ଟି-୨୦ ବିଶ୍ଵକପ: ଆଜି ଆମେରିକା – ଭାରତ ଲଢ଼େଇ…

ନ୍ୟୁୟର୍କ : ଚଳିତ ଟି-୨୦ ବିଶ୍ୱକପରେ ଭାରତ ବୁଧବାର ତା’ର ତୃତୀୟ ମ୍ୟାଚ୍‌ରେ ସହ- ଆୟୋଜକ ଆମେରିକାକୁ ଭେଟିବାକୁ ଯାଉଛି। ସ୍ଥାନୀୟ ନାସାଉ ଷ୍ଟାଡିୟମରେ ଗ୍ରୁପ୍‌-ଏ’ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଜିତି ଟିମ୍ ଇଣ୍ଡିଆ ସୁପର-୮ରେ ପ୍ରଵେଶ କରିବାକୁ  ପ୍ରୟାସ କରିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆୟର୍ଲାଣ୍ଡକୁ ୪୬ଟି ବଲ୍‌ ବାକିଥାଇ ୮ ୱିକେଟରେ ପରାସ୍ତ କରିଥିବା ବେଳେ । ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ରୋମାଞ୍ଚକ ଢଙ୍ଗରେ…

Read More

ପାକିସ୍ତାନକୁ ହରାଇ ଏହି ସବୁ ରେକର୍ଡ଼ର ଅଧିକାରୀ ହେଲା ମେନ୍ ଇନ୍ ବ୍ଲୁ…

ନ୍ୟୁୟର୍କ ; ୨୦ ମାସର ବ୍ୟବଧାନରେ ପରେ ଭାରତ ଓ ପାକିସ୍ତାନ ଦୁଇ ଚିର ପ୍ରତିଦ୍ବନ୍ଦୀ ଟି-୨୦ ବିଶ୍ବକପ୍‌ରେ ମୁହାଁମୁହିଁ ହୋଇଥିଲା । ଗତକାଲିର ଏହି ମ୍ୟାଚରେ ଭାରତ ପାକିସ୍ତାନକୁ  ୬ ରନ୍‌ରେ ହରାଇା ଟି-୨୦ ବିଶ୍ବକପରେ  ଲଗାତାର ଦୁଇଟି ମ୍ୟାଚରେ ବିଜୟ ହାସଲ କରିଛି । ତେବେ ଗତକାଲିର ମ୍ୟାଚରେ ଭାରତୀୟ ଦଳ ପ୍ରଥମ ବ୍ୟାଟିଂ କରି ମାତ୍ର ୧୧୯ ରନରେ ତାର ସମସ୍ତ ୱିକେଟ ହରାଇଥିଲା । ଯାହା ଲାଗୁଥିଲା ଭାରତକୁ ପାକିସ୍ତାନଠାରୁ ଆଇସିସି…

Read More

ସୁନୀଲ ଖେଳିବେ ଆଜି ଅନ୍ତିମ ମ୍ୟାଚ୍…

କୋଲ୍‌କାତା: ସୁନୀଲ ଛେତ୍ରି ଆଜି ଖେଳିବେ ଜୀବନର ଅନ୍ତିମ ମ୍ୟାଚ୍। କୋଲ୍‌କାତାସ୍ଥିତ ସଲ୍ଟଲେକ୍‌ ଷ୍ଟାଡିୟମ୍‌ରେ ଫିଫା ବିଶ୍ବକପ୍‌ କ୍ବାଲିଫାୟର୍ସ ରାଉଣ୍ଡ-୨ର ମ୍ୟାଚ୍‌ରେ ଭାରତ କୁଏତକୁ ଭେଟିବ। ଗତ ମାସରେ ଛେତ୍ରୀ ଏହି ମ୍ୟାଚ୍‌ ପରେ ଅବସର ନେବାର ଘୋଷଣା କରିଥିଲେ। ତେଣୁ ଏହି ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର ରହିଛି। ବିଜୟ ସହ ଛେତ୍ରୀଙ୍କୁ ବିଜୟ ଉପହାର ସହିତ ‌ବିଦାୟୀ ସମ୍ବର୍ଦ୍ଧନା ଦେବା ଲକ୍ଷ୍ୟରେ ରହିଛି ଭାରତ। ଅନ୍ୟପକ୍ଷରେ ରାଉଣ୍ଡ-୩ରେ ଖେଳିବା ଅଶା ଉଜ୍ଜୀବିତ ଲାଗି ଦଳ…

Read More

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ କେଦାର ଯାଦବ…

ଗୋଟିଏ ପଟେ ଟି-୨୦ବିଶ୍ବକପ ଚାଲିଥିବା ବେଳେ ଭାରତୀୟ ଦଳ ୫ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଯାଉଛି । ଏହାରି ଭିତରେ ଭାରତୀୟ କ୍ରିକେଟ୍ ପାଇଁ ଏକ ବଡ ଖବର ଆସୁଛି। ଜାଣିବାକୁ ମିଳିଛି ଯେ ଭାରତୀୟ ଦଳ ପାଇଁ କ୍ରିକେଟ୍ ଖେଳିଥିବା ଏବଂ ଆଇପିଏଲରେ ଅନେକ ଦଳର ଅଂଶ ରହିଥିବା କେଦାର ଯାଦବ ଅବସର ଘୋଷଣା କରିଛନ୍ତି। ଭାରତୀୟ କ୍ରିକେଟର କେଦାର ଯାଦବ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ ଶେଷ ଥର…

Read More

ଆଇଏସ୍‌‌ର ଧମକ,ଭାରତ – ପାକିସ୍ତାନ ମ୍ୟାଚ୍ ପାଇଁ ବଢିଲା ସୁରକ୍ଷା ବ୍ୟବସ୍ଥା

ନ୍ୟୁୟର୍କ: ୨ ଜୁନରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ । ତେବେ ଜୁନ୍ ୯ ରେ  ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ ଉପରେ ଆତଙ୍କବାଦୀ ନଜର ରହିଛି। ନ୍ୟୁୟର୍କରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଧମକ ଦେଇଛି ଆତଙ୍କୀ ସଂଗଠନ ଇସଲାମିକ୍‌‌ ଷ୍ଟେଟ୍‌‌। ଏହାପରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ସୁରକ୍ଷା ବଢାଇବାକୁ ନ୍ୟୁୟର୍କର ରାଜ୍ୟପାଳ କ୍ୟାଥି ହୋଚୁଲ୍‌‌ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇସିସି ମଧ୍ୟ କହିଛି ସୁରକ୍ଷା ହେଉଛି…

Read More

ଟି-୨୦ ବିଶ୍ଵକପ ଜିତିବାରେ ଭାରତ ରହିଛି ଆଗରେ, ଏମିତି କିଛି କହିଲେ ଏହି ବିଦେଶୀ ଖେଳାଳି…

ବିଶ୍ବକପ୍‌ ପାଇଁ ପ୍ରଥମ ପର୍ଯ୍ୟାୟରେ ଯାଇଥିବା ଭାରତୀୟ ଦଳ ସୋମବାର ନ୍ୟୁୟର୍କରେ ପହଞ୍ଚଛନ୍ତି । ପହଞ୍ଚିବାର କିଛି ଫଟୋକୁ ବିସିସିଆଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିଛି। ଭାରତୀୟ ଦଳ ଜୁନ୍‌ ୫ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ନୂତନ ଭାବେ ନିର୍ମିତ ହୋଇଥିବା ନସାଉ କାଉଣ୍ଟି ଆନ୍ତର୍ଜାତିକ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯିବ। ୯ ତାରିଖରେ ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହିତ ଖେଳିବା ପରେ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଦଳ ୧୨ ତାରିଖରେ ଆମେରିକା…

Read More

କେକେଆର୍‌କୁ ୨୦ ଓ ହାଇଦ୍ରାବାଦକୁ ୧୩ କୋଟି କିନ୍ତୁ ଜାଣନ୍ତୁ ରାଜସ୍ଥାନ ଓ ଆରସିବି କୁ କେତେ ଟଙ୍କା ମିଳିଲା…

‌ଚେନ୍ନାରେ  କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ତୃତୀୟ ଥର ଆଇପିଏଲ୍‌ ଟ୍ରଫି ଜିତିବାରେ ସଫଳ ହୋଇଛି । ଗୌତମ ଗମ୍ଭୀରଙ୍କ ପ୍ରତ୍ୟାବର୍ତ୍ତନ ସହିତ କେକେ‌ଆର୍ ୧୦ ବ‌ର୍ଷ ପରେ ପୁଣି ଥରେ ଆଇପିଏଲର ମୁକୁଟ ନିଜ ମୁଣ୍ଡରେ ପିନ୍ଧିଛି। ରବିବାରର ଏହି ଏକପାଖିଆ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ମାତ୍ର ୧୧୩ ରନ୍‌ରେ ସୀମିତ ରଖିବା ପରେ କେକେଆର୍‌ ମ୍ୟାଚ୍‌କୁ ୮ ୱିକେଟ୍‌ରେ ଜିତିଯାଇଛି। ଚତୁର୍ଥ ଥର ପାଇଁ କେକେଆର୍‌ ଆଇପିଏଲ୍‌ ଫାଇନାଲ୍‌ରେ ପ୍ରବେଶ କରିଥିଲା ବେଳେ ଗୌତମ…

Read More

ଅଲଗା କି ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶା ?…

ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ତଥା ଭାରତୀୟ ଦଳର ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଖାଲି ଖେଳରେ ନୁହେଁ ବରଂ ନିଜର ବ୍ୟକ୍ତିଗତ ଜୀବନରେ ମଧ୍ୟ ଖରାପ ସମୟ ଦେଇ ଗତି କରୁଛନ୍ତି। ଚଳିତ ବର୍ଷ ତାଙ୍କ ଦଳ ମୁମ୍ୱାଇ ଖରାପ ପ୍ରଦର୍ଶନ କରି ଆଇପିଏଲ୍ ୨୦୨୪ରୁ ବାହାରିବା ପରେ ବର୍ତ୍ତମାନ ତାଙ୍କ ବୈବାହିକ ଜୀବନରେ ଦେଖା ଦେଇଛି ଅଶାନ୍ତି।  ମିଡିଆ ରିପୋର୍ଟ ଅନୁଯାୟୀ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ୍ ପରସ୍ପରକୁ ଛାଡପତ୍ର ଦେବାକୁ ଯାଉଛନ୍ତି। ତେବେ…

Read More

ଆଜି ଚେନ୍ନାଇରେ ମୁହାଁମୁହିଁ ହେବେ ରାଜସ୍ଥାନ ଓ ହାଇଦ୍ରାବାଦ୍ , ବିଜୟୀ ଦଳ କଲିକତା ବିପକ୍ଷରେ ଖେଳିବ ଫାଇନାଲ…

ଚେନ୍ନଇ:କ୍ବାଲିଫାୟାର ୨ରେ ଆଜି ହାଇଦ୍ରାବଦ ଓ ରାଜସ୍ଥାନ ମଧ୍ୟରେ ହେବ ଟକ୍କର ।  ଚଳିତ ଆଇପଏଲ ସଂସ୍କରଣରେ ଫାଇନାଲ ଖେଳିବା ପାଇଁ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲସ୍‌‌ ମଧ୍ୟରେ ଆଜି କଡା ମୁକାବିଲା ହେବାକୁ ଯାଉଛି। କ୍ୱାଲିଫାୟର-୧ ଜିତି କଲକାତା ନାଇଟ୍‌‌ ରାଇଡର୍ସ ପ୍ରଥମରୁ ଫାଇନାଲରେ ସ୍ଥାନ ପକ୍କା କରି ସାରିଥିବା ବେଳେ ଆଜି ଯେଉଁ ଟିମ୍‌‌ ବିଜେତା ହେବ ସେ ଫାଇନାଲରେ ମୁକାବିଲା କରିବ। ରାଜସ୍ଥାନ ପ୍ରଥମ ୯ଟି ମ୍ୟାଚରୁ ୮ଟି ଜିତିଥିଲା। ହେଲେ…

Read More

IPL 2024 : ଆଜି ଅହମ୍ମଦାବାଦରେ କଲିକତା ଓ ହାଇଦ୍ରାବାଦ ମଧ୍ୟରେ ଲଢେଇ, ବିଜୟୀ ଦଳ ଖେଳିବ ଫାଇନାଲ …

ଗୁଜୁରାଟ: କୋଲକାତା ନାଇଟ୍‌‌ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ଆଜି ଆଇପିଏଲର ପ୍ରଥମ କ୍ୱାଲିଫାୟର ମ୍ୟାଚ ଗୁଜୁରାଟର ଅହମ୍ମଦାବାଦ ଷ୍ଟାଡିୟମରେ ଖେଳାଯିବ  । ଏହି ମ୍ୟାଚରେ ଯେଉଁ ଟିମ୍‌‌ ଜିତିବ ସେ ସିଧାସଳଖ ଫାଇନାଲରେ ପ୍ରବେଶ କରିବ। ଆଇପିଏଲ ଚଳିତ ସଂସ୍କରଣରେ ଦୁଇଟି ଯାକ ଟିମ୍‌‌ ର ବ୍ୟାଟିଂ ଓ ବୋଲିଂ ପ୍ରଦର୍ଶନ ଭଲ ରହିଛି। ହେଲେ ଆଜି ଅହମ୍ମଦାବାଦ ଷ୍ଟାଡିୟମରେ ଯିଏ ବାଜି ମାରିବ ସେ ସିଧା ସଳଖ ଫାଇନାଲ ଖେଳିବ । ସେହିପରି ଯେଉଁ…

Read More