ରୋହିତ କୋହଲିଙ୍କ ପାଇଁ ଚମ୍ପିୟାନ ଟ୍ରଫି ହେବ ଅଗ୍ନି ପରୀକ୍ଷା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଦୁଇ ବରିଷ୍ଠ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ କ୍ୟାରିୟର ଏବେ ସଂକଟରେ। ବିଶେଷକରି ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ତାଙ୍କର ଖରାପ ପ୍ରଦର୍ଶନ ହେତୁ ସେ ସାରା ବିଶ୍ୱରୁ ସମାଲୋଚନା ଛଡା ଆଉ କିଛି ପାଇ ନାହାଁନ୍ତି। ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ- ୮ ଦଳ ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ଏହି ଆଇସିସି ଟୁର୍ନାମେଣ୍ଟ ଫେବୃଆରୀ ୧୯ ରୁ ଆରମ୍ଭ ହେବ, ଯେଉଁଥିପାଇଁ ଭାରତୀୟ ଦଳ ଏପର୍ଯ୍ୟନ୍ତ…
