
ରୋନାଲଡୋଙ୍କ ସୋସିଆଲ ମିଡ଼ିଆ ମହାରେକର୍ଡ଼, ଦୁନିଆର ପ୍ରଥମ ବ୍ୟକ୍ତି ଯାହାଙ୍କ ପାଖରେ ଅଛନ୍ତି ଏତେ ଅନୁଗାମୀ
କ୍ରିଷ୍ଟିଆନୋ ରୋନାଲଡୋ | ଏହି କିମ୍ବଦନ୍ତୀ ଖେଳାଳି ଜଣକ ରେକର୍ଡ ଭାଙ୍ଗିବା ପାଇଁ ଜନ୍ମ ନେଇଛନ୍ତି | ଫୁଟବଲ ପଡ଼ିଆରେ ପ୍ରବେଶ କରିବା ମାତ୍ରେ ରୋନାଲଡୋ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରିଥାନ୍ତି | ନିକଟରେ ସେ ପ୍ରଥମ ଫୁଟବଲର୍ ଭାବରେ ୯୦୦ କ୍ୟାରିୟର ଗୋଲ୍ ର ରେକର୍ଡ଼ ଛୁଇଁଛନ୍ତି | କିନ୍ତୁ ରୋନାଲ୍ଡୋ କେବଳ ଫୁଟବଲ ପଡିଆ ଭିତରେ ନିଜର ଯାଦୁ ବିସ୍ତାର କରନ୍ତି ନାହିଁ | ତାଙ୍କର ପ୍ରଭାବ ଫୁଟବଲ ଜଗତରୁ ବାହାରେ ମଧ୍ୟ…