କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା,ରେଲୱେ କର୍ମଚାରୀଙ୍କୁ ମିଳିବ ବୋନସ୍ …

 ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର ୧୧.୦୭ ଲକ୍ଷରୁ ଅଧିକ ରେଳ କର୍ମଚାରୀ ମାନଙ୍କ ପାଇଁ ବଡ଼ ନିଷ୍ପତି ନେଇଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ନନ-ଗାଜେଟଡ କର୍ମଚାରୀ ମାନଙ୍କୁ ୭୮ ଦିନର ପ୍ରଡକ୍ଟିଭିଟି ବୋନସ ଦେବାକୁ ଘୋଷଣା କରାଯାଇଛି । ତେବେ ଏଥିପାଇଁ ସରକାରଙ୍କୁ ୧୯୬୯ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ।ସରକାରଙ୍କ ଏହି ନିଷ୍ପତି ଦ୍ୱାରା ୧୧ ଲକ୍ଷ ୭ ହଜାର ୩୪୦ କର୍ମଚାରୀ ଉପକୃତ ହେବେ । ସରକାରଙ୍କ ଏହି ନିଷ୍ପତିରେ ଟ୍ରାକ ମେଣ୍ଟେନର, ଲୋକ ପାଇଲାଟସ, ଟ୍ରେନ ମ୍ୟାନେଜର୍ସ, ଷ୍ଟେସନ ମାଷ୍ଟର୍ସ, ସୁପରଭାଇଜର, ଟେକନିସିଆନ, ଟେକନିସିଆନ ହେଲପର, ପଏଣ୍ଟସ ମ୍ୟାନ, ମିନିଷ୍ଟ୍ରିଆଲ ଷ୍ଟାଫ ଏବଂ ଆରପିଏଫ ଏବଂ ଆର୍ପିଏସଏଫ ବ୍ୟତୀତ ଅନ୍ୟନ୍ୟ ଗ୍ରୁପ-ସି କର୍ମଚାରୀଙ୍କୁ ମଦ୍ୟ ଏହାର ଫାଇଦା ମିଳିବ।

୨୦୨୨-୨୩ରେ ଭାରତୀୟ ରେଲୱେ ଚମତ୍କାର ପ୍ରଦର୍ଶନ କରିଥିଲା। ଏହି ସମୟରେ ୧୫୦୯ ମିଲିୟନ ଟନ ରେକର୍ଡ ମାଲ ପରିବହନ କରିଥିଲେ ଏବଂ ୬.୫ ଆରବ ରେଳ ଯାତ୍ରୀଙ୍କୁ ଯାତ୍ରା କରାଇଥିଲେ। ସରକାରଙ୍କ ଏହି ବୋନସ କର୍ମଚାରୀମାନଙ୍କୁ ଭବିଷ୍ୟତରେ ଉନ୍ନତ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିବ।

Leave a Reply

Your email address will not be published. Required fields are marked *