କରମଣ୍ଡଳ ଟ୍ରେନ୍ ଦୁର୍ଘଟଣା; ୨୮୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ବାଲେଶ୍ଵର;ଗତ କାଲି ସଂଧ୍ୟାରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟିଛି। ହାୱଡାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ ବାଲେଶ୍ୱର ଜିଲ୍ଲା ବାହାନଗା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୂର୍ବରୁ ଛିଡ଼ା ହୋଇଥିବା ଏକ ମାଲ୍‌ଗାଡ଼ିକୁ ଧକ୍କା ଦେଇ ଓଲଟି ପଡ଼ିଥିଲା କରମଣ୍ଡଳ ସୁପର୍ ଏକ୍ସପ୍ରେସ।ଏପରିକି ମାଲ୍‌ଗାଡ଼ି ଉପରକୁ ଚଢ଼ି ଯାଇଛି ଏହି ଟ୍ରେନ । ଏହି ଟ୍ରେନ୍‌ର କିଛି ବଗି ଆର ଟ୍ରାକ୍‌ ଉପରେ ପଡ଼ିଥଲା। କିଛି ସମୟ ପରେ ସେହି ରୁଟ୍‌ରେ ଆସିଥିଲା…

Read More

ଉତ୍କଳ-ସି କୋଲ ବ୍ଲକ ପାଇଁ ଆରପିଡିଏସି ବୈଠକ ସଫଳତାର ସହ ସଂପନ୍ନ

• କ୍ଷତିପୂରଣ ପ୍ୟାକେଜକୁ ଗ୍ରହଣ କଲେ ପ୍ରକଳ୍ପ ବିସ୍ଥାପିତ ଏବଂ ପ୍ରକଳ୍ପ କ୍ଷତିଗ୍ରସ୍ତ ଜନସାଧାରଣସମ୍ବଲପୁର, ୦୨.୦୬.୨୦୨୩ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଉତ୍କଳ-ସି କୋଲ ବ୍ଲକ ନିମନ୍ତେ ପୁନର୍ବାସ ଏବଂ ପୁନଃ-ଥଇଥାନ ପରାମର୍ଶଦାତା କମିଟି (ଆରପିଡିଏସି) ବୈଠକ ସମ୍ବଲପୁର ଠାରେ ଆରଡିସି ଡଃ ସୁରେଶ ଚନ୍ଦ୍ର ଦଳେଇଙ୍କ ଅଧ୍ୟକ୍ଷତାରେ ସଫଳତାର ସହ ସଂପନ୍ନ ହୋଇଯାଇଅଛି lଅନୁଗୋଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ, ଛେଣ୍ଡିପଦା ବିଧାୟକ ଶ୍ରୀ ସୁଶାନ୍ତ ବେହେରା, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ…

Read More

୧୪ ବର୍ଷ ପରେ ପୁଣି ଦୁର୍ଘଟଣାଗସ୍ତ ହେଲା କରମଣ୍ଡଳ ଏକ୍ସପ୍ରେସ୍

ବାଲେଶ୍ଵର; ଦୀର୍ଘ ୧୪ ବର୍ଷ ପରେ ପୁଣି ଇତିହାସର ପୁନରାବୃତ୍ତି ଘଟିଛି। ୨୦୦୯ ଏପ୍ରିଲ୍ ୧୩ରେ ଓଲଟିଥିବା କରମଣ୍ଡଳ ଏକ୍ସପ୍ରେସ ପୁଣି ଲାଇନଚ୍ୟୁତ ହୋଇଛି । କୋଲକାତା ରୁ ଭୁବନେଶ୍ଵର ଆସିବା ବାଟରେ ଓଲଟିପଡ଼ିଲା କରମଣ୍ଡଳର ୩ ବଗି । ୫୦ ରୁ ଅଧିକ ମୃତ ଓ ଶତାଧିକ ଲୋକ ଗୁରୁତର ଆହତ ହୋଇଛନ୍ତି ବୋଲି ଜଣା ପଡିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ସ୍ଥିତ ବାହାନଗା ଷ୍ଟେସନ୍ ନିକଟରେ ।…

Read More

କାହିଁକି କମିଟି ଘୋଷଣା କରୁନାହାନ୍ତି ମନମୋହନ , ନିଜ ଦଳ ଭାଇ ଅପେକ୍ଷା ବିଦ୍ରୋହୀ ବିଜେଡିନେତାଙ୍କ ଉପରେ ରଖିଛନ୍ତି ଆଖି

ଭୁବନେଶ୍ୱର : ଆମ ସମ୍ପର୍କରେ ବିଜେଡିରେ ବହୁ ବିଧାୟକ ଅଛନ୍ତି। ଏଥର ଲୋକ ଲଢିବେ। ବିଜେପି ସରକାର ରାଜ୍ୟରେ ହେବା ସହ ଡବଲ ଇଞ୍ଜିନ ନିଶ୍ଚିତ। ଏମିତି କେତେକ ବାକ୍ୟ ରାଜ୍ୟ ସଭାପତି ମନମୋହନ ସାମଲ କିଛି ଦିନ ହେବ ଘୋଷି ହେଉଛନ୍ତି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ, ବିଜେଡିର 23 ବର୍ଷର ଶାସନ ବିରୋଧରେ ଥିବା ସରକାରୀ ବିରୋଧି ହାଓ୍ୱାକୁ ପାଥେୟ କରି ଦଳ ରାଜ୍ୟରେ ଲଢିବାକୁ ପ୍ରସ୍ତୁତ ନୁହଁ। ବରଂ ସମୟକ୍ରମେ ଦଳର…

Read More

ଟିପିଏସ୍‌ଓଡିଏଲ୍ ପକ୍ଷରୁ ବିଦ୍ୟୁତ ଚୋରି ବିରୋଧରେ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ବେଆଇନ ବିଦ୍ୟୁତ ବ୍ୟବହାର ଓ ବିଦ୍ୟୁତ ଉପକରଣରେ ହେରଫେର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଅଭିଯାନ ଆରମ୍ଭ କରାଯାଇଛି । ଏଭଳି ବେଆଇନ କାର୍ଯ୍ୟକଳାପକୁ ନିରୁତ୍ସାହିତ କରିବା ସହିତ ସମସ୍ତ ଅଂଶୀଦାରଙ୍କ ପାଇଁ ଏକ ସ୍ୱଚ୍ଛ ଓ ପାରଦର୍ଶୀ ପରିବେଶ ବଜାୟ ରଖିବା ପାଇଁ କଂପାନି ଏହି ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ପ୍ରତିବଦ୍ଧ ରହିଛି । ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ଅଭିଯାନ ବେଳେ କଂପାନି…

Read More

ପ୍ରକାଶ ପାଇଲା ଓଜେଇଇ ପରିକ୍ଷା ଫଳ : ବିଭିନ୍ନ ବିଭାଗରେ ୨୩ ଟପ୍ପର

ଭୁବନେଶ୍ୱର: ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ପ୍ରକାଶ ପାଇଛି। ଆଜି ଦିନ ୧୧ଟାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। www. ojee. gov.in ୱେବ ସାଇଟ୍  ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ନିଜର ପରୀକ୍ଷା ଫଳ ଜାଣି ପାରିବେ । ଏସ୍‌ସିଟିଇ ଆଣ୍ଡ ଭିଟି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା ଫଳ ଉନ୍ମୋଚନ…

Read More

 ମହିଳା କୁସ୍ତି ଖେଳାଳି ମାନଙ୍କୁ ଯୈାନ ନିର୍ଯ୍ୟାତନା ପ୍ରସଙ୍ଗ : ଏ ପର୍ଯ୍ୟନ୍ତ ମୁହଁ ଖୋଲିଲେନି କ୍ରୀଡ଼ା ପ୍ରଶାସକ ନବୀନ ପଟ୍ଟନାୟକ, ରାଜଧାନୀରେ ବିଭିନ୍ନ ସଂଗଠନର ପ୍ରତିବାଦ

ଭୁବନେଶ୍ୱର : ଓଡ଼ିଶା କ୍ରୀଡ଼ାର ରାଜଧାନୀ। ଏଠି ଭିତ୍ତିଭୂମି ବିଶ୍ୱସ୍ତରୀୟ। ଏଠାକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ା ପାଇଁ ସଦା ସମର୍ପିତ। ଭାରତୀୟ ହକି ଏକ ଖରାପ ପରିସ୍ଥିତିରେ ଗତି କରୁଥିବା ବେଳେ ତାହାର ପ୍ରାୟୋଜକ ପାଇଁ ହାତ ବଢାଇଥିଲେ ନବୀନ। ହେଲେ ବିଶ୍ୱସ୍ତରୀୟ ଭିତ୍ତିଭୂମି ବନାଉଥିବା ନବୀନ ଏକ କ୍ରୀଡ଼ା ସମ୍ବଦ୍ଧିତ ପ୍ରସଙ୍ଗରେ ବିଶ୍ୱସ୍ତରୀୟ ନୀରବତା ଅବଲମ୍ବନ କରିଛନ୍ତି। ଯାହାକୁ ନେଇ ଜାତୀୟ କ୍ରୀଡ଼ା ପ୍ରଶାସନିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଦେଶର ପାଇଁ ଅନ୍ତର୍ଜାତୀୟ…

Read More

ସମୁଦ୍ରରେ ଗାଧୋଇବା ହେଲା କାଳ : ଜଣେ ମୃତ ଓ ଅନ୍ୟ ଜଣେ ନିଖୋଜ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲି ଗ୍ରାମରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇଛନ୍ତି ଦୁଇ ଛାତ୍ରୀ। ଏମାନଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଥିବା ଜଣାପଡିଛି । ମୃତ ଛାତ୍ରୀ  ହେଲେ କନିଷିର ସ୍ୱପ୍ନାରାଣୀ ପଣ୍ଡିତ ଏବଂ ନିଖୋଜ ଛାତ୍ରୀ  ହେଲେ ଶେରଗଡ଼ର ଗୁଡିଲି ମିଶ୍ର।ଉଭୟେ ଯାତ୍ରା ଦେଖିବା ପାଇଁ ନିଜ ମାମୁଙ୍କ ଘରକୁ ଆସିଥିବା ବେଳେ ଆଜି…

Read More

କେତୋଟି ସଂସ୍ଥାର ରିପୋର୍ଟକୁ ଆଧାର କରି ଆଗୁଆ ବିଧାନସଭା ଭାଙ୍ଗିବେ ନବୀନ, ଡିସେମ୍ବରରେ ରାଜ୍ୟ ଦେଖିବ ନୂଆ ସରକାର

ଭୁବନେଶ୍ୱର : ମେ ମାସ ଦ୍ୱିତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟନ୍ତି। ଏହା ପରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଲୋକମାନେ ଆଲୋଚନା କରୁଥିବା ମନ୍ତବ୍ୟ ପ୍ରଦାନ କରନ୍ତି। ଏହି ସମୟ ମଧ୍ୟରେ ନିଜ ଜିଲ୍ଲାରେ ଥିବା ଅଧିକାରୀମାନଙ୍କ ତାଲିକା ପ୍ରସ୍ତୁତି କରିବା ସହ ବଦଳି ପ୍ରକ୍ରିୟା ସଅଳ କରିବା ପାଇଁ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ…

Read More

କର୍ତ୍ତବ୍ୟ ସମ୍ପାଦନ ସମୟରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁରେ ରାଜ୍ୟ ସରକାର ଦେବେ ୧୦ ଲକ୍ଷ ଟଙ୍କାର ସହାୟତା ରାଶି

ଭୁବନେଶ୍ୱର : ଓଡ଼ିଶାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶିର ପରିମାଣରେ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କିତ ପ୍ରସ୍ତାବକୁ ବୁଧବାର ଅନୁମୋଦନ ଦେଇଛନ୍ତି । ଆଗାମୀ କିଛିମାସ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା ହେବାର ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କୁ ଖୁସିରେ ରଖିବା ପାଇଁ ଏଭଳି ଘୋଷଣା କରାଯାଇଥିବା କୁହାଯାଇଛି।        ନୂତନ ନିଷ୍ପତ୍ତି ଅନୁଯାୟୀ ଦାୟିତ୍ୱ ପାଳନ ସମୟରେ କର୍ମଚାରୀ ମାନଙ୍କ ମୃତ୍ୟୁ…

Read More