଉଡାଣର…

Read More

ବିଦ୍ୟୁତ ଚୋରୀ ନେଇ ମାମଲା ରୁଜୁ

ବ୍ରହ୍ମପୁର : ଟିପି ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ ପକ୍ଷରୁ ବିଦ୍ୟୁତ ଚୋରି ନେଇ ଧରପଗଡ଼ ଜୋରଦାର ହୋଇଛି । କବିସୂର୍ଯ୍ୟନଗରର ଜଣେ ଉପଭୋକ୍ତା ବିଦ୍ୟୁତ ଚୋରି କରୁଥିବା ଜାଣିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଥାନାରେ ଏତଲା ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ କବିସୂର୍ଯ୍ୟନଗର ଥାନାରେ ଏତଲା ଦିଆଯାଇଛି । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କର ବିଦ୍ୟୁତ ବିଲ ବକେୟା ଥିଲା । ଥରେ ତାଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା । କିନ୍ତୁ ସେହି…

Read More

ପୁଣି ଟ୍ରେନରେ ଅଘଟଣ ;ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସ ଟ୍ରେନ୍‌ରୁ ହଠାତ୍‌ ବାହାରିଲା ଧୂଆଁ

ବ୍ରହ୍ମପୁର ; ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସ ଟ୍ରେନ୍‌ରୁ ହଠାତ୍‌ ବାହାରିଲା ଧୂଆଁ । ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ଆଉ ଏହା ଦେଖିବା ପରେ ଯାତ୍ରୀ ଭୟଭୀତ ହୋଇପଡ଼ିଛନ୍ତି । ବ୍ରହ୍ମପୁର ଷ୍ଟେସନରେ ଧୂଆଁ ବାହାରିବା ଦେଖି ଯାତ୍ରୀମାନେ ଭୟରେ ଓହ୍ଲାଇ ଯାଇଛନ୍ତି ।ଏବେ ସୁଦ୍ଧା ଧୂଆଁକୁ ନିର୍ବାପିତ କରାଯାଇଥିଲେ ବି ସେଥିରେ ଯିବାକୁ ଯାତ୍ରୀମାନେ ରାଜି ହେଉନାହାନ୍ତି । କରମଣ୍ଡଳ ଦୁର୍ଘଟଣା ମନରୁ ଲିଭିନଥିବା ବେଳେ ପୁଣି ଏପରି ଏକ ଘଟଣା ଯାତ୍ରୀଙ୍କୁ…

Read More