ରାଜ୍ୟ ସରକାର ଦେବେ ଫସଲ ବୀମା ପ୍ରିମିୟମ୍ ରାଶି
ଭୁବନେଶ୍ୱର: ଏଣିକି ଓଡ଼ିଆ ଚାଷୀଙ୍କ ଫସଲ ବୀମା ପ୍ରିମିୟମ ଅର୍ଥ ଚଳିତ ବର୍ଷ ଠାରୁ ଖୋଦ୍ ଓଡ଼ିଶା ସରକାର ବହନ କରିବେ । ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୋମବାର ଏହି ସୂଚନା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିଭିନ୍ନ ବିଭାଗର ସମୀକ୍ଷା କରିବାପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମନ୍ତ୍ରୀ ଶ୍ରୀ ନାୟକ ଏହି ସୂଚନା ଦେଇଛନ୍ତି। ଶ୍ରୀ ନାୟକ କହିଥିଲେ ଯେ, ରାଜ୍ୟରେ ଫସଲବୀମା ପରିସରକୁ ଅଧିକ ସଂଖ୍ୟକ ଚାଷୀଙ୍କୁ ଆଣିବାପାଇଁ…
