ଟି- ୨୦ରେ ସମସ୍ତଙ୍କୁ ପଛରେ ପକାଇଦେଲେ ରବି ବିଷ୍ଣୋଇ

ନୂଆଦିଲ୍ଲୀ : ଲେଗ୍ ସ୍ପିନର୍‌ ରବି ବିଷ୍ଣୋଇ ତାଙ୍କ କ୍ରିକେଟ୍ କ୍ୟାରିୟରର  ଶ୍ରେଷ୍ଠ ମାନ୍ୟତା ପାଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ‌ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଶ୍ରେଷ୍ଠ ଖେଳାଳି ହୋଇଥିବା ବିଷ୍ଣୋଇ ସଦ୍ୟ ପ୍ରକାଶିତ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଆଫଗାନିସ୍ତାନର ଅଭିଜ୍ଞ ସ୍ପିନର୍‌ ରସିଦ୍ ଖାନ୍‌ଙ୍କୁ ଗାଦିଚ୍ୟୁତ କରି ସେ ଏହି ସଫଳତା ହାସଲ କରିଛନ୍ତି। ବର୍ତ୍ତମାନ ରେଟିଂ ପଏଣ୍ଟରେ ରସିଦ୍‌ ୬୯୨ରେ ଥିବାବେଳେ ବିଷ୍ଣୋଇ ୬୯୯ରେ ପହଞ୍ଚିଯାଇଛନ୍ତି। ୫ଟି ସ୍ଥାନ ଉପରକୁ ଉଠି ବିଷ୍ଣୋଇ…

Read More

ଆମେରିକାରେ ଖେଳିବେ ଭାରତ – ପାକିସ୍ତାନର ଖେଳାଳି , ଜାଣନ୍ତୁ କେବେ ହେବ ଏହି ମ୍ୟାଚ୍ …

ଭୁବନେଶ୍ବର ; କ୍ରିକେଟ ପ୍ରେମୀମାନେ ସବୁବେଳେ ଭାରତ-ପାକିସ୍ତାନ ମ୍ୟାଚ୍ କୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି। ପ୍ରଶଂସକମାନେ ଖୁବଶୀଘ୍ର ପୁଣି  ଏହି ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ଆଉ ଏକ ମ୍ୟାଚ୍ ଦେଖିବାକୁ ଯାଉଛନ୍ତି। ଏହି ମ୍ୟାଚ୍ ଆମେରିକାରେ ଖେଳାଯିବ। ତେବେ ଏନେଇ ମ୍ୟାଚର ତାରିଖ ଓ ସ୍ଥାନ ଘୋଷଣା କରାଯାଇଛି। ଏହି ମ୍ୟାଚ୍ ଡିସେମ୍ବର ୨୪ ତାରିଖରେ ହ୍ୟୁଷ୍ଟନର ମୋସେସ୍ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଡିସେମ୍ବର ୧୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଆମେରିକାରେ ଆୟୋଜିତ ହେବାକୁ…

Read More

ବିଜୟ ହଜାରେ ଟଫ୍ରିରେ ଓଡ଼ିଶାର ୩ୟ ବିଜୟ , ଜାଣନ୍ତୁ ଆସନ୍ତାକାଲି କାହାକୁ ଭେଟିବ ଓଡ଼ିଶା …

କଲିକତା ; ବିଜୟ ହଜାରେ ଟଫ୍ରିର ଗ୍ରୁପ୍ ଏ ମ୍ୟାଚ୍ ରେ ସିକ୍କିମକୁ ୯ ଓ୍ଵିକେଟରେ ପରାସ୍ତ କରି ଓଡ଼ିଶା ତାର ୬ଟି ମ୍ୟାଚ୍ ରୁ ତୃତୀୟ ବିଜୟ ହାସଲ କରିଛି। ଓଡ଼ିଶା ପ୍ରଥମେ ବୋଲିଂ କରି ୩୫ ଓଭରରେ ସିକ୍କିମକୁ ୧୧୧ ରନ୍ ର ରୋକିବାରେ ସଫଳ ହୋଇଥିଲା । ତେବେ ଦଳ ପକ୍ଷରୁ  ମଧ୍ୟମ ଦ୍ରୁତ ବୋଲର ଦେବବ୍ରତ ପ୍ରଧାନ ଓ ତରଣୀ ସା ୭ଟି ୱିକେଟ୍ ନେଇଥିଲେ। ସେହିପରି ୧୧୨ରନର ଏହି ମାମୁଲି…

Read More

ବିଶ୍ବକପ୍ ଫାଇନାଲକୁ ୧୦ରୁ ଅଧିକ ଦିନ ହେଲାଣି କିନ୍ତୁ କେଉଁ ମୁହୂର୍ତ୍ତକୁ ଭୁଲି ପାରୁନାହାଁନ୍ତି ପ୍ୟାଟ୍ କମିନ୍ସ ଜଣାନ୍ତୁ…

ବିଶ୍ବକପ ଫାଇନାଲକୁ ୧୦ରୁ ଅଧିକ ଦିନ ବିତିଗଲାଣି ତେବେ ଏହା ଭିତରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ବିଶ୍ୱକପ୍ ଜିତିବା ପରେ ନିଜର ସବୁଠାରୁ ପ୍ରିୟ ମୁହୂର୍ତ୍ତ ଓ ୱିକେଟ୍ ବିଷୟରେ ପ୍ରକାଶ କରିଛନ୍ତି। ବିଶ୍ୱକପ୍ ଫାଇନାଲରେ ବିରାଟ କୋହଲିଙ୍କ ୱିକେଟ୍ ସେ ଚଳିତ ବିଶ୍ବକପ୍ ର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ଅହମ୍ମଦାବାଦ ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏକ ଲକ୍ଷରୁ ଅଧିକ ଭାରତୀୟ ଦର୍ଶକଙ୍କ ଉପସ୍ଥିତିରେ ଭାରତ-ଅଷ୍ଟ୍ରେଲିଆ…

Read More

ଗୁଜରାଟ୍ ଟାଇଟାନ୍ସର ଅଧିନାୟକ ହେଲେ ଶୁଭମନ୍ ଗିଲ୍, ମୁମ୍ବାଇ ଫେରିଲେ ପାଣ୍ଡ୍ୟା

ଭୁବନେଶ୍ୱର : ଦୁନିଆର ସବୁଠୁ ବ୍ୟୟବହୁଳ କ୍ରିକେଟ୍ ଲିଗ୍ ଆଇପିଏଲ୍ ରେ ଏକ ବିରାଟ ଅଦଳବଦଳ ବା କାରବାର ହୋଇଛି। ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସର  ଅଧିନାୟକ ପଦ ଛାଡ଼ି ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଛନ୍ତି। ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବା ପରେ ଗୁଜରାଟ ଟାଇଟନ୍ସ ଶୁଭମନ ଗିଲଙ୍କୁ ଅଧିନାୟକ କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ଗୁଜରାଟ ଟାଇଟାନ୍ସ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟା ଆଗାମୀ ଦିନରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ…

Read More

ଦକ୍ଷିଣ ଆଫ୍ରିକା ଗସ୍ତରେ ଦଳକୁ ଫେରିବେକି ଏହି ଦୁଇ ବରିଷ୍ଠ ଖେଳାଳି…

ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଶେଷ ହେବା ପରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିବ। ଏଠାରେ ସେମାନଙ୍କୁ ୩ଟି ଟି-୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ପଡ଼ିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଟିମ୍ ଇଣ୍ଡିଆର ବରିଷ୍ଠ ଖେଳାଳିମାନଙ୍କୁ ସିରିଜ୍ ଆରମ୍ଭ ହେବା ପୂର୍ବରୁ ପରିସ୍ଥିତି ସହ ସମ୍ପୂର୍ଣ୍ଣ ରୂପେ ଖାପ ଖୁଆଇବା ପାଇଁ ୩ଟି, ୪ ଦିନିଆ ଅଭ୍ୟାସ…

Read More

ବିଶ୍ବକପରେ ଭାରତର ଲାଭ ଜାଣିଲେ ଆପଣ ହୋଇଯିବେ ଚକିତ…

 ଦିନିକିଆ ବିଶ୍ବକପରେ ଭାରତ ଫାଇନାଲରେ ହାରିଛି ସତ  , କିନ୍ତୁ ଅର୍ଥନୀତି ପାଇଁ ଏହି ବିଶ୍ବକପ୍ ବେଶ ମଙ୍ଗଳ କାରି ସାବସ୍ତ୍ୟ ହୋଇଛି  | ବିଶ୍ବକପ କାରଣରୁ ଭାରତର ଅର୍ଥନୀତିକୁ ୨୨ ହଜାର କୋଟି ଟଙ୍କା ଲାଭ ମିଳିଥିବା ଆକଳନ କରାଯାଇଛି । ବ୍ୟାଙ୍କ ଅଫ୍ ବରୋଦାର ଏକ ଆକଳନ ଅନୁଯାୟୀ କ୍ରିକେଟ୍ ବିଶ୍ଵକପ୍ ଲାଗି ଅର୍ଥନୀତିକୁ ୨୨ ହଜାର କୋଟି ଟଙ୍କାର ମିଳିଛି। ଏହି ଟୁର୍ଣ୍ଣାମେଣ୍ଟର ପ୍ରଭାବ ହୋଟେଲଠାରୁ ଆରମ୍ଭ କରି ଟ୍ରାଭେଲ, ରିଟେଲ ଓ…

Read More

ଅଶ୍ୱିନଙ୍କ ଆଗରେ ବିଶ୍ବକପ ବିଜୟର ମନ୍ତ୍ର କହିଲେ ଅଷ୍ଟ୍ରେଲିଆର ଜର୍ଜ ବେଲି , ଆପଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ବିଶ୍ବକପ୨୦୨୩ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ ରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇ ବିଶ୍ବକପ୍ ଜିତିଥିଲା। ଅନ୍ୟପକ୍ଷରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଥିଲେ ଯେ ଯଦି ସେ ଟସ୍ ଜିତିଥାନ୍ତେ, ତେବେ ସେ ପ୍ରଥମେ ବ୍ୟାଟିଂ କରିବାକୁ ପସନ୍ଦ କରିଥାନ୍ତେ। ତେବେ ମ୍ୟାଚ୍ ଶେଷ ହେବା ପରେ ଭାରତୀୟ ଦଳର ଅଧିନାୟକ ପିଚ୍ ପଢ଼ିବାରେ ଭୁଲ୍ କରିଥିବା…

Read More

ମୁଖ୍ୟ ପ୍ରଶିକ୍ଷକ କାର୍ଯ୍ୟକାଳକୁ ଆଗକୁ ବଢାଇବେନି ଦ୍ରାବିଡ଼, କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ …

ଦିନିକିଆ ବିଶ୍ବକପ୍ ଶେଷ ହେବା ସହ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି। ଯଦିଓ ଦ୍ରାବିଡ଼ଙ୍କ ପାଖରେ ତାଙ୍କ କାର୍ଯ୍ୟକାଳ ବଢ଼ାଇବାର ବିକଳ୍ପ ରହିଛି, ତଥାପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦ୍ରାବିଡ଼ ଆଉ ଏହି କାର୍ଯ୍ୟ ଭରକୁ ଆଗକୁ ନେବାକୁ ରାଜି ନାହାଁନ୍ତି  ଏବଂ ନିଜ ପରିବାର ସହ କିଛି ସମୟ ବିତାଇବାକୁ ଚାହୁଁଛନ୍ତି। ଏହି କାରଣରୁ ସେ ଟିମ୍ ଇଣ୍ଡିଆ ରେ ନିଜର କାର୍ଯ୍ୟକାଳ ବଢ଼ାଇବାକୁ…

Read More

କ୍ରିକେଟ୍ ବୁକରେ ଆଉ ଏକ ନିୟମ ଯୋଡିଲା ଆଇସିସି …

ଆଇସିସି କ୍ରିକେଟର ନିୟମ ପୁସ୍ତକରେ ଆଉ ଏକ ନିୟମ ଯୋଡ଼ିଛି। ଧଳା ବଲରେ ଖେଳାଯାଉଥିବା କ୍ରିକେଟ୍ ର ଦୁଇଟି ଫର୍ମାଟ୍ (ଦିନିକିଆ ଓ ଟି-୨୦)କୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଏହି ନିୟମ ଅଣାଯାଇଛି। ଏହା ଅଧୀନରେ ଯଦି ଟି-୨୦ କିମ୍ବା ଦିନିକିଆରେ ଗୋଟିଏ ଇନିଂସରେ ତୃତୀୟ ଥର ପାଇଁ ଓଭର ଫିଙ୍ଗିବାରେ ଏକ ମିନିଟରୁ ଅଧିକ ବିଳମ୍ବ ହୁଏ, ତେବେ ବ୍ୟାଟିଂ ଦଳକୁ ୫ ରନ୍ ଅତିରିକ୍ତ ଦିଆଯିବ। ଏହି ନିୟମ ଲାଗୁ ହେବା ପରେ ଅଧିନାୟକ…

Read More