ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ

ନୂଆଦିଲ୍ଲୀ: ଆଜି ‘ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ୍‌’ (ସିବିଏସ୍‌ଇ) ୧୦ମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ସାମଗ୍ରିକ ପାସ୍‌ ପ୍ରତିଶତ ୯୩.୧୨ ହୋଇଥିବା କଥା ‘ସିବିଏସ୍ଇ’ କହିଛି। ଗତବର୍ଷ ଅପେକ୍ଷା ୧.୨୮ ପ୍ରତିଶତ କମ୍ ପାସ୍‌ ହାର ରହିଛି । ସେହିପରି ଝିଅଙ୍କ ପାସ୍ ହାର- ୯୪.୨୫% ରହିଥିବାବେଳେ ପୁଅଙ୍କ ପାସ୍ ହାର ୯୨.୨୭% ରହିଛି । ପିଲାମାନେ cbseresults.nic.inରେ ରେଜଲ୍ଟ ପାଇପାରିବେ ।ଓଡିଶାରେ ଗତବର୍ଷ ତୁଳନାରେ ୬.୪୮% ରେଜଲ୍ଟ ହ୍ରାସ ପାଇଛି । ଗତବର୍ଷ ୯୦.୩୭% ରେଜଲ୍ଟ ହୋଇଥିବାବେଳେ ଚଳିତ ବର୍ଷ ୮୩.୮୯% ପିଲା ପାସ୍ କରିଛନ୍ତି ।

ଶିକ୍ଷାର୍ଥୀମାନଙ୍କ ଉଦ୍ଦେଶ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି , ଅନେକ ବନ୍ଧୁ ଆଶାନୁସାରେ ଫଳ ପାଇ ନ ଥିବେ। ମନଊଣା ନ କରିବା ପାଇଁ ସେମାନଙ୍କୁ ମୋର ନିବେଦନ। ଗୋଟିଏ ପରୀକ୍ଷା ଜଣେ ବ୍ୟକ୍ତିର ଦକ୍ଷତା ପ୍ରତିପାଦିତ କରିପାରେ ନାହିଁ। କଠୋର ଶ୍ରମ କରିବା ସହିତ ଅଭିଳାଷର ଅନୁଧାବନ କର। ପ୍ରଚେଷ୍ଟା ପରିତ୍ୟାଗ ନ କରୁଥିବା ଲୋକଙ୍କ ପାଖକୁ ସଫଳତା ଆସେ।

Leave a Reply

Your email address will not be published. Required fields are marked *