ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ, ପୁଅ ମାନଙ୍କୁ ପଛରେ ପକାଇଲେ ଝିଅ…
ଭୁବନେଶ୍ଵର; ପ୍ରକାଶ ପାଇଛି ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ । ଗତବର୍ଷ ଅପେକ୍ଷା ଚଳିତବର୍ଷ ମୋଟ ପାସ୍ ହାରରେ ଆସିଛି ୦.୬୫ ପ୍ରତିଶତ ଉନ୍ନତି । ଚଳିତବର୍ଷ ପାସହାର ପ୍ରତିଶତ ରହିଛି ୮୭.୯୮ । ଝିଅଙ୍କ ପାସହାର ୯୧.୫୨ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ ହାର ୮୫.୧୨ ରହିଛି ।
ମୋଟ ୧୮,୪୧୭ ବିଦ୍ୟାଳୟର ଛତ୍ରଛାତ୍ରୀ ୭,୧୨୬ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ତ୍ରିଭାଣ୍ଡ୍ରମ୍ ରେ ପାସ ହାର ସର୍ବାଧିକ ୯୯.୯୧ ପ୍ରତିଶତ ରହିଛି । ସାମଗ୍ରିକ ଦିଲ୍ଲୀ ଅଂଚଳର ପାସ ହାର ୯୪.୯ ପ୍ରତିଶତ ରେକର୍ଡ କରାଯାଇଥିବା ବେଳେ ଛାତ୍ରଙ୍କ ତୁଳନାରେ ୬.୪୦ ପ୍ରତିଶତ ଛାତ୍ରୀ ଅଧିକ ପାସ କରିଛନ୍ତି ।
ସିବିଏସଇ ଦ୍ୱାଦଶ ପରୀକ୍ଷା ପାଇଁ ଚଳିତବର୍ଷ ୧୬ ଲକ୍ଷ ୩୩ ହଜାର ୭୩୦ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ । ସେଥିମଧ୍ୟରୁ ପ୍ରାୟ ୧୬ ଲକ୍ଷ ୨୨ ହଜାର ୨୨୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୪ ଲକ୍ଷ ୨୬ ହଜାର ୪୨୦ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।
ଛାତ୍ରଛାତ୍ରୀ ମାନେ results.cbse.nic.in, cbse.gov.in କିମ୍ବା cbseresults.nic.in ୱେବ୍ସାଇଟ୍ରୁ ରେଜଲ୍ଟ ଦେଖିପାରିବେ । ଏଥିସହ UMANG ଆପ୍, digilocker.gov.in, ପାରିକ୍ସା ସଙ୍ଗମ୍ ପୋର୍ଟାଲ୍ ଏବଂ SMS ସୁବିଧା ମାଧ୍ୟମରେରେ ମଧ୍ୟ ରେଜଲ୍ଟ ଉପଲ୍ଲବ୍ଧ ହୋଇଛି।